ଖାଇବାକୁ ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ମାରି ଦେଲା ସ୍ୱାମୀ

ଉଦଳା (ମାନସ ପାଣି): ଖାଇବାକୁ ଦେବାରେ ବିଳମ୍ବ ହେବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା କଲେ ସ୍ୱାମୀ। ଏଭଳି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଡିକାଶୋଳ ଗାଁରେ। ମୃତ ମହିଳାଙ୍କ ନାଁ ଦୁଃଖୀ ଭକ୍ତା। ଅଭିଯୁକ୍ତ ସ୍ୱାମୀ ଗଦାଧର ଭକ୍ତାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଗଦାଧର ହାଟରୁ ଫେରି ସ୍ତ୍ରୀକୁ ଖାଇବାକୁ ମାଗିଥିଲେ। ହେଲେ ସ୍ତ୍ରୀ ଖାଇବାକୁ ଦେବାରେ ବିଳମ୍ବ କରିବାରୁ […]

udala99

Tapaswini Nayak
  • Published: Friday, 14 February 2020
  • , Updated: 14 February 2020, 02:23 PM IST

ଉଦଳା (ମାନସ ପାଣି): ଖାଇବାକୁ ଦେବାରେ ବିଳମ୍ବ ହେବାରୁ ମହିଳାଙ୍କୁ ପିଟି ପିଟି ହତ୍ୟା କଲେ ସ୍ୱାମୀ। ଏଭଳି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଡିକାଶୋଳ ଗାଁରେ। ମୃତ ମହିଳାଙ୍କ ନାଁ ଦୁଃଖୀ ଭକ୍ତା। ଅଭିଯୁକ୍ତ ସ୍ୱାମୀ ଗଦାଧର ଭକ୍ତାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଗଦାଧର ହାଟରୁ ଫେରି ସ୍ତ୍ରୀକୁ ଖାଇବାକୁ ମାଗିଥିଲେ। ହେଲେ ସ୍ତ୍ରୀ ଖାଇବାକୁ ଦେବାରେ ବିଳମ୍ବ କରିବାରୁ ଗଦାଧର ଉତକ୍ଷିପ୍ତ ହୋଇଯାଇଥିଲେ। ଏହାପରେ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ତାଙ୍କୁ ବାଡ଼େଇଥିଲେ। କିଛି ସମୟ ପରେ ଗୁରୁତର ଅବସ୍ଥାରେ ଗଦାଧର ସ୍ତ୍ରୀଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୁଃଖୀଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story