ଗଞ୍ଜାମରେ କେବଳ କରୋନା ମଣିଷ ମାରୁନି...

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସଂକ୍ରମଣର ଶୀର୍ଷରେ ଥିବା ଗଞ୍ଜାମରେ କରୋନା, ଖାଲି ମଣିଷଙ୍କୁ ମାରୁନି, ମଣିଷ ପଣିଆକୁ କେମିତି ମାରି ଚାଲିଛି ସାମ୍ନାକୁ ଆସିଛି ତାର ଆଉ ଏକ ଦୃଷ୍ଟାନ୍ତ। ଆମ୍ବୁଲାନ୍ସ ଆସି ମଧ୍ୟ କରୋନା ସନ୍ଦେହରେ ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ହସ୍ପିଟାଲ୍ ନନେବାରୁ ଚିକିତ୍ସା ଅଭାବରୁ ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ଜଣଙ୍କର ଜୀବନ ଯାଇଥିବାର ଅଭିଯୋଗ ହୋଇଛି। କିଛି ଦିନ ତଳେ ଶ୍ରୀରାମ ନଗରରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା ବେଳେ କରୋନାକାଳରେ ବାରମ୍ବାର ହୃଦୟହୀନତାର […]

89nm

89nm

Tapas Behera
  • Published: Monday, 27 July 2020
  • Updated: 27 July 2020, 08:51 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ସଂକ୍ରମଣର ଶୀର୍ଷରେ ଥିବା ଗଞ୍ଜାମରେ କରୋନା, ଖାଲି ମଣିଷଙ୍କୁ ମାରୁନି, ମଣିଷ ପଣିଆକୁ କେମିତି ମାରି ଚାଲିଛି ସାମ୍ନାକୁ ଆସିଛି ତାର ଆଉ ଏକ ଦୃଷ୍ଟାନ୍ତ। ଆମ୍ବୁଲାନ୍ସ ଆସି ମଧ୍ୟ କରୋନା ସନ୍ଦେହରେ ଗୁରୁତର ରୋଗୀଙ୍କୁ ଠିକଣା ସମୟରେ ହସ୍ପିଟାଲ୍ ନନେବାରୁ ଚିକିତ୍ସା ଅଭାବରୁ ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ଜଣଙ୍କର ଜୀବନ ଯାଇଥିବାର ଅଭିଯୋଗ ହୋଇଛି। କିଛି ଦିନ ତଳେ ଶ୍ରୀରାମ ନଗରରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା ବେଳେ କରୋନାକାଳରେ ବାରମ୍ବାର ହୃଦୟହୀନତାର ଏଭଳି କାହାଣୀ ଉଦ୍‌ବେଗ ସୃଷ୍ଟି କରିଛି।

ବାପା ଆମ୍ବୁଲାନ୍ସ ପାଖରେ । ପୁଅ ଅନୁରୋଧ କରୁଛି । ହସ୍ପିଟାଲ ନଗଲେ କିଛି ବି ହୋଇପାରେ। ଆମ୍ବୁଲାନ୍ସର କାମ କଣ ଯେ ? ଆସିଛି, ପୁଣି ନେବନି କାହିଁକି ? ବାପାଙ୍କ ଜୀବନ ବଞ୍ଚିବ କେମିତି? ଗୋଟିଏ ଦରଜା ପାଖରେ ଧୈର୍ଯ୍ୟହରା ୧୧-୧୨ ବର୍ଷର ପୁଅ, ଆର ଦରଜା ପାଖରେ ଝିଅର ଗୁହାରୀ। ହେଲେ କରୋନା ଡର ମଣିଷପଣିଆ ଟିକକୁ ଏମିତି ମାରି ଦେଇଥିଲା ଯେ କିଛି ଲାଭ ହେଲାନି। ପାଖାପାଖି ଘଣ୍ଟାଏ କାଳ ଜୀବନ ସହ ବାପା ଲଢୁଥିଲେ। ହସ୍ପିଟାଲକୁ ନେଇ ବଞ୍ଚେଇବାକୁ ଭାଇ-ଭଉଣୀ, ଘର ଲୋକେ ପଡ଼ିଶା ଲାଗିପଡ଼ିଥିଲେ। ଡ୍ରାଇଭର କିନ୍ତୁ ନଛୋଡ ବନ୍ଦା, କରୋନା ଲକ୍ଷଣ ଅଛି ନେଇ ପାରିବିନି। ଶେଷରେ ଅଟୋ ଡକାହେଲା, କିନ୍ତୁ ୟା ଭିତରେ ଲୋକଙ୍କ ଚାପ ଏଡ଼ାଇ ନପାରି ଯେତେବେଳେ ଆମ୍ବୁଲାନ୍ସ ନେବାକୁ ରାଜି ହେଲା, ସେତେବେଳକୁ କିନ୍ତୁ ଆଉ ବାପା ନଥିଲେ, ବାପ ଛେଉଣ୍ଡ ହୋଇ ଯଇଥିଲା କୁନିପୁଅ।

କରୋନା କାଳରେ ବ୍ୟବସ୍ଥାର ଅବ୍ୟବସ୍ଥା ଓ ହୃଦୟହୀନତାର ଏ କାହାଣୀ କୌଣସି ଉପାନ୍ତ ଇଲାକା ନୁହେଁ ବ୍ରହ୍ମପୁର ସହର ପ୍ରହଲ୍ଲାଦ ନଗରର। ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିବା  ମନୋଜ ପ୍ରହରାଜ ମଧୁମେହରେ ପୀଡ଼ିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ହଠାତ୍ ବିଗିଡ଼ିଯିବାରୁ ପରିବାର ଲୋକେ ୧୦୮ ଅଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଥାଇ ବି ଛଟପଟ ହୋଇ ଚାଲିଗଲା ଜୀବନ। ଠିକ୍ ଯେମିତି ଗତ ୧୨ ତାରିଖରେ ଘଟିଥିଲା। ଶ୍ରୀରାମ ନଗରରେ ରାସ୍ତାକଡ଼ ଗଛମୂଳେ ଛଟପଟ ହେଉଥିବା ଶିବପ୍ରସାଦଙ୍କୁ ସମସ୍ତେ ଦେଖୁଥିଲେ। ଖବର ପାଇ ଆମ୍ବୁଲାନ୍ସ ବି ଆସିଥିଲା, କିନ୍ତୁ ଡରରେ ଆମ୍ବୁଲାନ୍ସ ଯାଏ ବି ଉଠାଇବାକୁ କାହାରି ହାତ ନଯିବାରୁ ଗଛମୂଳେ ଆଖି ବୁଜିଦେଇଥିଲେ ଶିବ ପ୍ରସାଦ । ହେଲେ ଏଠି ପ୍ରଶ୍ନ କରୋନାର ଗଡ଼ ପାଲଟିଥିବା ଗଞ୍ଜାମରେ ବାରମ୍ବାର ଏଭଳି ଘଟଣା ଘଟୁଥିଲା ବେଳେ କି ଦାୟିତ୍ୱ ରହୁଛି ପ୍ରଶାସନର ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story