କାମାକ୍ଷାନଗର (ରାକେଶ ଦେହୁରି): ସ୍ୱାମୀ ଓ ସ୍ତ୍ରୀ ଜଙ୍ଗଲକୁ ଯାଇଥିଲେ। ଫେରିବା ବେଳେ ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଦମ୍ପତି। ଆଜି ଏମିତି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି।
ପୂରା ଘଟଣା ଏମିତି। କାନପୁରା ପଞ୍ଚାୟତ ଗୁଣ୍ଡିଚାନାଳି ମଲାର ସାହିର କୁଶ ପଧାନ(୨୪) ଓ ତାଙ୍କ ପତ୍ନୀ ରିଙ୍କି(୨୦) ଆଜି ସକାଳେ ଜଙ୍ଗଲକୁ ଯାଇଥିଲେ। ଦିନ ୨ଟା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ରାମିଆଳ ନଦୀ ପାର ହୋଇ ଘରକୁ ଫେରୁଥିଲେ। ତେବେ ଆଜି ବର୍ଷା ହୋଇଥିବାରୁ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିଲା। ସେଥିରେ ସ୍ୱାମୀ-ସ୍ତ୍ରୀ ଭାସି ଯାଇଥିଲେ। ସେମାନଙ୍କ ପଛରେ ଆସୁଥିବା ବାସନ୍ତୀ ପଧାନ ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ କହିଥିଲେ।
ଗାଁ ଲୋକେ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଖୋଜି ଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ପରେ ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ବିଡିଓ ଜ୍ୟୋତି ଶଙ୍କର ସାହୁଙ୍କୁ ଜଣାଇଥିଲେ। ଖବର ପାଇ କଙ୍କଡାହାଡରୁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ଖୋଜିଥିଲେ ମଧ୍ୟ ପାଇନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।
Crime
ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା
ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍ ପ୍ରବଳ ହଟହଟା ହୋଇଛି। ମିଛ କେସ୍ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍ ଗାଡ଼ି ଚାବି ଅଟକ ରଖିଛନ୍ତି।
Crime
ବାପପୁଅ ପାଲଟିଗଲେ ଜହ୍ଲାଦ; ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ, ଜଣେ ମୃତ
ଚୋରି ସନ୍ଦେହରେ ବାପପୁଅ ପାଲଟିଗଲେ ଜହ୍ଲାଦ । ଘଟାଇଲେ ତାଲବାନୀ ବର୍ବରତା । ଗାଁର କିଛି ଯୁବକଙ୍କୁ ଉଠାଇ ଆଣି ଖୁଣ୍ଟରେ ବାନ୍ଧି ନିଷ୍ଣୁର ପିଟିଲେ। ସେମାନଙ୍କ ଚିତ୍କାର ବି ବାପପୁଅଙ୍କ ମନକୁ ତରଳାଇ ପାରିଲାନି।