ଦିନ ୨ଟା ଯାଏ ୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଦିନ ୨ଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର। ସେହିପରି ଝଡ଼ବର୍ଷା ଓ ବଜ୍ରପାତ ନେଇ ଆଜି ସକାଳ  ୧୦ଟା ୪୫ ଯାଏ ନୂଆପଡ଼ା, […]

rain

Jyoshna Pradhan
  • Published: Saturday, 08 June 2019
  • , Updated: 08 June 2019, 11:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଦିନ ୨ଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର।

ସେହିପରି ଝଡ଼ବର୍ଷା ଓ ବଜ୍ରପାତ ନେଇ ଆଜି ସକାଳ  ୧୦ଟା ୪୫ ଯାଏ ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି।

Related story