ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଲକଡାଉନ ସମୟରେ ବଢିଚାଲିଛି ଚୋରା ନିଶା କାରବାର । ଅଭିନବ ଉପାୟରେ ବେଆଇନ ନିଶା ବେପାର କରୁଛନ୍ତି ମାଫିଆ। ବଲାଙ୍ଗିର ସହର ଭିତରେ ଅଭିନବ ଉପାୟରେ କୋଲଡ୍ରିଙ୍କସ୍ ବୋତଲରେ ରନ୍ଧା ମଦ ବିକ୍ରୀ କରୁଥିବା ଜଣେ ବେପାରୀକୁ କାବୁ କରିଛି ଟାଉନ ପୁଲିସ । ବଲାଙ୍ଗୀର ଏସପି ସନ୍ଦୀପ ସଂପଦ ଏବଂ ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ସହରର ବିଭିନ୍ନ ଜାଗାରେ ଚଢଉ କରି ନିଶା ବେପାରୀ ଏବଂ ସଟ୍ଟା ବେପାରୀ ମାନଙ୍କୁ କାବୁ କରାଯାଉଛି।
ଏଥିପାଇଁ ଗଠନ ହୋଇଥିବା ସ୍ପେସିଆଲ ଟିମ ପାଖକୁ ଖବର ଆସିଥିଲା ଯେ, ସହରର ଖରସେଲପଡାର କିଶୋର ଠେଲା ନାମରେ ଜଣେ ବ୍ୟକ୍ତି ବେଆଇନ ଭାବରେ ମଦ ବିକ୍ରୀ କରୁଛି । ପୁଲିସର ସ୍ୱତନ୍ତ୍ର ଟିମ କିଶୋର ଠୋଲାରଙ୍କ ଘର ଉପରେ ଚଢଉ କରିଥିଲେ । ସେଠାରୁ ୨୦୦ ଏମ.ଏଲର ଶୋଡା ଏବଂ କୋଲଡ୍ରିଙ୍କସ ବୋତଲରେ ରନ୍ଧା ମଦ ଭର୍ତ୍ତି କରି, ବୋତଲ ପିଛା ୪୦ ଟଙ୍କାରେ ବିକ୍ରୀ କରୁଥିଲେ କିଶୋର । ପ୍ରାୟ ୫୦ ରୁ ଅଧିକ ମଦ ଭର୍ତ୍ତି ବୋତଲ ଏବଂ ଶହ ଶହ ଖାଲି ବୋତଲ ସିଜ କରିଛି ଟାଉନ ପୁଲଏସ । ସେ ନିଜେ ମଦ ରାନ୍ଧୁନଥିବା ପୁଲିସ ତଦନ୍ତରୁ ଜାଣିପାରିଛି ।