ଆଇଆଇଏମ୍ ପାଠପଢା ନେଇ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ କେବେ ଆରମ୍ଭ ହେବ କ୍ଲାସ୍ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ତାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ କ୍ଲାସ ଆରମ୍ଭ ହୋଇଛି।  ବିଶାଖାପାଟଣା, ସମ୍ୱଲପୁର ଓ ଶ୍ରୀମୁରରରେ କ୍ଲାସ ଆରମ୍ଭ ହୋଇନାହିଁ। ସମ୍ୱଲପୁର ପାଇଁ […]

IIM1

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 07:17 AM IST

ଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ କେବେ ଆରମ୍ଭ ହେବ କ୍ଲାସ୍ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ସମ୍ୱଲପୁରରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉ ନ ଥିବାରୁ ତାକୁ ନେଇ ସମସ୍ୟା ବଢିବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ। ସେପଟେ ନୂଆକରି ଆରମ୍ଭ ହୋଇଥିବା ୬ ଆଇଆଇଏମରୁ ବର୍ତ୍ତମାନ ସୁଦ୍ଧା ୩ ଆଇଆଇଏମରେ କ୍ଲାସ ଆରମ୍ଭ ହୋଇଛି।  ବିଶାଖାପାଟଣା, ସମ୍ୱଲପୁର ଓ ଶ୍ରୀମୁରରରେ କ୍ଲାସ ଆରମ୍ଭ ହୋଇନାହିଁ। ସମ୍ୱଲପୁର ପାଇଁ ଚିନ୍ତା ଜନକ ସ୍ଥିତି ହେଉଛି  ମୋଟ୍ ୬୦ ଟି ସିଟ୍ ରହିଥିବା ବେଳେ ଆଡମିଶନ କରିଛନ୍ତି ମାତ୍ର ୧୨ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରୁ ୫ ଜଣ ଏବେ ସମ୍ୱଲପୁର ଆସିବାକୁ ରାଜି ହେଉନାହାନ୍ତି। ମିଳିଥିବା ସୂଚନା ଅନୁସାରେ ଏତେ କମ୍ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଇନ୍ଦୋର କର୍ତ୍ତୃପକ୍ଷ।

Related story