ଇଚ୍ଛାଧୀନ କୋଟା ଫ୍ଲାଟ୍ ଓ ପ୍ଲଟ୍ ଆବଣ୍ଟନ ମାମଲା: କାର୍ଯ୍ୟାନୁଷ୍ଠାନ ଆରମ୍ଭ, ୫୦ ହିତାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଇଚ୍ଛାଧୀନ କୋଟା ଫ୍ଲ।ଟ୍ ଓ ପ୍ଲଟ୍ ଆବଣ୍ଟନ ମାମଲାରେ ତାରାଦତ୍ତ ଟାସ୍କଫର୍ସ କମିଟି ସୁପାରିଶ ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟର ସିଙ୍ଗଲ ଆଲଟମେଣ୍ଟ ପାଇଥିବା ୫୦ରୁ ଅଧିକ ହିତାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଡିଏ। ବିଡିଏ ଉପାଧ୍ୟକ୍ଷ କିଷନ କୁମାର ‘ଓଟିଭି’କୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଇଚ୍ଛାଧୀନ କୋଟାକୁ ନେଇ ମତାମତ ରଖିବାକୁ ଏମାନଙ୍କୁ କୁହାଯାଇଛି। ଯଦି ସେମାନେ ପକ୍ଷ ରଖିବାକୁ […]

bda

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 03:52 PM IST

ଭୁବନେଶ୍ୱର: ଇଚ୍ଛାଧୀନ କୋଟା ଫ୍ଲ।ଟ୍ ଓ ପ୍ଲଟ୍ ଆବଣ୍ଟନ ମାମଲାରେ ତାରାଦତ୍ତ ଟାସ୍କଫର୍ସ କମିଟି ସୁପାରିଶ ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟର ସିଙ୍ଗଲ ଆଲଟମେଣ୍ଟ ପାଇଥିବା ୫୦ରୁ ଅଧିକ ହିତାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଡିଏ। ବିଡିଏ ଉପାଧ୍ୟକ୍ଷ କିଷନ କୁମାର ‘ଓଟିଭି’କୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ଇଚ୍ଛାଧୀନ କୋଟାକୁ ନେଇ ମତାମତ ରଖିବାକୁ ଏମାନଙ୍କୁ କୁହାଯାଇଛି। ଯଦି ସେମାନେ ପକ୍ଷ ରଖିବାକୁ ଚାହାନ୍ତି ତେବେ ସୁଯୋଗ ମଧ୍ୟ ଦିଆଯିବ। ଏଥିପାଇଁ ୩୦ ଦିନ ସମୟ ରହିଛି। ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ସିଙ୍ଗଲ ଆଲଟମେଣ୍ଟ ନେଇ ଟ୍ରାନସଫର୍ କରିଥିବା ହିତାଧୀକାରୀଙ୍କୁ ନୋଟିସ ଦିଆଯିବ। ଅନ୍ୟପକ୍ଷରେ ଇଛାଧୀନ କୋଟାରେ ଏକାଧିକ ଫ୍ଲ।ଟ ଓ ପ୍ଲଟ ଆବଣ୍ଟନ ମାମଲାରେ ଭିଜିଲାନସ ତଦନ୍ତ ଜାରି ରହିଛି। ଏକାଧିକ ଆବଣ୍ଟନ ମାମଲାରେ ବିଡିଏ ତରଫରୁ ଭିଜିଲାନ୍ସକୁ ୩୧୨ଟି ଫାଇଲ୍ ଦିଆଯାଇଛି।

Related story