‘କେହି ଜଣେ ଫୋନ୍ କରି କହିଲେ ପାଣ୍ଡିଆନ ସାର୍‌ଙ୍କୁ ଭେଟ’

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର):ବିଜେଡିରେ ଟିକେଟ ବଣ୍ଟାକୁ ନେଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ନୂଆ ଖୁଲାସା କରିଛନ୍ତି। ଆଜି ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ଯେ, ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା। ଓଟିଭି ଜନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪ ଜଣ ଲୋକ ଟିକେଟ ଦେବା ନଦେବା ସ୍ଥିର କରନ୍ତି। ଏଠି କାମ ଦେଖି ଟିକେଟ୍ ମିଳେନା, ଯଦି ମିଳୁଥାନ୍ତା, ତେବେ ମୋ ଟିକେଟ […]

pratyusha-byte

pratyusha-byte

Tapas Behera
  • Published: Saturday, 23 March 2019
  • Updated: 23 March 2019, 10:06 PM IST

Sports

Latest News

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର):ବିଜେଡିରେ ଟିକେଟ ବଣ୍ଟାକୁ ନେଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ନୂଆ ଖୁଲାସା କରିଛନ୍ତି। ଆଜି ବିଜେପିରେ ଯୋଗ ଦେଇଥିବା ପ୍ରତ୍ୟୁଷା କହିଛନ୍ତି ଯେ, ବିଜୁ ଜନତା ଦଳର ଟିକେଟ୍ ପ୍ରସଙ୍ଗରେ ପାଣ୍ଡିଆନ ହିଁ ସର୍ବେସର୍ବା।

ଓଟିଭି ଜନମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରତ୍ୟୁଷା କହିଛନ୍ତି ଯେ, ବିଜେଡିରେ ୨/୪ ଜଣ ଲୋକ ଟିକେଟ ଦେବା ନଦେବା ସ୍ଥିର କରନ୍ତି। ଏଠି କାମ ଦେଖି ଟିକେଟ୍ ମିଳେନା, ଯଦି ମିଳୁଥାନ୍ତା, ତେବେ ମୋ ଟିକେଟ ପକ୍କା ଥିଲା ବୋଲି ପ୍ରତ୍ୟୁଷା କହିଛନ୍ତି। ଏପରିକି ଡିଆଇବି କରିଥିବା ସର୍ଭେ ରିପୋର୍ଟରେ ମୋ ପ୍ରଦର୍ଶନ ଭଲ ଥିଲା।

ହେଲେ କେହି ଜଣେ ଫୋନ୍ କରି ପାଣ୍ଡିଆନ ସାର୍‌ଙ୍କୁ ଭେଟ ବୋଲି କହିଥିଲେ। ତାଙ୍କୁ ଭେଟି ରାଜ୍ୟସଭା ନେଇ କଥା ହୁଅ ବୋଲି ପରାମର୍ଶ ଦେଇଥିଲେ ବୋଲି ପ୍ରତ୍ୟୁଷା କହିଛନ୍ତି। ସେପଟେ ପ୍ରତ୍ୟୁଷାଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos