ଅନ୍ଧାରୁଆରେ ହେବ iconic ଆଦର୍ଶ  ବିଦ୍ୟାଳୟ, ଖର୍ଚ୍ଚ ହେବ ୧୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ  ବିଦ୍ୟାଳୟ ।  ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି  ବିଦ୍ୟାଳୟରେ  ଯୁକ୍ତ ଦୁଇ ଶିକ୍ଷାଦାନ  କରାଯିବ । ଆସନ୍ତା କାଲି ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ। ୧୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏଡି ବିଦ୍ୟାଳୟରେ ଶ୍ରେଣୀ ଏକାଦଶ ଓ ଦ୍ୱାଦଶ ପିଲା ପାଠ ପଢ଼ିବେ। ଉଭୟ କ୍ଲାସରେ ୫୦୦ ଲେଖାଏ ପିଲା ପାଠ ପଢ଼ିବେ।  ରାଜ୍ୟରେ […]

samir-das

Niharika Rout
  • Published: Saturday, 04 September 2021
  • , Updated: 04 September 2021, 11:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ  ବିଦ୍ୟାଳୟ ।  ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି  ବିଦ୍ୟାଳୟରେ  ଯୁକ୍ତ ଦୁଇ ଶିକ୍ଷାଦାନ  କରାଯିବ । ଆସନ୍ତା କାଲି ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ।

୧୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଏଡି ବିଦ୍ୟାଳୟରେ ଶ୍ରେଣୀ ଏକାଦଶ ଓ ଦ୍ୱାଦଶ ପିଲା ପାଠ ପଢ଼ିବେ। ଉଭୟ କ୍ଲାସରେ ୫୦୦ ଲେଖାଏ ପିଲା ପାଠ ପଢ଼ିବେ।  ରାଜ୍ୟରେ ଥିବା ୩୧୪ ଆଦର୍ଶ ବିଦ୍ୟାଳୟରୁ ବଛା  ବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାକୁ ସୁଯୋଗ ପାଇବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର  ଦାଶ ।

iconic ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଗତ ବର୍ଷ ସୂଚନା ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ସମଗ୍ର ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ସୁଯୋଗ ପାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

 

Related story