ସ୍ୱାମୀ ନା କଂସେଇ! ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁକୁ ମାରିଦେଲା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେବଭୂମି ଗାଁରେ ସଇତାନ ସ୍ୱାମୀ ହାତରେ ବଳି ପଡ଼ିଲେ ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁ। ମୃତକ ହେଲେ ମାମାଲି ଚୌଧୁରୀ। ଯୌତୁକ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମାମାଲିଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଟୁକୁନା ଓ ତାଙ୍କ ମାଆଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦେବଭୂମି ଗାଁରେ […]

husband-murdered-his-wife-in-aska

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 10:19 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଦେବଭୂମି ଗାଁରେ ସଇତାନ ସ୍ୱାମୀ ହାତରେ ବଳି ପଡ଼ିଲେ ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁ। ମୃତକ ହେଲେ ମାମାଲି ଚୌଧୁରୀ। ଯୌତୁକ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମାମାଲିଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଟୁକୁନା ଓ ତାଙ୍କ ମାଆଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେବଭୂମି ଗାଁରେ ଟୁକୁନା ଚୌଧୁରୀ ୬ ବର୍ଷ ତଳେ ମାମାଲି ଚୌଧୁରୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଯୌତୁକ ରାକ୍ଷସ ଲୋଲୁପ ଆଖି ଟୁକୁନାଙ୍କ ଉପରେ ପଡ଼ିଲା। ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଡ଼ ସୃଷ୍ଟି ହେଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ବୋଲି ଅଭିଯୋଗ ହେଉଛି।

ତେବେ ଗତ ୩୦ ତାରିଖରେ ଟୁକୁନା ଚୌଧୁରୀ ଓ ତାଙ୍କ ମାଆ ଉମା ଚୌଧୁରୀ ମିଶି ମାମାଲିଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।

ଏବେ ମାମାଲିଙ୍କର ୫ ବର୍ଷର ପୁଅ ଥିବା ବେଳେ ୪ ମାସର ଗର୍ଭବତୀ ଥିଲେ। ଘଟଣାରେ ୪ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ସପଟେ ଯୌତୁକ ଦାବି କରି ତାଙ୍କ ଝିଅକୁ ମାରି ଦିଆଯାଇଥିବା ନେଇ ମାଆ ଅଭିଯୋଗ କରିଛନ୍ତି।

Related story