କେହି ଦାଦାବଟି ମାଗିଲେ ଏହି ନମ୍ବରରେ ଫୋନ୍ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ବଜାର ସମୟରେ ଦାଦାବଟିକୁ ନେଇ କଠୋର ହୋଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏନେଇ  ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସମିଟ୍ କରିଛନ୍ତି। ଏନେଇ  ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି  ପୁଲିସ ଡିଜି। ଏହି ହେଲ୍ପ ଲାଇନ୍ ନମ୍ବର ହେଲା ୯୯୩୮୯୧୦୦୦୦। ଭୁବନେଶ୍ୱର ଓ କଟକରେ କାମ କରିବ ହେଲ୍ପଲାଇନ୍ ନମ୍ବର। SMS, ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ ବୋଲି କହିଛନ୍ତି ଡିଜିପି। ଅଭିଯୋଗକାରୀ ଇଚ୍ଛା କଲେ ନାମ ଗୁପ୍ତ ରଖାଯିବ କହିଛନ୍ତି […]

dg0000000

Tapas Behera
  • Published: Tuesday, 20 October 2020
  • , Updated: 20 October 2020, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ବଜାର ସମୟରେ ଦାଦାବଟିକୁ ନେଇ କଠୋର ହୋଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏନେଇ  ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସମିଟ୍ କରିଛନ୍ତି। ଏନେଇ  ଦାଦାବଟି ରୋକିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି  ପୁଲିସ ଡିଜି। ଏହି ହେଲ୍ପ ଲାଇନ୍ ନମ୍ବର ହେଲା ୯୯୩୮୯୧୦୦୦୦।

ଭୁବନେଶ୍ୱର ଓ କଟକରେ କାମ କରିବ ହେଲ୍ପଲାଇନ୍ ନମ୍ବର। SMS, ମେସେଜ ମାଧ୍ୟମରେ ମଧ୍ୟ ଅଭିଯୋଗ କରିହେବ ବୋଲି କହିଛନ୍ତି ଡିଜିପି। ଅଭିଯୋଗକାରୀ ଇଚ୍ଛା କଲେ ନାମ ଗୁପ୍ତ ରଖାଯିବ କହିଛନ୍ତି  ଡିଜିପି। ସୂଚନା ଅନୁଯାୟୀ କିଛି ଦିନ ତଳେ କମିଶନେରେଟ ପୁଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା।  ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କୁ ମାସିକ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା। ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତି ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା।

Related story