ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି। ତାଙ୍କ ନାଁ ନୃସିଂହ ନାୟକ। ତାଙ୍କ ନିଜ ଘର ସରକନ୍ତରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୁଲିସ୍ ତାଙ୍କୁ ଗିରଫ କରିଛି।
ନୃସିଂହଙ୍କ ଠାରୁ ତିନିଟି ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଛି। ଏହା ସହିତ ଗୁଳି, ବିପୁଳ ପରିମାଣର ବାରୁଦ ଓ ବନ୍ଧୁକ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଜବତ କରାଯାଇଛି।
ଗତକାଲି ନୃସିଂହଙ୍କ ସରକାରୀ କ୍ୱାର୍ଟର୍ସ ଭିତରୁ ଜୋରରେ ଶବ୍ଦ ଶୁଣାଯାଇଥିଲା। ଏ ନେଇ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ତା’ପରେ ବନ୍ଧୁକ ତିଆରି କାରଖାନାର ଗୁମର ଫିଟିଥିଲା। ତେବେ କଞ୍ଚାମାଲ କେଉଁଠୁ ଆସୁଥିଲା, କେତେ ଦିନ ହେଲାଣି ଏଠାରେ ଏ କାରଖାନା ଚାଲିଥିଲା ଓ କେଉଁଠି ବନ୍ଧୁକ ବିକ୍ରି କରାଯାଉଥିଲା- ଏସବୁ ନେଇ କମିଶନରେଟ୍ ପୁଲିସ୍ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।