ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ପରୀକ୍ଷା କୁହାଯାଉଥିବା ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଲେ ଓଡ଼ିଆ। ଜଣେ କି ଦୁଇ ଜଣ ନୁହଁନ୍ତି, ଏଥର ବହୁଳ ସଂଖ୍ୟାରେ ଓଡ଼ିଆ ପରୀକ୍ଷାର୍ଥୀ କୃତୀତ୍ୱ ଅର୍ଜନ କରିବା ସହ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ତାମଧ୍ୟରେ ଅଛନ୍ତି ପୂର୍ବତନ ସରପଞ୍ଚଙ୍କ ପୁଅ ତ ଆଉ କିଏ ଦରଜି କାମ କରି ପେଟପୋଷୁଥିବା ବାପା,ମାଙ୍କ ପୁଅ। ଏହି ସଫଳତା ପଛରେ ଅନେକଙ୍କ ରହିଛି ସ୍ୱପ୍ନ ଆଉ ସଂଘର୍ଷର କାହାଣୀ। […]

790-65

790-65

Tapas Behera
  • Published: Tuesday, 04 August 2020
  • Updated: 04 August 2020, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନିକ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ପରୀକ୍ଷା କୁହାଯାଉଥିବା ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଲେ ଓଡ଼ିଆ। ଜଣେ କି ଦୁଇ ଜଣ ନୁହଁନ୍ତି, ଏଥର ବହୁଳ ସଂଖ୍ୟାରେ ଓଡ଼ିଆ ପରୀକ୍ଷାର୍ଥୀ କୃତୀତ୍ୱ ଅର୍ଜନ କରିବା ସହ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ତାମଧ୍ୟରେ ଅଛନ୍ତି ପୂର୍ବତନ ସରପଞ୍ଚଙ୍କ ପୁଅ ତ ଆଉ କିଏ ଦରଜି କାମ କରି ପେଟପୋଷୁଥିବା ବାପା,ମାଙ୍କ ପୁଅ। ଏହି ସଫଳତା ପଛରେ ଅନେକଙ୍କ ରହିଛି ସ୍ୱପ୍ନ ଆଉ ସଂଘର୍ଷର କାହାଣୀ। ଆଜି ପ୍ରକାଶିତ ସିଭିଲ୍ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଦୀପ ସିଂହ ଟପ୍ପର ହୋଇଥିବାବେଳେ ଟପ୍ ଟେନ୍‌ରେ ବି ଅଛନ୍ତି ଓଡ଼ିଆ।

ଅଣଓସାରିଆ ଭଡ଼ା ଘର ଭିତରେ ସିଲେଇ ମେସିନ୍‌ର ଶଦ୍ଦ।  ମେସିନ୍ ଚାଲିଲେ ତେଲ ଲୁଣର ସଂସାର ଚାଲେ । ହେଲେ ଏଭଳି ସଂଘର୍ଷ ଭିତରେ ଯେ ନିଜ ପିଲାଙ୍କୁ ବଡ଼ ମଣିଷ କରାଇବାର କେହି ସ୍ୱପ୍ନ ଦେଖିପାରିବେ, ଭାବିଲେ ବିଶ୍ୱାସ ହେଉନି। କିନ୍ତୁ ଅବିଶ୍ୱାସ ହେଲେ ବି ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଭୁବନେଶ୍ୱର ନୀଳାଦ୍ରି ବିହାରରେ ରହୁଥିବା ମୀନତି । ଟେଲରିଂ କରି କରି ବଡ଼ପୁଅକୁ କରାଇପାରିଛନ୍ତି ବଡ଼ ମଣିଷ । ପୁଅ କୁମାର ବିଶ୍ୱରଂଜନ ଆଜି ପ୍ରକାଶିତ ସର୍ବଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ୧୮୨ ରାଙ୍କ ରଖି କୃତିତ୍ୱ ଅର୍ଜନ କରିଛନ୍ତି । ପୁଅର ଏହି ସଫଳତାରେ ଛଳ ଛଳ ବାପା, ମାଙ୍କ ଆଖି।

ସେହିପରି ରାଉରକେଲା ବିଶ୍ରା ଅଞ୍ଚଳର ମାନସ କୁମାର ସାହୁ। ଜଣେ ପୂର୍ବତନ ସରପଞ୍ଚଙ୍କ ପୁଅ । ପୂର୍ବରୁ ଓଏଏସ୍ ପାଇ ସେ ରାଉରକେଲା ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି । ଏଥ ସେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଅଷ୍ଟମ ରାଙ୍କ ରଖି ଅଭିଷେକ ସରାଫ ଏବଂ ଦଶମ ରାଙ୍କ ରଖି ରାଉରକେଲାର ସଂଜିତା ମହାପାତ୍ର ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେହିପରି ଅଂଶୁମାନ ରାଜ, ଅନୁପ ଦାସ, ନଭଲ କୁମାର ଜୈନ, ଶୈଳଜା ଦାସ, ବେଦଭୂଷଣ, ରାହୁଲ ମିଶ୍ର, ହେମା ନାୟକ, ଆରୁଷୀ ମିଶ୍ର, ଆଶିଷ ଦାସ, ଅଙ୍କିତ ଶଙ୍କର ମିଶ୍ର, ସୋନାଲି ମିଶ୍ର, ଦିବ୍ୟା ମିଶ୍ର, ଅର୍ଘ୍ୟ ପଟ୍ଟନାୟକ, ଜୁବିନ ମହାପାତ୍ର, ସମୀର କୁମାର ଜେନା, ଶିବମ ମିଶ୍ର, ଓମ୍ ପ୍ରସାଦ ମହାନ୍ତି ଏବଂ ବିଭୂତି ଭୂଷଣ ନାୟକ ପ୍ରମୁଖ ଓଡ଼ିଆ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି।

ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୧୯ରେ ସର୍ବଭାରତୀୟ ଟପ୍ପର ହୋଇଛନ୍ତି ହରିୟାଣାର ପ୍ରଦୀପ ସିଂହ। ଦ୍ୱିତୀୟ ସ୍ଥାନରେ ଯତୀନ କିଶୋର ଏବଂ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos