IICଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ୬ ଗିରଫ

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ଗ୍ରାମବାସୀ। ଅଳ୍ପକେ ବର୍ତ୍ତିଲେ ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନାରେ। ଆକ୍ରମଣର ଶିକାର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନାର ଆଇଆଇସି ରଂଜିତ କୁମାର ମୁନି। ଲୋକଙ୍କ ଆକ୍ରମଣରେ ତାଙ୍କର ମୁହଁରେ ଆଘାତ ଲାଗିଛି। ତାଙ୍କ ବ୍ୟତୀତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ଥାନା ଅଧିକାରୀ ରଂଜିତ କୁମାର ମୁନି ମେରାମାହା […]

manas

Ranjit Kumar Jena
  • Published: Sunday, 01 November 2020
  • , Updated: 02 November 2020, 11:24 AM IST

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଆଇଆଇସିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ଗ୍ରାମବାସୀ। ଅଳ୍ପକେ ବର୍ତ୍ତିଲେ ଆଇଆଇସି ଓ ଅନ୍ୟ ପୁଲିସ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନାରେ। ଆକ୍ରମଣର ଶିକାର ହୋଇଛନ୍ତି ବ୍ରାହ୍ମଣୀଗାଁ ଥାନାର ଆଇଆଇସି ରଂଜିତ କୁମାର ମୁନି।

ଲୋକଙ୍କ ଆକ୍ରମଣରେ ତାଙ୍କର ମୁହଁରେ ଆଘାତ ଲାଗିଛି। ତାଙ୍କ ବ୍ୟତୀତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ଥାନା ଅଧିକାରୀ ରଂଜିତ କୁମାର ମୁନି ମେରାମାହା ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପାଇ ପାଟ୍ରୋଲିଂ ରେ ଯାଇଥିଲେ। ଏହି ସମୟରେ ଥାନା ଅଧିକାରୀ ଫେରିବା ସମୟରେ ମେରାମାହା ଗ୍ରାମବାସୀ ଛକରେ କାଠଗଣ୍ଡି ଓ ପଥର ରଖି ରାସ୍ତା ଅବୋରୋଧ କରିବା ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।

ଏହା ସହ ଆକ୍ରମଣକାରୀ ପୁଲିସ ଗାଡିକୁ ଭାଙ୍ଗିଦେବା ସହ ଗାଡି ଛାଡି ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ଅନ୍ୟ ଏକ ଅଟୋ ସାହାଯ୍ୟରେ ଥାନାରେ ପହଁଚି ଥିଲେ। ଖବର ପାଇ ବାଲିଗୁଡା SDPO ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ଗାଁର ୬ ଜଣ ଲୋକଙ୍କୁ ଗିରଫ କରିଛନ୍ତି।

Related story