ଭୋଟ୍ ଦେବା ପାଇଁ କେବଳ ଚିରିକୁଟି ନୁହେଁ ପରିଚୟ ପତ୍ର ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ହେଉଥିବା ଭୋଟଗ୍ରହଣ ନିମନ୍ତେ ଭୋଟରଙ୍କୁ ନିଜସ୍ୱ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। କେବଳ ଚିରିକୁଟି କିମ୍ବା ଫଟୋଯୁକ୍ତ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଭୋଟ୍ ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି। ଭୋଟରମାନେ ୧୨ଟି […]

election-1

Tapas Behera
  • Published: Saturday, 31 October 2020
  • , Updated: 31 October 2020, 06:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ୩ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ହେଉଥିବା ଭୋଟଗ୍ରହଣ ନିମନ୍ତେ ଭୋଟରଙ୍କୁ ନିଜସ୍ୱ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। କେବଳ ଚିରିକୁଟି କିମ୍ବା ଫଟୋଯୁକ୍ତ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଭୋଟ୍ ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି। ଭୋଟରମାନେ ୧୨ଟି ବିକଳ୍ପ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରି କ୍ଷେତ୍ରର ଫଟୋଯୁକ୍ତ ପରିଚୟପତ୍ର, ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ ପାସବୁକ, ନରେଗା ଜବକାର୍ଡ, ଫଟୋଥିବା ପେନସନ ଦସ୍ତାବିଜ, ଏନପିଆର ସ୍ମାର୍ଟକାର୍ଡ, ପାସପୋର୍ଟ, ପାନକାର୍ଡ ଓ ଆଧାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Related story