ବିପଦ ବେଳେ ବନ୍ଧୁ: ଜଣେ ପୁଲିସ ବାବୁ, ଆଉ ଜଣେ ଶିକ୍ଷକ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ବିପଦ ବେଳେ ବନ୍ଧୁ…। ଜଣେ ପୁଲିସ ଅଧିକାରୀ ହୋଇଥିବା ବେଳେ ଆଉ ଜଣେ ଶିକ୍ଷକ। ବାତ୍ୟା ‘ୟାସ୍‌’ ପୂର୍ବରୁ ହେଉଥିବା ସ୍ଥାନାନ୍ତର ବେଳେ ଦୁଇ ଜଣ ବୃଦ୍ଧା ଚାଲିପାରୁ ନଥିଲେ। ଏପରି ସମୟରେ ଆଇଆଇସି ଶ୍ରୀକାନ୍ତ ବାରିକ ଓ ଶିକ୍ଷକ ଦୁର୍ଜୟ ମହାରଣା ପୃଥକ୍‌ ସ୍ଥାନରେ ଭାରରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଛନ୍ତି। କରୋନା ମହାମାରୀ ଓ ବାତ୍ୟା ବେଳେ ଏପରି ମହାନତା ଦେଖାଇଥିବା ଦୁଇ ଅଧିକାରୀଙ୍କୁ ଆମର ଶହେ […]

Kendrapara

Manoranjan Sial
  • Published: Tuesday, 25 May 2021
  • , Updated: 25 May 2021, 10:06 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ବିପଦ ବେଳେ ବନ୍ଧୁ...। ଜଣେ ପୁଲିସ ଅଧିକାରୀ ହୋଇଥିବା ବେଳେ ଆଉ ଜଣେ ଶିକ୍ଷକ। ବାତ୍ୟା ‘ୟାସ୍‌’ ପୂର୍ବରୁ ହେଉଥିବା ସ୍ଥାନାନ୍ତର ବେଳେ ଦୁଇ ଜଣ ବୃଦ୍ଧା ଚାଲିପାରୁ ନଥିଲେ। ଏପରି ସମୟରେ ଆଇଆଇସି ଶ୍ରୀକାନ୍ତ ବାରିକ ଓ ଶିକ୍ଷକ ଦୁର୍ଜୟ ମହାରଣା ପୃଥକ୍‌ ସ୍ଥାନରେ ଭାରରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଛନ୍ତି। କରୋନା ମହାମାରୀ ଓ ବାତ୍ୟା ବେଳେ ଏପରି ମହାନତା ଦେଖାଇଥିବା ଦୁଇ ଅଧିକାରୀଙ୍କୁ ଆମର ଶହେ ସଲାମ୍‌। ଆଜି ଏପରି ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି।

ବାତ୍ୟା ‘ୟାସ୍‌’ର ପ୍ରଭାବ କେନ୍ଦ୍ରାପଡ଼ା ଜିଲ୍ଲାରେ ପଡ଼ିବ। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ବର୍ଷା ଓ ପବନ ଆରମ୍ଭ ହେଲାଣି। ଯାହାକୁ ଦେଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ସମୁଦ୍ର କୂଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ନିଆଯାଉଛି। ହେଲେ ରାଜନଗର ବ୍ଲକ୍‌ ବାଘମାରୀ ଗାଁର ୯୧ ବର୍ଷୀୟା ବୃଦ୍ଧା ଅମରାବତୀ କିନ୍ତୁ କାଦୁଅ ରାସ୍ତାରେ ଚାଲି ପାରୁନଥିଲେ। ବୃଦ୍ଧାଙ୍କୁ ଭାରରେ ନେବା ପାଇଁ ୪ ଜଣ ଲୋକ ଦରକାର। ଏପରି ସମୟରେ ପରିବାର ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଥିଲେ ସାମୁଦ୍ରିକ ଥାନା ତାଳଚୁଆ ଆଇଆଇସି ଶ୍ରୀକାନ୍ତ ବାରିକ। ବୃଦ୍ଧାଙ୍କୁ ଭାର କରି ବାଘମାରୀ ସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଛାଡ଼ି ଥିଲେ।

ମହାମାରୀ କରୋନା ଓ ବାତ୍ୟା ବେଳେ ଆଉ ଜଣେ ବନ୍ଧୁ ହେଉଛନ୍ତି ଭେକ୍ଟା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଜୟ ମହାରଣା। ବ୍ଲକ ଭେକ୍ଟା ଗାଁର ଜଣେ ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଅକ୍ଷମ ପ୍ରକାଶ କରିଥିଲେ। ଏପରି ସମୟରେ ପ୍ରଧାନଶିକ୍ଷକ ଦୁର୍ଜୟ ମହାରଣା ବନ୍ଧୁ ସାଜିଥିଲେ। ସମ୍ପୃକ୍ତ ବୃଦ୍ଧାଙ୍କୁ ବାଉଁଶ ଝୁଲାରେ ବୋହି ବାତ୍ୟ ଆଶ୍ରୟସ୍ଥଳୀ ପହଞ୍ଚାଇଥିଲେ।

ଦୁଇ ସରକାରୀ କର୍ମଚାରୀଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି।

Related story