ଛାତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ପ୍ରଧାନଶିକ୍ଷୟିତ୍ରୀ

ପାରାଦୀପ(ରମାକାନ୍ତ  ନାୟକ ): ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ମହଙ୍ଗା ପଡ଼ିଲା। ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ୩୦୭ ଦଫାରେ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଘଟିଛି ଏପରି ଘଟଣା। ଗତ ଶନିବାର ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀକୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୀନା ନନ୍ଦ […]

paradip

Niharika Rout
  • Published: Monday, 23 December 2019
  • , Updated: 23 December 2019, 12:22 PM IST

ପାରାଦୀପ(ରମାକାନ୍ତ  ନାୟକ ): ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ମହଙ୍ଗା ପଡ଼ିଲା। ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ୩୦୭ ଦଫାରେ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ। କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଘଟିଛି ଏପରି ଘଟଣା।

ଗତ ଶନିବାର ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀକୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଲୀନା ନନ୍ଦ ନିର୍ଘାତ ପିଟିଥିଲେ। ଏପରିକି ଛାତ୍ରୀର ପିଠି, ଗାଲ, ହାତ,କାନ ଆଦି ବିଭିନ୍ନ ସ୍ଥାନରେ ନୋଳା ଫାଟିଯାଇଥିଲା।

ଏ ସମ୍ପର୍କରେ ଛାତ୍ରୀଜଣକ କାନ୍ଦି କାନ୍ଦି ଘରେ କହିବା ପରେ ତାଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ତଦନ୍ତ  ଆରମ୍ଭ  କରି ଏପରି  ବର୍ବରୋଚିତ ମାଡ଼ ମାରିଥିବା ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରିଥିଲା। ପାଠ ପଢାକୁ ନେଇ ସେ ପିଲାଟିକୁ ବାଡ଼େଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଛାତ୍ରୀଙ୍କୁ ଚିକିତ୍ସା କରାଇବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି।

Related story