ବାହାରକୁ ଚୋରା ଚାଲାଣ ହେଉଛି ଧାନ; ୨ ଟ୍ରକ୍‌ ଜବତ

ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ଧାନ ବିକ୍ରି ବଟାରେ ସମସ୍ୟା ପରେ ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଚାଲାଣ ହେଉଛି ଖରିଫ୍ ଧାନ। ଅଧିକ ମୂଲ୍ୟ ଏବଂ ନଗଦ ଟଙ୍କାର ପ୍ରଲୋଭନ ଦେଖାଇ ପଡ଼ୋଶୀ ରାଜ୍ୟକୁ ଧାନ ଚୋରାଚାଲାଣ କରୁଛନ୍ତି ଦଲାଲ୍ । ଯାହାର ପ୍ରମାଣ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜିଲ୍ଲା ଯୋଗାଣ ବିଭାଗ ଗତକାଲି ରାତିରେ ଚଢ଼ଉ କରିବା ସହ ମାଝିଗୁଡ଼ାଠାରେ ୨ଟି ଧାନ ବୋଝେଇ ଟ୍ରକକୁ ଧରିଛି। ଜବତ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରେ […]

dhana

dhana

Niharika Rout
  • Published: Saturday, 30 November 2019
  • Updated: 30 November 2019, 08:47 AM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ଧାନ ବିକ୍ରି ବଟାରେ ସମସ୍ୟା ପରେ ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଚାଲାଣ ହେଉଛି ଖରିଫ୍ ଧାନ। ଅଧିକ ମୂଲ୍ୟ ଏବଂ ନଗଦ ଟଙ୍କାର ପ୍ରଲୋଭନ ଦେଖାଇ ପଡ଼ୋଶୀ ରାଜ୍ୟକୁ ଧାନ ଚୋରାଚାଲାଣ କରୁଛନ୍ତି ଦଲାଲ୍ । ଯାହାର ପ୍ରମାଣ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ଜିଲ୍ଲା ଯୋଗାଣ ବିଭାଗ ଗତକାଲି ରାତିରେ ଚଢ଼ଉ କରିବା ସହ ମାଝିଗୁଡ଼ାଠାରେ ୨ଟି ଧାନ ବୋଝେଇ ଟ୍ରକକୁ ଧରିଛି। ଜବତ ଟ୍ରକ ମଧ୍ୟରୁ ଗୋଟିଏ ଟ୍ରକରେ ୩ଶହ କ୍ୱିଣ୍ଟାଲ ଏବଂ ଅନ୍ୟ ଏକ ଟ୍ରକରେ ୨୪୭ କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଥିଲା । ଏସବୁ ଧାନ ଉମରକୋଟ ବ୍ଲକ ଜାମରଣ୍ଡା ପଞ୍ଚାୟତ ୟୁଭି ୧୪ର ସରକାର ଟ୍ରେଡର୍ସ ସଂସ୍ଥାର ବୋଲି ଜଣାପଡ଼ିଛି। ଯାହାକୁ କ୍ୱିଣ୍ଟାଲ ପିଛା ୧୬୧୪ ଟଙ୍କାରେ କିଣାଯାଇଥିଲା ବୋଲି ସୂଚନା ପାଇଛି ଯୋଗାଣ ବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos