୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ

ନୂଆପଡ଼ା(ମାୟାଧର ସରାଫ): ଲାଞ୍ଚ ଲୋଭ ହେଲା କାଳ। ୮୦ ହଜାର ଟଙ୍କା  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡା ସିନାପାଲି ବ୍ଲକ ଆଇସିଡିଏସ୍ ସୁପରଭାଇଜର ହର୍ଷମଣି ଦେଇ। ଭିଜିଲାନ୍ସ ହର୍ଷମଣିଙ୍କ ଅଁଲାଭଟାସ୍ଥିତ ଘର, ଖଡିଆଳ ଘର, ସିନାପାଲି ଭଡାଘର  ଓ ଅଫିସରେ  ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁସାରେ, ହର୍ଷମଣି ସାଗୁନଭାଡି-୨ ଅଙ୍ଗନବାଡି କେନ୍ଦ୍ରରେ ବିକାଶ ରଞ୍ଜନ ବାଗଙ୍କ ଭଉଣୀଙ୍କୁ ନିଯୁକ୍ତି ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏନେଇ ବିକାଶ ଭିଜିଲାନ୍ସ ନିକଟରେ ଅଭିଯୋଗ […]

vigilance raid

Tapaswini Nayak
  • Published: Monday, 22 November 2021
  • , Updated: 22 November 2021, 03:20 PM IST

ନୂଆପଡ଼ା(ମାୟାଧର ସରାଫ): ଲାଞ୍ଚ ଲୋଭ ହେଲା କାଳ। ୮୦ ହଜାର ଟଙ୍କା  ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡା ସିନାପାଲି ବ୍ଲକ ଆଇସିଡିଏସ୍ ସୁପରଭାଇଜର ହର୍ଷମଣି ଦେଇ। ଭିଜିଲାନ୍ସ ହର୍ଷମଣିଙ୍କ ଅଁଲାଭଟାସ୍ଥିତ ଘର, ଖଡିଆଳ ଘର, ସିନାପାଲି ଭଡାଘର  ଓ ଅଫିସରେ  ଚଢ଼ାଉ କରିଛି।

ମିଳିଥିବା ସୂଚନା ଅନୁସାରେ, ହର୍ଷମଣି ସାଗୁନଭାଡି-୨ ଅଙ୍ଗନବାଡି କେନ୍ଦ୍ରରେ ବିକାଶ ରଞ୍ଜନ ବାଗଙ୍କ ଭଉଣୀଙ୍କୁ ନିଯୁକ୍ତି ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏନେଇ ବିକାଶ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ହର୍ଷମଣିଙ୍କୁ ଧରିବା ପାଇଁ ଯୋଜନା ମୁତାତକ ନିର୍ଦ୍ଧାରିତ ସ୍ଥାନରେ ଲୁଚି ରହିଥିଲା।  ଆଜି ହର୍ଷମଣି ସିନାପାଲି ବସଷ୍ଟାଣ୍ଡ ନିକଟରୁ ବିକାଶଙ୍କ ପାଖରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ।

ପରେ ଭିଜିଲାନ୍ସ ପକ୍ଷରୁ ହର୍ଷମଣିଙ୍କ ଅଁଲାଭଟାସ୍ଥିତ ଘର, ଖଡିଆଳ ଘର, ସିନାପାଲି ଭଡାଘର ଏବଂ ଅଫିସରେ ଚଢାଉ କରିଥିଲେ। ନୂଆପଡା, ମାଲକାନଗିରି, ନବରଙ୍ଗପୁର ଓ ଜୟପୁର ଭିଜିଲାନସ୍ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି।

 

 

Related story