ସମ୍ପତ୍ତି ଲୁଚାଉଛନ୍ତି IAS ବାବୁ, ନିୟମ କରି ଚୁପ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୁଚାଉଛନ୍ତି IAS ବାବୁମାନେ। ତେଣୁ ଜଣାପଡ଼ୁନି ସେମାନଙ୍କ ନାମରେ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। କାହିଁକି ସେମାନେ ଦେଉନାହାନ୍ତି ପୂରା ସମ୍ପତ୍ତି ତାଲିକା ? କ’ଣ ଏହା ପଛର ଉଦ୍ଦେଶ୍ୟ ? ସରକାରୀ ନିୟମକୁ କାହିଁକି ବାବୁମାନେ କରୁଛନ୍ତି ଉଲ୍ଲଂଘନ? ସେମାନଙ୍କ ଉପରେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ? ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଗୋଟିଏ ଟୁଇଟ୍ କରିଥିଲେ। ଯେଉଁଥିରେ ନିର୍ଦ୍ଦେଶ ଥିଲା, ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ […]

lokseba-bhaban

lokseba-bhaban

Niranjan Mishra
  • Published: Wednesday, 21 September 2022
  • Updated: 21 September 2022, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ଲୁଚାଉଛନ୍ତି IAS ବାବୁମାନେ। ତେଣୁ ଜଣାପଡ଼ୁନି ସେମାନଙ୍କ ନାମରେ କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି। କାହିଁକି ସେମାନେ ଦେଉନାହାନ୍ତି ପୂରା ସମ୍ପତ୍ତି ତାଲିକା ? କ’ଣ ଏହା ପଛର ଉଦ୍ଦେଶ୍ୟ ? ସରକାରୀ ନିୟମକୁ କାହିଁକି ବାବୁମାନେ କରୁଛନ୍ତି ଉଲ୍ଲଂଘନ? ସେମାନଙ୍କ ଉପରେ କାହିଁକି ନିଆଯାଉନି କାର୍ଯ୍ୟାନୁଷ୍ଠାନ ?

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ ଗୋଟିଏ ଟୁଇଟ୍ କରିଥିଲେ। ଯେଉଁଥିରେ ନିର୍ଦ୍ଦେଶ ଥିଲା, ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସମସ୍ତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ସର୍ବସାଧାରଣରେ ପ୍ରକାଶ କରିବେ। ଏହି ସମ୍ପତ୍ତି ତାଲିକା ଲୋକ ଦେଖିବେ। ସମସ୍ତ ତଥ୍ୟ ପ୍ରକାଶ ପାଇବ ଓ୍ୱେବସାଇଟରେ। ଏପରିକି ୨୦୧୯ରେ ଲୋକାୟୁକ୍ତ ଆଇନରେ ସଂଶୋଧନ ଅଣାଯିବା ପରେ ସରକାର ଯେଭଳି ଚାହିଁବେ ସେମିତି ଫର୍ମାଟରେ ସବୁ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ ବୋଲି ଆଇନ ହୋଇଛି।

ଏହି ତାଲିକାର ନକଲ ମଧ୍ୟ ଲୋକାୟୁକ୍ତଙ୍କୁ ଦେବାକୁ ନିୟମ ରହିଛି। ବିଳମ୍ବରେ ହେଉ ପଛେ, ରାଜ୍ୟର ପ୍ରାୟ କର୍ମଚାରୀ ଏପରିକି ପଦୋନ୍ନତି ପାଇଥିବା OAS ଓ IAS ମାନେ ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେଉଛନ୍ତି। ସାଧାରଣ ପ୍ରଶାସନ ବିଭାଗର HRMS ପୋର୍ଟାଲରେ ଅପ୍‌ଲୋଡ୍ ବି କରୁଛନ୍ତି। ତେବେ ସିଧାସଳଖ IASରେ ଭର୍ତ୍ତି ଅଫିସରମାନେ କେବଳ ସ୍ଥାବର ସମ୍ପତ୍ତିକୁ କାର୍ମିକ ମନ୍ତ୍ରଣାଳୟ ବା ଡିଓପିଟି ସାଇଟରେ ସାର୍ବଜନୀନ କରୁଥିଲେ ହେଁ ଅସ୍ଥାବର ସଂପତ୍ତିର ତଥ୍ୟ ଦେବାକୁ କୁନ୍ଥୁକୁନ୍ଥ ହେଉଛନ୍ତି।

କିଛି IAS ଦେଇଥିବା ସେମାନଙ୍କ ସ୍ଥାବର ସମ୍ପତ୍ତି ତାଲିକା ଉପରେ ନଜର ପକାଇଲେ ଜଣାପଡ଼େ, ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର ତଥା ମୁଖ୍ୟ ସଚିବ ସୁରେଶ ମହାପାତ୍ର ଚଳିତ ୨୦୨୨ ରିଟର୍ଣ୍ଣରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ ଓ ତାଙ୍କ ପତ୍ନୀଙ୍କ ପାଖରେ ୩ଟି କୋଠା ବା ଫ୍ଲାଟ ରହିଛି।  ତାହା ସହ ରହିଛି ୨ଟି ଜମି ତଥା ପ୍ଲଟ୍। ୨ ହଜାର ବ୍ୟାଚର ଆଇଏଏସ୍ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଓ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଦାଖଲ ସମ୍ପତ୍ତି ତାଲିକାରୁ ଜଣାପଡ଼େ, ୨୦ ବର୍ଷର ଚାକିରି କାଳରେ ଏହି IAS ଦମ୍ପତି କୌଣସି ଫ୍ଲାଟ ବା ପ୍ଲଟ କିଣି ନାହାନ୍ତି। ୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ ଜେନା ଓ ତାଙ୍କ ପତ୍ନୀ ନିଜ ପାଖରେ ୩ଟି ଫ୍ଳାଟ ଓ ୬ଟି ପ୍ଲଟ ରହିଥିବା ଦର୍ଶାଇଛନ୍ତି। ୧୯୮୮ ବ୍ୟାଚର ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ର ଓ ଚାକିରି କରିଥିବା ତାଙ୍କ ପତ୍ନୀଙ୍କ ପାଖରେ ୭ଟି ଫ୍ଲାଟ ଥିବାବେଳେ ରହିଛି ୨ଟି ପ୍ଲଟ। ୧୯୯୦ ବ୍ୟାଚ୍ ଆଇଏଏସ୍ ସଂଜୀବ ଚୋପ୍ରାଙ୍କ ପାଖରେ ଗୋଟିଏ ଫ୍ଲାଟ ଥିବା ବେଳେ ତାଙ୍କ ପତ୍ନୀ ତଥା ୧୯୯୪ ବ୍ୟାଚ୍ IAS ଅଫିସର ରଂଜନା ଚୋପ୍ରାଙ୍କ ପାଖରେ ରହିଛି ୨ଟି ଫ୍ଲାଟ।

ସେହିପରି ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ହେମନ୍ତ ଶର୍ମା ଓ ତାଙ୍କ ପତ୍ନୀଙ୍କ ନାଁରେ ୩ଟି ଫ୍ଲାଟ ଓ ଗୋଟିଏ ପ୍ଲଟ୍ ରହିଛି। ହେଲେ ଆଶ୍ଚଯର୍ୟର କଥା ହେଉଛି, ଏହି ଆଇଏଏସ୍ ଅଧିକାରୀମାନଙ୍କ ପାଖରେ ଏବେ କେତେ ଅସ୍ଥାବର ସମ୍ପତ୍ତି ଅର୍ଥାତ କେତେ ଟଙ୍କାର ବ୍ୟାଙ୍କ ଜମା, ସେୟାର, ସୁନା ଗହଣା, ନଗଦ ଟଙ୍କା ରହିଛି, କେହି ବି ସର୍ବସାଧାରଣରେ ପ୍ରକାଶ କରିନାହାଁନ୍ତି।

ଏନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ-୧୯୬୮ କହୁଛି, ସର୍ବଭାରତୀୟ ସେବାର ପ୍ରତ୍ୟେକ ଅଧିକାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। ପ୍ରତ୍ୟେକ ବର୍ଷ ଜାନୁୟାରୀ ୩୧ ସୁଦ୍ଧା କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ସମସ୍ତ ସମ୍ପତ୍ତି ତାଲିକା ପଠାଇବେ। କିନ୍ତୁ ଓଡ଼ିଶାର କିଛି IASଙ୍କ ସହ IPS ଅଧିକାରୀ ସ୍ଥାବର ସମ୍ପତ୍ତି ବ୍ୟତୀତ ଅସ୍ଥାବର ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ଏହା ବିଧିବଦ୍ଧ ଏକ ଚକ୍ରାନ୍ତ।

ଏଭଳି ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ନିୟମ କରି କାହିଁକି ଚୁପ୍ ବସିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story