ପୁରୀରେ ପୁଲିସ୍‌ ହେପାଜତରେ ଯୁବକ ମୃତ୍ୟୁ ଘଟଣା, ଆଇଜିଙ୍କ ତଦନ୍ତ ଆରମ୍ଭ

ପୁରୀ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର । ପୁରୀରେ ଏସ୍‌ପି, ବରିଷ୍ଠ ଅଧିକାରୀଙ୍କ ସହ […]

puri

Niharika Rout
  • Published: Friday, 20 November 2020
  • , Updated: 20 November 2020, 09:20 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁଲିସ୍‌ ହେପାଜତରେ ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଗତକାଲି ପୁରୀ ସହରରେ ଦେଖାଯାଇଥିଲା ଉତ୍ତେଜନା । ଏହି ଘଟଣାକୁ ନେଇ ପୁରୀରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌-ପବ୍ଲିକ । ବିଭିନ୍ନ ମହଲରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ପରେ ଗତକାଲି ପୁରୀ ଯାଇ ଘଟଣାର ସମୀକ୍ଷା କରିଛନ୍ତି ଆଇଜି ଇନ୍‌ଚାର୍ଜ ଏସ୍ ପ୍ରବୀଣ କୁମାର । ପୁରୀରେ ଏସ୍‌ପି, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସେଳି ସାହି ଥାନା ପୁଲିସ୍‌ ନାଁରେ ଆସିଥିବା ଅଭିଯୋଗକୁ ବୁଝିବା ସହ ଜାତୀୟ ମାନବଧିକାର କମିଶନଙ୍କ ଗାଇଡଲାଇନ୍‌କୁ ଅନୁସରଣ କରିବାକୁ କହିଛନ୍ତି ଆଇଜି ।

ପୁରୀ ବାସେଳି ସାହି ଥାନା ଅଞ୍ଚଳର କେ. ରମେଶ ନାମକ ଯୁବକଙ୍କୁ  ପୁଲିସ୍‌ ଉଠାଇ ନେଇଥିବା ବେଳେ ପରିବାର ଲୋକଙ୍କୁ ମିଳିଲା ପୁଅ ମୃତ୍ୟୁର ଖବର । ଏପରିକି ଅଧିକ ଉତ୍ତେଜନା ଆଶଙ୍କାରେ ତରବରିଆ ଭାବେ ମୃତକଙ୍କ ବାପାଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର କରାଯାଇଥିଲା।  ଏହି ଖବର ପ୍ରଚାରିତ ହେବା ପରେ ଗତକାଲି ପୁରୀ ସହର ଏକ ପ୍ରକାର ଋଣକ୍ଷେତ୍ରରେ ପରିଣତ ହୋଇଥିଲା।  ପୁଲିସ୍‌- ପବ୍ଲିକ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଖଣ୍ଡ ଯୁଦ୍ଧ।

ବାସେଳିସାହି ପୁଲିସ୍‌ର ଥାର୍ଡ ଡିଗ୍ରୀ ଯୋଗୁ ରମେଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ସାଙ୍ଗକୁ ଧାରଣା ଦେଇଥିଲେ ସ୍ଥାନୀୟ ଲୋକେ, ସମ୍ପର୍କୀୟ।  ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଦାବିପତ୍ର ଦେଇଛି ବାର ଆସୋସିଏସନ୍ । ତାସହ ଆଇଆଇସିଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ ଦାବି କରିଛି ।

ସେପଟେ ଏକ ପ୍ରେସ୍‌ ମିଟରେ ପୁରୀ ଏସ୍‌ପି କହିଛନ୍ତି, ମୃତ ରମେଶ ବୁଧବାର ରାତିରେ  ମାରଣାସ୍ତ୍ର ଧରି ବୁଲୁଥିବା ଖବର ଥିଲା । ତାଙ୍କୁ ଧରିବାବେଳେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା । ସେଥିରେ ତାର ମୃତ୍ୟୁ ହେବା ସହ କିଛି ପୁଲିସ୍‌ ମଧ୍ୟ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଦଫା ୩୦୭ରେ ଥାନାରେ ଏକ ମାମଲା ରୁଜୁ ହୋଇଛି । NHRCର ଗାଇଡଲାଇନ ଅନୁସାରେ ପୁରା ଘଟଣାର ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି।

Related story