ନ୍ୟାସନାଲ ମେଡିକାଲ କମିଶନ ବିଲ୍‌କୁ ବିରୋଧ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରସ୍ତାବିତ ନ୍ୟାସନାଲ ମେଡିକାଲ କମିଶନ ବିଲ୍&zwnj;କୁ ଦେଶବ୍ୟାପୀ ବିରୋଧ କରାଯାଇଛି। ସର୍ବଭାରତୀୟ ଚିକିତ୍ସକ ସଂଘ ୧୨ ଘଣ୍ଟିଆ ହରତାଳ ପ୍ରଦର୍ଶନ କରୁଛି। ଡାକ୍ତରମାନେ କଳାବ୍ୟାଜ ପିନ୍ଧି ଆଜିର ଦିନକୁ କଳାଦିବସ ଭାବେ ପାଳନ କରୁଛନ୍ତି। ଦେଶର ପ୍ରାୟ ୩ ଲକ୍ଷ ଡାକ୍ତର ହରତାଳରେ ସାମିଲ୍ ହୋଇଛନ୍ତି। ରାଜ୍ୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସର୍ବଭାରତୀୟ ମେଡିକାଲ ଆସୋସିଏସନ ନିଷ୍ପତ୍ତିକୁ ରାଜ୍ୟ ସଂଘ ସମର୍ଥନ କରିଛି। କଳାବ୍ୟାଜ ପିନ୍ଧି ସଂଘ ପ୍ରତୀକାତ୍ମକ ଧର୍ମଘଟ କରୁଛି।</p> <p>ଏନେଇ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯିବ। ବିଲ୍ ଅନୁସାରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର ସ୍ଥାନ ନେବ ନ୍ୟାସନାଲ ମେଡିକାଲ କମିଶନ। ଏହାର ଅଧ୍ୟକ୍ଷ ଓ ସଭ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ ବୋଲି ବିଲ୍&zwnj;ରେ ଉଲ୍ଲେଖ ରହିଛି। ମେଡିକାଲ କଲେଜଗୁଡ଼ିକରେ ୧୫ ପ୍ରତିଶତ ସିଟ୍ ବଦଳରେ ୬୦ ପ୍ରତିଶତ ସିଟର ଫି&rsquo; ନିର୍ଦ୍ଧାରଣ କରିବାର ଅଧିକାର ମ୍ୟାନେଜମେଣ୍ଟକୁ ଦିଆଯାଇଛି। ସେହିପରି ଏମବିବିଏସ ପରେ ବି ପ୍ରାକଟିସ ପାଇଁ ଆଉ ଏକ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି। ଯାହାକୁ ବିରୋଧ କରିଛି ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାକୁ ଅଗଣତାନ୍ତ୍ରିକ ଓ ରୋଗୀ ବିରୋଧୀ ବୋଲି ଆଇଏମ୍ଏ କହିଛି।</p>

Ordigital Desk
  • Published: Tuesday, 02 January 2018
  • Updated: 02 January 2018, 12:44 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରସ୍ତାବିତ ନ୍ୟାସନାଲ ମେଡିକାଲ କମିଶନ ବିଲ୍&zwnj;କୁ ଦେଶବ୍ୟାପୀ ବିରୋଧ କରାଯାଇଛି। ସର୍ବଭାରତୀୟ ଚିକିତ୍ସକ ସଂଘ ୧୨ ଘଣ୍ଟିଆ ହରତାଳ ପ୍ରଦର୍ଶନ କରୁଛି। ଡାକ୍ତରମାନେ କଳାବ୍ୟାଜ ପିନ୍ଧି ଆଜିର ଦିନକୁ କଳାଦିବସ ଭାବେ ପାଳନ କରୁଛନ୍ତି। ଦେଶର ପ୍ରାୟ ୩ ଲକ୍ଷ ଡାକ୍ତର ହରତାଳରେ ସାମିଲ୍ ହୋଇଛନ୍ତି। ରାଜ୍ୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସର୍ବଭାରତୀୟ ମେଡିକାଲ ଆସୋସିଏସନ ନିଷ୍ପତ୍ତିକୁ ରାଜ୍ୟ ସଂଘ ସମର୍ଥନ କରିଛି। କଳାବ୍ୟାଜ ପିନ୍ଧି ସଂଘ ପ୍ରତୀକାତ୍ମକ ଧର୍ମଘଟ କରୁଛି।</p><p>ଏନେଇ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯିବ। ବିଲ୍ ଅନୁସାରେ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆର ସ୍ଥାନ ନେବ ନ୍ୟାସନାଲ ମେଡିକାଲ କମିଶନ। ଏହାର ଅଧ୍ୟକ୍ଷ ଓ ସଭ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ ବୋଲି ବିଲ୍&zwnj;ରେ ଉଲ୍ଲେଖ ରହିଛି। ମେଡିକାଲ କଲେଜଗୁଡ଼ିକରେ ୧୫ ପ୍ରତିଶତ ସିଟ୍ ବଦଳରେ ୬୦ ପ୍ରତିଶତ ସିଟର ଫି&rsquo; ନିର୍ଦ୍ଧାରଣ କରିବାର ଅଧିକାର ମ୍ୟାନେଜମେଣ୍ଟକୁ ଦିଆଯାଇଛି। ସେହିପରି ଏମବିବିଏସ ପରେ ବି ପ୍ରାକଟିସ ପାଇଁ ଆଉ ଏକ ପରୀକ୍ଷା ଦେବା ବାଧ୍ୟତାମୂଳକ କରାଯାଇଛି। ଯାହାକୁ ବିରୋଧ କରିଛି ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାକୁ ଅଗଣତାନ୍ତ୍ରିକ ଓ ରୋଗୀ ବିରୋଧୀ ବୋଲି ଆଇଏମ୍ଏ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos