ନିଜ ଅସୁସ୍ଥତାକୁ ନେଇ ମୁହଁ ଖୋଲିଲେ ଲୁଲୁଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ସାହୁ ଅସୁସ୍ଥ ଅଛନ୍ତି। ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନମିତା। ସେ କହିଛନ୍ତି,“ମୋ’ ଦିଅର ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିବା ପରେ ଅସହିଷ୍ଣୁ ହୋଇ ପୂର୍ବତନ ବିଧାୟକଙ୍କ ସହ ମିଶି କେତେକ ଲୋକ ମୋ’ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଛନ୍ତି। ଯାହାକୁ ମୁଁ ନିନ୍ଦା କରୁଛି।” ଅନ୍ୟପକ୍ଷରେ […]

puri

Manoranjan Sial
  • Published: Saturday, 02 November 2019
  • , Updated: 02 November 2019, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ସାହୁ ଅସୁସ୍ଥ ଅଛନ୍ତି। ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନମିତା।

ସେ କହିଛନ୍ତି,“ମୋ’ ଦିଅର ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିବା ପରେ ଅସହିଷ୍ଣୁ ହୋଇ ପୂର୍ବତନ ବିଧାୟକଙ୍କ ସହ ମିଶି କେତେକ ଲୋକ ମୋ’ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ପ୍ରଚାର କରୁଛନ୍ତି। ଯାହାକୁ ମୁଁ ନିନ୍ଦା କରୁଛି।”

ଅନ୍ୟପକ୍ଷରେ ଲୁଲୁଙ୍କ ଝିଅ ଉପାସନା କହିଛନ୍ତି-“ମୋ ମାଆଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଆମେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲୁ। ଚିକିତ୍ସା ଚାଲିଥିଲା। ତେବେ ଆଜି ଏନେଇ ଖବର ପ୍ରକାଶ ପାଇବା ପରେ ମେଡିକାଲ୍‌ ଆଗରେ ଶୁଭେଚ୍ଛୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମି ଥିଲା। ଧୀରେ ଧୀରେ ଭିଡ଼ ଜମୁଥିବା ଦେଖି ଚିକିତ୍ସା ଅଧାରୁ ଆମେ ମାଆକୁ ଘରକୁ ନେଇ ଆସିଲୁ। ଏପରି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ। ଯେଉଁମାନେ କାହାର ସ୍ୱାସ୍ଥ୍ୟକୁ ନେଇ ରାଜନୀତି କରୁଛନ୍ତି, ସେମାନଙ୍କୁ ଆମେ ଅନୁରୋଧ କରୁଛୁ, ଦୟାକରି ଏପରି କରନ୍ତୁ ନାହିଁ। ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସହିତ ଖେଳନ୍ତୁ ନାହିଁ।”

Related story