ପାରାଦୀପ ବନ୍ଦରରେ ତାତିଲେ ଶ୍ରମିକ

ପାରାଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦରରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି। ବନ୍ଦରରେ କାର୍ଯ୍ୟ କରୁଥିବା ବିଭିନ୍ନ ଷ୍ଟିଭେଡର୍ସ କମ୍ପାନୀର ଶ୍ରମିକ ଓ କର୍ମଚାରୀମାନେ ୩ ନମ୍ବର ଗେଟ୍ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୮ ଘଣ୍ଟା ଡ୍ୟୁଟି ଓ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପାଇଁ ଦାବି କରିଛି ପାରାଦୀପ ପୋର୍ଟ ଶ୍ରମିକ ସମନ୍ୱୟ ସମିତି। ଏଥିସହ ଶ୍ରମ ଆଇନ କଡ଼ାକଡ଼ି ଭାବେ ଲାଗୁ କରିବା, ମନଇଚ୍ଛା ଶ୍ରମିକ ଛଟେଇ ବନ୍ଦ, ଇଏସ୍ଆଇ ଓ ଇପିଏଫ୍ ଲାଗୁ କରିବା, ବେଆଇନ ଭାବେ ଶ୍ରମିକ ବଦଳି ବନ୍ଦ ଆଦି ଦାବିରେ ଶ୍ରମିକମାନେ ଆନ୍ଦୋଳନ କରିଛନ୍ତି।

ଏହି ଦାବି ନେଇ ଶ୍ରମିକ ଓ କର୍ମଚାରୀମାନେ ଗତ କିଛି ଦିନ ତଳେ ସମସ୍ତଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ ବନ୍ଦରକୁ ମାଲ୍ ପରିବହନ ଠପ୍ ହୋଇଯାଇଛି।