ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ। ଆଗରୁ ସେ ଏନ୍ଡିଆରଏଫ ଡିଜି ଥିବା ବେଳେ ଏବେ ତାଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ ମିଳିଛି । କେନ୍ଦ୍ର ସରକାର ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୋରୋର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି । ରାକେଶ ଅସ୍ଥାନା ଦିଲ୍ଲୀ ପୁଲିସ କମିଶନର ହେବା ପରେ ତାଙ୍କ ସ୍ଥାନରେ ସତ୍ୟନାରାୟଣଙ୍କୁ ଏନସିବିର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଓଟିଭିକୁ ସେ କହିଛନ୍ତି, ଦୁଇଟି ଯାକ ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ। ଏନ୍ସିବିର ମୁଖ୍ୟ ଭାବେ ଡ୍ରଗ୍ସ କାରବାରର ମୂଳକୁ ଯାଇ ତାକୁ ଶେଷ କରିବାକୁ ତାଙ୍କର ମିଶନ ଅଛି। ଓଡ଼ିଶାକୁ ସମୁଦ୍ର ପଥରେ ମଧ୍ୟ ଡ୍ରଗ୍ସ ଆସୁଥିବାରୁ ଏହାକୁ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ସତ୍ୟନାରାୟଣ ପ୍ରଧାନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।