ବାଲି ଚୋରିରୁ ଭୟଙ୍କର କାଣ୍ଡ, କେମିତି ହେଉଛି ଲୁଟ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରଶାସନର ଆଖି ଆଢୁଆଳରେ ଚାଲିଛି ବାଲି ଚୋରି । ବେଆଇନ ଭାବେ ଚାଲାଣ ହେଉଛି ଟ୍ରକ୍ ଟ୍ରକ୍ ବାଲି । ଆଉ ସାମ୍ନାକୁ ଆସିଛି ତାର ପରିଣତି । ଋଷିକୁଲ୍ୟା ନଈରୁ ବେଆଇନ ବାଲି ଉଠାଣକୁ ନେଇ ଗଂଜାମ ଜିଲ୍ଲା କୋଳିଦାସପୁର ଗାଁରେ ଘଟିଛି ତୁମୁଳକାଣ୍ଡ। ଆଉ ଜଳିପୋଡି ପାଉଁଶ ହେଇଯାଇଛି ବାଲି ମାଫିଆଙ୍କ ୧୦ରୁ ଅଧିକ ଗାଡି । ଏହି ଘଟଣାରେ ପୁଲିସ ୫ ଜଣ ଗିରଫ କରିବା ପରେ ଗତକାଲି ମୁହାଁମୁହିଁ […]

6hnb

Tapas Behera
  • Published: Monday, 24 August 2020
  • , Updated: 24 August 2020, 07:46 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରଶାସନର ଆଖି ଆଢୁଆଳରେ ଚାଲିଛି ବାଲି ଚୋରି । ବେଆଇନ ଭାବେ ଚାଲାଣ ହେଉଛି ଟ୍ରକ୍ ଟ୍ରକ୍ ବାଲି । ଆଉ ସାମ୍ନାକୁ ଆସିଛି ତାର ପରିଣତି । ଋଷିକୁଲ୍ୟା ନଈରୁ ବେଆଇନ ବାଲି ଉଠାଣକୁ ନେଇ ଗଂଜାମ ଜିଲ୍ଲା କୋଳିଦାସପୁର ଗାଁରେ ଘଟିଛି ତୁମୁଳକାଣ୍ଡ। ଆଉ ଜଳିପୋଡି ପାଉଁଶ ହେଇଯାଇଛି ବାଲି ମାଫିଆଙ୍କ ୧୦ରୁ ଅଧିକ ଗାଡି । ଏହି ଘଟଣାରେ ପୁଲିସ ୫ ଜଣ ଗିରଫ କରିବା ପରେ ଗତକାଲି ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଜନତା । ଆଉ ଆଜି ପୁରୁଷତ୍ତପୁର ଓ ହିଜିଂଳି ରାଜସ୍ୱ ଅଧୀକାରୀ ଯୁଗ୍ମ ଅନୁଧ୍ୟାନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସେମିତି ଜଳେଶ୍ୱର ତହସିଲ୍ ଅଞ୍ଚଳରେ ୫ରୁ ଅଧିକ ବାଲିଘାଟ ରହିଛି । ତେବେ ଏଠାରେ ମେସିନ ଲଗାଇ ମାଫିଆମାନେ  ଅନୁମତି ବାହାରେ ବାଲି ଉଠାଉଥିବା ଅଭିଯୋଗ ହୋଇଛି । ଏଣେ ମନଇଛା ବାଲି ଉଠାଣ ଯୋଗୁଁ ନଈର ଗତିପଥ ବଦଳିବା ସହ  କୁଳ ଖାଉଛି। ଫଳରେ ନଈକୂଳିଆ ଗାଁ ପ୍ରତି ବିପଦ ବଢୁଛି।

ଏଣେ ବୈତରଣୀ ନଦୀରୁ  ବେଆଇନ୍ ବାଲି ଚାଲାଣ ଡିଲ୍ ନେଇ ବାଲି ମାଫିଆ ଓ ଭଣ୍ଡାରିପୋଖରୀ ଥାନା ଅଧୀକାରୀ ସନାତନ ସାହୁଙ୍କ ଅଡିଓ ଭାଇରାଲ୍  ହେବା ପରେ ତାଙ୍କୁ ଟ୍ରାନସଫର କରାଯାଇଛି। ସେହିପରି ଅଭିଯୋଗର ତଦନ୍ତ ଲାଗି ଏସଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି।

ବେଆଇନ ବାଲି ଚାଲାଣ ରୋକିବାକୁ ବିଭିନ୍ନ ସମୟରେ ରାଜସ୍ୱ ବିଭାଗ ଗାଇଡଲାଇନ୍ ଜାରି କରିଛି।  ଜିଲ୍ଲାପାଳମାନେ ମଧ୍ୟ ଏନେଇ ଅବଗତ ଅଛନ୍ତି । ବାଲି ଓ ମୋରମ ଚୋରିକୁ ରୋକିବାକୁ  ଲାଗି ରାଜ୍ୟ ସରକାର ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ ବି କରିଛନ୍ତି  । ଜୁନିୟର୍ ମାଇନିଙ୍ଗ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ୧୪୪ଟି ତହସିଲରେ ମାଇନର୍, ମିନେରାଲ୍ ଏନ୍‌ଫୋର୍ସମେଣ୍ଟ ସେଲ୍ ବି ଗଠନ କରଯାଇଛି । ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବାଲି ଚୋରି ରୋକାଯାଇପାରୁନି।

Related story