ଘର ଢିଙ୍କି କୁମ୍ଭୀର: ନିଜ ଘରୁ ଚୋରି କରିଥିଲେ ପୁଅ, ବୋହୂ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା କଣ୍ଟ୍ରାକ୍ଟର କଲୋନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପୋଲିସ ଯେଉଁ ସୂଚନା ଦେଇଛି ଏହା ସମସ୍ତଙ୍କୁ ହତବାକ କରିଦେବ। ବାପାଙ୍କ ଅନୁପସ୍ଥିତିରେ ନିଜ ଘରୁ ଚୋରି କରିଛନ୍ତି ପୁଅ, ବୋହୂ। ଧରାପଡିଯିବା ଭୟରେ ଘରେ କାମ କରୁଥିବା ଜଣେ ସହାୟକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହାଁନ୍ତି। ପୋଲିସ କହିବା ଅନୁସାରେ ଘରେ ବାପା ନଥିବା ବେଳେ କରନ ସିଂ ଏବଂ ବୋହୂ ସୋରଜିତ କୌର ଚୋରି କରୁଥିଲେ। ଏହାକୁ ଦେଖି ନେଇଥିଲା […]

Rakesh Mallick
  • Published: Sunday, 03 September 2017
  • , Updated: 03 September 2017, 08:51 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା କଣ୍ଟ୍ରାକ୍ଟର କଲୋନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ପୋଲିସ ଯେଉଁ ସୂଚନା ଦେଇଛି ଏହା ସମସ୍ତଙ୍କୁ ହତବାକ କରିଦେବ। ବାପାଙ୍କ ଅନୁପସ୍ଥିତିରେ ନିଜ ଘରୁ ଚୋରି କରିଛନ୍ତି ପୁଅ, ବୋହୂ। ଧରାପଡିଯିବା ଭୟରେ ଘରେ କାମ କରୁଥିବା ଜଣେ ସହାୟକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହାଁନ୍ତି।

ପୋଲିସ କହିବା ଅନୁସାରେ ଘରେ ବାପା ନଥିବା ବେଳେ କରନ ସିଂ ଏବଂ ବୋହୂ ସୋରଜିତ କୌର ଚୋରି କରୁଥିଲେ। ଏହାକୁ ଦେଖି ନେଇଥିଲା ଘରେ ସହାୟକ ଭାବେ କାମ କରୁଥିବା ସହାୟକ। ଧରା ପଡିଯିବା ଓ ସବୁ ଯୋଜନା ଫସର ଫାଟିଯିବା ଭୟରେ ସ୍ୱମୀ, ସ୍ତ୍ରୀ ମିଶି ସହାୟକଙ୍କୁ ହତ୍ୟା କରିଦେଇଥିଲେ। ଆଜି ଭୟ କରନ ଏବଂ ସୋରଜିତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୭୫ ହଜାର ଟଙ୍କା ଓ ସୁନାଗହଣା ସହ ଏକ ମୋବାଇଲ ଜବତ କରାଯାଇଛି।

ଗତ ୨୯ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ବାପା ଅଶୋକ ସିଂଙ୍କ ସହ ସମ୍ପତ୍ତିକୁ ନେଇ ପୁଅ-ବୋହୂଙ୍କର ପୂର୍ବରୁ ବିବାଦ ଲାଗିରହିଥିଲା।

Related story