ଟଙ୍କା ମୂଲଚାଲ କରୁଛନ୍ତି ଆଇଆଇସି ! ଭିଡିଓ ଭାଇରାଲ  

ବାରିପଦା( ମାଣିକ ଲାଲ ପାଣି):  ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୂଲଚାଲ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୂଲଚାଲ କରୁଥିବା ଦେଖିବାକୁ ମିଳିଛି। ମୋରମ ଖାଦାନରେ ଚଢାଉ ନକରିବା, ପୂର୍ବରୁ ହୋଇଥିବା ମାମଲା ରଫାଦଫା କରିବା ଏବଂ ଆଗକୁ ତହସିଲ କର୍ମଚାରୀଙ୍କ ସହ ସେଟିଙ୍ଗ ପାଇଁ ନିବେଦନ କରିବା ସହିତ […]

y90

Tapas Behera
  • Published: Tuesday, 12 November 2019
  • , Updated: 13 November 2019, 10:23 AM IST

ବାରିପଦା( ମାଣିକ ଲାଲ ପାଣି):  ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୂଲଚାଲ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୂଲଚାଲ କରୁଥିବା ଦେଖିବାକୁ ମିଳିଛି।

ମୋରମ ଖାଦାନରେ ଚଢାଉ ନକରିବା, ପୂର୍ବରୁ ହୋଇଥିବା ମାମଲା ରଫାଦଫା କରିବା ଏବଂ ଆଗକୁ ତହସିଲ କର୍ମଚାରୀଙ୍କ ସହ ସେଟିଙ୍ଗ ପାଇଁ ନିବେଦନ କରିବା ସହିତ ଏନେଇ ଟଙ୍କା ମୂଲଚାଲ କରୁଥିବାର ଭିଡିଓ ଦେଖିବାକୁ ମିଳିଛି । ଆଇଆଇସି ଜଣକ ନିଜ ଅଫିସ୍ ଚାମ୍ବରରେ ବସି ଆଲୋଚନା କରୁଥିବା ବେଳେ ଭିଡିଓରେ ଥିବା ଅନ୍ୟ ଜଣେ ବ୍ୟକ୍ତି ବର୍ତ୍ତମାନ ୧୦ ହଜାର ଏବଂ ପରେ ମାସିକ ୫୦ ହଜାର ଟଙ୍କା ଦେବେ ବୋଲି କହୁଥିବା ଶୁଣିବାକୁ ମିଳିଛି ।

ତେବେ ବଡ଼ସାହି ଥାନା ଆଇଆଇସି କେଉଁ ପରିସ୍ଥିତିରେ ଏଭଳି ମୂଲଚାଲ କରୁଛନ୍ତି ଏବଂ କିଏ ଏହାକୁ ଭାଇରାଲ କରିଛି, ତାହା ଜଣାପଡିନାହିଁ।  ସେହିଭଳି ଅନ୍ୟ ଏକ ଭିଡିଓରେ ଆଇଆଇସି ଜଣଙ୍କ ବଡ଼ସାହି ଅଞ୍ଚଳର ଜଣେ ବାଲି ଖାଦାନ ବେପାରୀଙ୍କ ସହ ଟଙ୍କା ଦେଣନେଣ ନେଇ ପାଟିତୁଣ୍ଡ ଲାଗୁଥିବାର ଭିଡିଓ ଭାଇରାଲ ହୋଇଛି। ତେବେ ଏନେଇ ସମ୍ପୃକ୍ତ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related story