ସୀମା ସିଲ୍ ପରେ କେଉଁଠି କେମିତି ରହୁଛନ୍ତି ଶ୍ରମିକ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପରେ ଘର ମୁହାଁ ଶ୍ରମିକ ଓ କର୍ମଜୀବୀ । ଓଡ଼ିଶା ଭିତରୁ ହୁଅନ୍ତୁ କି ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଜାରି ରହିଛି ପଳାୟନ। ତେବେ କରୋନା ସଂକ୍ରମଣ ଭୟରେ ଏମାନଙ୍କୁ ରୋକିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜ୍ୟବ୍ୟାପୀ ସବୁ ଦିଗରୁ ସିଲ୍ ହୋଇଛି ସୀମା। ବିଭିନ୍ନ ସ୍ଥାନରେ ଶହ ଶହ ଶ୍ରମିକଙ୍କୁ ଅଟକାଇ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି ସ୍ଥାନୀୟ ପ୍ରଶାସନ । ସେପଟେ ବାହାର ରାଜ୍ୟର ୨୦ […]

57890

57890

Tapas Behera
  • Published: Monday, 30 March 2020
  • Updated: 30 March 2020, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପରେ ଘର ମୁହାଁ ଶ୍ରମିକ ଓ କର୍ମଜୀବୀ । ଓଡ଼ିଶା ଭିତରୁ ହୁଅନ୍ତୁ କି ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଜାରି ରହିଛି ପଳାୟନ। ତେବେ କରୋନା ସଂକ୍ରମଣ ଭୟରେ ଏମାନଙ୍କୁ ରୋକିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାଜ୍ୟବ୍ୟାପୀ ସବୁ ଦିଗରୁ ସିଲ୍ ହୋଇଛି ସୀମା। ବିଭିନ୍ନ ସ୍ଥାନରେ ଶହ ଶହ ଶ୍ରମିକଙ୍କୁ ଅଟକାଇ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି ସ୍ଥାନୀୟ ପ୍ରଶାସନ । ସେପଟେ ବାହାର ରାଜ୍ୟର ୨୦ ହଜାର ଶ୍ରମିକଙ୍କ ପାଇଁ ୨୫୦ କ୍ୟାମ୍ପରେ ରହିବା ଓ ଖାଇବା ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ସଚିବ।ଉତ୍ତର-ଦକ୍ଷିଣ ଓ ପଶ୍ଚିମ ଚାରିଆଡ଼େ ସୀମା ସିଲ୍ । ସବୁଠି ଗେଟ୍ ବନ୍ଦ।

ନାକାବନ୍ଦୀ ଯୋଗୁଁ ଜୀବନ ବିକଳରେ ଗାଁ ମୁହାଁ ଶ୍ରମିକଙ୍କ ପଳାୟନ ରୋକିବାକୁ ପୋଲିସ କରୁଛି କଡ଼ା ଚେକିଂ । ଜଳେଶ୍ୱର, କନକତୋରା, ମାଲକାନଗିରି ଓ ପାରଳାଖେମୁଣ୍ଡିର ପଡ଼ୋଶୀ ପଶ୍ଚିମବଙ୍ଗ ହେଉ କି ଛତିଶଗଡ଼ ଅବା ତେଲେଙ୍ଗାନା । ଆନ୍ଧ୍ର ପ୍ରଦେଶରୁ ସୀମା ପଥ ଦେଇ ଶ୍ରମିକମାନେ ପିଲାଛୁଆ ଧରି ଘର ମୁହାଁ ହେଉଥିବା ଖବର ପାଇ ଅଟକାଉଛି ପୁଲିସ। ମୟୂରଭଞ୍ଜ ଜିଲ୍ଲା ଜାମଶୋଳାର ଚାଲି ଚାଲି ସୀମା ପାର୍ ଉଦ୍ୟମବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ ପ୍ରାୟ ୧୦୦ରୁ ଅଧିକ ଶ୍ରମିକ । ସେମାନଙ୍କୁ ସ୍ଥାନୀୟ ଏକ ସ୍କୁଲରେ ଅଟକ ରଖାଯାଇଛି। ଠିକ୍ ସେମିତି ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ୍ ପାଖରେ ମଧ୍ୟ ୩୫ରୁ ଅଧିକ ଶ୍ରମିକଙ୍କୁ ଅଟକାଇ ନିକଟସ୍ଥ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ପାଇଁ ରଖି ଖାଦ୍ୟ ପେୟ ବ୍ୟବସ୍ଥା କରିଛି ପ୍ରଶାସନ। ରାଉରକେଲାରେ ବି ବହୁ ଦାଦନ ଶ୍ରମିକଙ୍କୁ ଅଟକାଇ ରଖାଯାଇଛି ।

ଏସବୁ ଦାଦନ ଶ୍ରମିକଙ୍କ ଦ୍ୱାରା ଯେପରି ଗାଁ ଗହଳିର ଲୋକେ କରୋନା ଆକ୍ରାନ୍ତ ନହୁଅନ୍ତି ତାକୁ ଜଗିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠୁ ବରଗଡ଼, ଝାରସୁଗୁଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲା ଭଳି ରାଜ୍ୟର ସମସ୍ତ ସୀମା ସିଲ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story