ଅଳିଆ ଭଳି ଫିଙ୍ଗି ଦିଆଯାଉଛି ମୃତଦେହ: ଝୁଣି ଖାଉଛନ୍ତି ଶିଆଳ, କୁକୁର

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି […]

balasore

balasore

Manoranjan Sial
  • Published: Saturday, 18 January 2020
  • Updated: 18 January 2020, 08:45 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି ବାଲେଶ୍ୱର ସହରରେ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ମୃତଦେହ ଗୁଡ଼ିକ ଫିଙ୍ଗୁଛି କିଏ?

ବାଲେଶ୍ୱର ନୁଣିଆ ଯୋଡି ପୋଲ ନିକଟରେ ରହିଛି ‘ମୁକ୍ତିଦ୍ୱାର’ ଶ୍ମଶାନ। ଆଉ ଠିକ୍‌ ତା’ରି ପଛ ପାର୍ଶ୍ୱରେ ରହିଛି ଏକ ବଡ଼ ପଡ଼ିଆ। ସବୁବେଳେ ଏହି ପଡ଼ିଆଟି ଶୂନ୍‌ଶାନ ରହିଥାଏ। ସେହି ପଡ଼ିଆ ମଝିରେ ଏକ ବଡ଼ ଗର୍ତ୍ତ ରହିଛି। ତାହା ଭିତରେ ଗଦା ହେଉଛି ପଲିଥିନରେ ଗୋଡା ହୋଇଥିବା ମୃତଦେହ। ସେହି ମୃତଦେହକୁ ଶିଆଳ ଓ କୁକୁର ଝୁଣି ଝୁଣି ଖାଉଥିବା ଦେଖିବାକୁ ମିଳିଛି। ଶିଆଳ ଓ କୁକୁର ଖାଇବା ପରେ ଯାହା ବଳିଯାଉଛି, ସେଗୁଡ଼ିକ ପଚି ସଢି ଦୁର୍ଗନ୍ଧ କରୁଛି। କେବଳ ସେତିକି ନୁହେଁ, ଖୋଲା ପଡ଼ିଆରେ ପଡ଼ିଛି ମାଳ ମାଳ ମଣିଷ ଖପୁରି ଓ ହାଡ। ଏଠାରେ ବର୍ଷବର୍ଷ ଧରି ମୃତଦେହ ପଡୁଥିବା ଅନୁମାନ କରାଯାଉଛି। ହେଲେ ସେଠାରେ କିଏ ମୃତଦେହ ଗୁଡିକୁ ଫିଙ୍ଗୁଛି? ସେ କଥା ଶୁଣିଲେ ସଭ୍ୟ ମଣିଷ ଆଶ୍ଚର୍ଯ୍ୟ ହୋଇଯିବ। ତେବେ ‘ମୁକ୍ତିଦ୍ୱାର’ ଶ୍ମଶାନର ଜଣେ ସଦସ୍ୟ କହିଛନ୍ତି, ପୁଲିସ ଯେଉଁ ଅପରିଚିତ ମୃତଦେହ ଗୁଡ଼ିକ ଜବତ କରେ, ତାକୁ ଆଣି ଏଠାରେ ଫିଙ୍ଗି ଦିଏ। ଯାହାକୁ ପରବର୍ତ୍ତୀ ସମୟରେ ଶିଆଳ ଓ କୁକୁର ଖାଇଥାନ୍ତି। ହେଲେ ଶ୍ମଶାନରେ ପୁଲିସ ଅପରିଚିତ ମୃତଦେହ ଗୁଡ଼ିକୁ ସଂସ୍କାର କରେ ନାହିଁ ବୋଲି ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୃତଦେହ ଗୁଡ଼ିକୁ କୁକୁର ଓ ଶିଆଳ ଖାଇସାରିବା ପରେ ଖପୁରୀ, ହାଡ, କଙ୍କାଳକୁ କେତେକ ବ୍ୟକ୍ତି ସଂଗ୍ରହ କରି ବାହରକୁ ଚାଲାଣ କରୁଛନ୍ତି।

ତେବେ ନିୟମ କହୁଛି, ପୁଲିସ ଯେ କୌଣସି ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜବତ କରୁନା କାହିଁକି, ପ୍ରଥମେ ବ୍ୟବଚ୍ଛେଦ କରିବା ସହ ଚିହ୍ନଟ ପାଇଁ କିଛି ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା କଥା। ଯଦି କେହି ଦାବିଦାର ନଆସନ୍ତି, ତେବେ ତାକୁ ସମ୍ମାନର ସହ ସତ୍କାର କରିବାର ପ୍ରାବଧାନ ରହିଛି। ଏଥିପାଇଁ ଅର୍ଥର ମଧ୍ୟ ବ୍ୟବସ୍ଥା ଅଛି। ତେବେ ଦାହ ସଂସ୍କାର ନ କଲେ ନାହିଁ, ଅନ୍ତତଃ ଶବକୁ ଗାତ ଖୋଳି ଭଲ ଭାବେ ପୋତିଦେବା ଉଚିତ୍। ଜିଲ୍ଲା ପୁଲିସର ଏପରି ଚିତ୍ର ସଭ୍ୟ ସମାଜକୁ ବିଚଳିତ କରୁଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story