ଦିନେ ଘରର ମେରୁଦଣ୍ଡ ସାଜିଥିଲେ, ଆଜି ଶିକୁଳିରେ ବନ୍ଧା ପଡ଼ିଛି ଜୀବନ
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ସେ ଥିଲା ଦିନେ ପରିବାରର ମେରୁଦଣ୍ଡ। ରୋଜଗାର କରି ଯାହା ଆଣୁଥିଲେ ଖସି ଖୁସିରେ ଚଳିଯାଉଥିଲା ସଂସାର। ବେଶ ମେଳାପି ପିଲା ଥିଲେ। କେତେ ସ୍ୱପ୍ନ ଦେଖିଥିଲେ। ହେଲେ ବିଧିର ବିଧାନ ଥିଲା ଅଲଗା। ସେ ଜାଣି ନଥିଲେ ତାଙ୍କ ସ୍ୱପ୍ନର ଆକାଶରେ କଳାବାଦଳ ଘୋଟିବାକୁ ଯାଉଛି। ନିୟତି ରଚିଥିଲା କ୍ରୁର ବିଧାନ। ଆଉ ରୋଜଗାରିଆ ଭେଣ୍ଡିଆ ଟୋକା ହୋଇଯାଇଥିଲେ ମାନସିକ ଭିନ୍ନକ୍ଷମ। ହାତ ଗୋଡ଼ରେ ପଡିଯାଇଥିଲା ଲୁହାର ଶିକୁଳି। ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୬ ବର୍ଷ ହେବ ଲୁହା ଜଞ୍ଜିରରରେ ବନ୍ଧନ ହୋଇଯାଇଥିଲା ଜୀବନ। ଆମେ କହୁଛୁ, ବଲାଙ୍ଗିର ଜିଲ୍ଲା ସଦର ମହକୁମା ଲାଲଟିକ୍ରା ଗୋପବନ୍ଧୁନଗର ଗୋବିନ୍ଦ ଝାଙ୍କର କଥା।
ପରିବାର କହିଲେ ତିନି ଭଉଣୀ, ଭାଇ ଓ ମାଆଙ୍କୁ ନେଇ ଗୋବିନ୍ଦଙ୍କର ସଂସାର। ଜଣେ ଭଉଣୀ ବିବାହ କରିସାରିଥିବା ବେଳେ ସାନ ଭାଇ ବିବାହ କରି ଅଲଗା ରହୁଛନ୍ତି। କହିବାକୁ ଗଲେ ଘରେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ଗୋବିନ୍ଦ। ମୋଟର ବାଇଣ୍ଡିଂ କରି ଯାହା ରୋଜଗାର କରୁଥିଲେ ପରିବାର ଚଳି ଯାଉଥିଲା। ୬ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ଗୋବିନ୍ଦଙ୍କ ମଧ୍ୟରେ ପରିବର୍ତ୍ତନ ଦେଖା ଦେଇଥିଲା। ସାହି ପଡୋଶୀଙ୍କୁ ଟେକା ପଥର ମାଡ କରିବା ସହ ଗାଳିଗୁଲଜ କରିବାକୁ ଲାଗିଥିଲେ। କାମକୁ ଯିବା ବନ୍ଦ କରି ଦେଇଥିଲେ। ଏପରି ସ୍ଥିତିରେ ପରିବାର ଲୋକେ ତାଙ୍କ ହାତଗୋଡରେ ଶିକୁଳି ପକାଇ ଦେଇଥିଲେ।
ସେବେଠାରୁ ଗୋବିନ୍ଦ ଘରର ଚାରିକାନ୍ଥ ଭିତରେ ହୋଇଯାଇଥିଲେ ବନ୍ଦୀ। ନିଜେ କିଛି କରିପାରୁ ନାହାଁନ୍ତି। ଖାଇବାଠାରୁ ଆରମ୍ଭ କରି ତାଙ୍କର ସବୁ କାମ କରୁଛନ୍ତି ଦୁଇ ଅବିବାହିତ ଭଉଣୀ। ଅତ୍ୟନ୍ତ ଗରିବ ହୋଇଥିବାରୁ ପରିବାର ଲୋକେ ତାଙ୍କର ଚିକିତ୍ସା କରାଇପାରୁ ନାହାନ୍ତି।
Ordigital Desk
• Published: Friday, 30 March 2018
• Updated: 30 March 2018, 01:25 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos