ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କ ବଦଳି ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କ ବଦଳିକୁ ରାଜ୍ୟ ସରକାର ଆଜି ବାତିଲ କରିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶ୍ରୀ ପାଢ଼ୀଙ୍କୁ ଗତ ୨୮ତାରିଖରେ କଟକସ୍ଥିତ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଥିଲା। ମାତ୍ର ଆଜି ଏହି ବଦଳି ଆଦେଶକୁ ବାତିଲ କରାଯାଇ ଶ୍ରୀ ପାଢ଼ୀଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ୍ ଡାକ୍ତର ପ୍ରମୋଦ […]

madhusudanpadhee

madhusudanpadhee

Manoranjan Sial
  • Published: Wednesday, 04 March 2020
  • Updated: 04 March 2020, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କ ବଦଳିକୁ ରାଜ୍ୟ ସରକାର ଆଜି ବାତିଲ କରିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶ୍ରୀ ପାଢ଼ୀଙ୍କୁ ଗତ ୨୮ତାରିଖରେ କଟକସ୍ଥିତ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଥିଲା। ମାତ୍ର ଆଜି ଏହି ବଦଳି ଆଦେଶକୁ ବାତିଲ କରାଯାଇ ଶ୍ରୀ ପାଢ଼ୀଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ୍ ଡାକ୍ତର ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ତେବେ ଅତିରିକ୍ତ ଭାବେ ସେ ତୁଲାଉଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଦାୟିତ୍ୱରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ଗତ ଫେବୃୟାରୀ ୨୮ତାରିଖରେ ଶ୍ରୀ ପାଢ଼ୀ ଓ ଡାକ୍ତର ମେହେର୍ଦ୍ଦାଙ୍କ ବଦଳି ନିର୍ଦ୍ଦେଶ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos