ପତ୍ନୀର ବେକ କାଟିଦେଲା ସ୍ୱାମୀ

ଫୁଲବାଣୀ(ତ୍ରିନାଥ ସାହୁ): ପତ୍ନୀର ବେକ କାଟି ଦେଇଛି ସ୍ୱାମୀ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡୁମାହା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ସାମାନ୍ୟ ମତାନ୍ତରକୁ ନେଇ ଏଭଳି ଘଟଣା ଘଟିଛି। ଘଟଣାର ଶିକାର ହୋଇଥିବା ମହିଳା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନା ଶଯ୍ୟାରେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କ ନାମ ବିସ୍ମିତା ମଲିକ। ସୂଚନା ଅନୁସାରେ, ବୁଡ଼ୁମାହା ଗ୍ରାମର ବିସ୍ମିତାଙ୍କୁ ସୁଢୁମିଲା […]

Mahila

Mahila

Niranjan Mishra
  • Published: Thursday, 07 July 2022
  • Updated: 07 July 2022, 06:34 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ପତ୍ନୀର ବେକ କାଟି ଦେଇଛି ସ୍ୱାମୀ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ବୁଡୁମାହା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ସାମାନ୍ୟ ମତାନ୍ତରକୁ ନେଇ ଏଭଳି ଘଟଣା ଘଟିଛି। ଘଟଣାର ଶିକାର ହୋଇଥିବା ମହିଳା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଖାନା ଶଯ୍ୟାରେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କ ନାମ ବିସ୍ମିତା ମଲିକ।

ସୂଚନା ଅନୁସାରେ, ବୁଡ଼ୁମାହା ଗ୍ରାମର ବିସ୍ମିତାଙ୍କୁ ସୁଢୁମିଲା ଗାଁର ମଣ୍ଟୁ ମଲିକ ବିବାହ କରିଥିଲେ। ତେବେ କିଛି ଦିନ ତଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ପାରିବାରିକ ଝଗଡ଼ା ଆରମ୍ଭ ହୋଇଥିଲା। ତେଣୁ ବିସ୍ମିତା ଆସି ବାପା ଘରେ ରହୁଥିଲେ।

ଏହା ପରେ ମଣ୍ଟୁ ବିଭିନ୍ନ ସମୟରେ ଶ୍ୱଶୁର ଘରକୁ ଆସି ନିଜ ପତ୍ନୀ ବିସ୍ମିତାଙ୍କ ସହିତ ଝଗଡ଼ା କରୁଥିଲା। ତେବେ ଆଜି ସକାଳେ ସେ ଶ୍ୱଶୁର ଘରକୁ ଆସି ଘରେ କେହି ନ ଥିବାର ସୁଯୋଗ ନେଇ ପତ୍ନୀ ବିସ୍ମିତାଙ୍କ ବେକକୁ ଏକ ଧାରୁଆ କଟୁରୀରେ କାଟିଦେଇଥିଲେ ଏବଂ ସେଠାରୁ ଦୌଡ଼ି ପଳାଇଥିଲେ।

ଗ୍ରାମର କିଛି ଲୋକ ଏହା ଦେଖିବା ପରେ, ଘର ଲୋକଙ୍କ ସହାୟତାରେ ଆହତ ବିସ୍ମିତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ.ନୂଆଗାଁ ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ।

ଏ ନେଇଁ ବିସ୍ମିତାଙ୍କ ପରିବାର ଲୋକ କ.ନୂଆଗାଁ ଥାନାରେ ଏକ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଧରିବାକୁ ପଦକ୍ଷେପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos