ଓଡ଼ିଶାରେ କରୋନା ପଜିଟିଭ୍‌ ହାର ୧.୪୭%, ଭେଣ୍ଟିଲେଟରରେ ୨ ରୋଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧.୪୭% ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅପେକ୍ଷାକୃତ ଭଲ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଆଜି ସୁଦ୍ଧା ମୋଟ ୩୨୪୯ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୪୮ଜଣ କରୋନା ସଂକ୍ରମିତ ଓ ସେମାନଙ୍କ ମଧ୍ୟରୁ ୨ଜଣ ଏବେ କୃତ୍ରିମ ଜୀବନରକ୍ଷକ ପ୍ରଣାଳୀ (ଭେଣ୍ଟିଲେଟର)ରେ ରହିଛନ୍ତି। ଖୁବଶୀଘ୍ର ୨ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ପାଇଁ ଲକ୍ଷ୍ୟ ରଖାଯାଇଛି […]

cccc

cccc

Manoranjan Sial
  • Published: Friday, 10 April 2020
  • Updated: 10 April 2020, 08:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧.୪୭% ଓ ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ଅପେକ୍ଷାକୃତ ଭଲ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଆଜି ସୁଦ୍ଧା ମୋଟ ୩୨୪୯ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୪୮ଜଣ କରୋନା ସଂକ୍ରମିତ ଓ ସେମାନଙ୍କ ମଧ୍ୟରୁ ୨ଜଣ ଏବେ କୃତ୍ରିମ ଜୀବନରକ୍ଷକ ପ୍ରଣାଳୀ (ଭେଣ୍ଟିଲେଟର)ରେ ରହିଛନ୍ତି। ଖୁବଶୀଘ୍ର ୨ ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନିୟମିତ ବୁଲେଟିନରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୧୨ ହୋଇଥିଲାବେଳେ ପଜେଟିଭ୍ ହାର ୪.୪୨ ପ୍ରତିଶତ। ଏବେ ମୋଟ ୪୮ଜଣ ପଜେଟିଭ୍ ରୋଗୀଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟ ୪୫ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ହସ୍ପିଟାଲରେ ୧୧୩ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି।

ସେହିପରି ଓଡ଼ିଶାରେ କୋଭିଡ-୧୯ ପରୀକ୍ଷା ନିମନ୍ତେ ମୋଟ ୩ଟି ଲ୍ୟାବ୍ ରହିଛି। ଏଥିରେ ଏପ୍ରିଲ ୮ତାରିଖ ସୁଦ୍ଧା ୨୮୪୧ଟି ନମୂନା ପରୀକ୍ଷା ହୋଇଛି। ତେବେ ଅଧିକ ସଂଖ୍ୟକ ଲ୍ୟାବ୍ ରହିଲେ ଯେ ଅଧିକ ପରିମାଣର ଟେଷ୍ଟ୍ ହୋଇପାରିବ ତାହା ଠିକ୍ ନୁହେଁ। ସେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି କହିଥିଲେ ଯେ ପଶ୍ଚିମବଙ୍ଗରେ ୧୦ଟି ଲ୍ୟାବ୍ ରହିଛି ମାତ୍ର ଏପର୍ଯ୍ୟନ୍ତ ସେଠାରେ ୧୬୫୭ଟି ନମୂନା ପରୀକ୍ଷା ସମ୍ଭବପର ହୋଇପାରିଛି। ତେବେ ଓଡ଼ିଶାରେ ଲ୍ୟାବ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି। ଏମକେସିଜିରେ ଦୈନିକ ୨୫ଟି କୋଭିଡ୍‌-୧୯ ନମୂନା ପରୀକ୍ଷା ହୋଇପାରିବ। ସେଥିପାଇଁ ଅନୁମତି ମିଳିସାରିଛି। ସେହିପରି ଏପ୍ରିଲ ୧୫ତାରିଖ ସୁଦ୍ଧା ବୁର୍ଲା ଭୀମସାରରେ ମଧ୍ୟ ଦୈନିକ ୨୫ଟି ନମୂନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସବୁଠୁ ଭଲ ପଦକ୍ଷେପ ନେଉଛନ୍ତି ଓ ଏବେ ମାତ୍ର ୪୮ଜଣ ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪୫ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଏବେ ଜୀବନରକ୍ଷକ ପ୍ରଣାଳୀରେ ରଖାଯାଇଛି। ଖୁବଶୀଘ୍ର ୨ଲକ୍ଷ ରାପିଡ୍ ଟେଷ୍ଟ କିଟ୍ ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଆରଏମଆରସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଥିଲେ ଯେ, ରାଜ୍ୟରେ କୋଭିଡ-୧୯ ନମୂନା ପରୀକ୍ଷା ସମୟ ସାପେକ୍ଷ। ପ୍ରାୟ ଗୋଟିଏ ନମୂନା ପରୀକ୍ଷା ପାଇଁ ୧୦ଘଣ୍ଟା ସମୟ ଲାଗେ। ଭିଟିଏମ୍ ସାମ୍ପଲ କଲେକ୍ସନ ପାଇଁ ପିପିଇ(ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ) ପିନ୍ଧିବା ଅତ୍ୟନ୍ତ ଜରୁରୀ। ସାମ୍ପଲ ସଂଗ୍ରହ ପରେ ଏହାକୁ ଟ୍ରିପଲ ଲେୟାର ପ୍ୟାକେଜରେ ଅଣାଯାଇଥାଏ। ବାୟୋଲୋଜିଷ୍ଟିକ୍ ଚ୍ୟାମ୍ବରରେ ଅତି ସତର୍କତାର ସହ ଖୋଲାଯାଇ ବିଭିନ୍ନ ସ୍ତରରେ ପରୀକ୍ଷା କରାଯାଇଥାଏ। ଆରଏମଆରସିରେ ଅତ୍ୟାଧୁନିକ କୋବାସ୍ ମେସିନ୍ ସ୍ଥାପନ କରାଯାଇଛି। ଏହା ଦ୍ୱାରା ଆରଏମଆରସିର କୋଭିଡ୍ ପରୀକ୍ଷଣ କ୍ଷମତା ଏକହଜାରକୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଥିଲେ ଯେ, କୋଭିଡ୍‌-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ମୁମ୍ବାଇରୁ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଗତକାଲି ସନ୍ଧ୍ୟାରେ ୪ହଜାର ପରୀକ୍ଷଣ କିଟ୍ ଭୁବନେଶ୍ୱରକୁ ଆଣିଛନ୍ତି। ଟାଟା ଷ୍ଟିଲ୍ ସହାୟତାରେ ବ୍ରହ୍ମପୁରଠାରେ ୨୦୦ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହାଫଳରେ ରାଜ୍ୟରେ ୯ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୭୯୭ଟି ବେଡ୍ ସ୍ଥାପନ ହୋଇପାରିଛି ।

ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଏପ୍ରିଲ ୯ରୁ ୧୦ତାରିଖ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୨୧୩ଟି ମାମଲା ଦାଏର ହୋଇଛି। ସେଥିରୁ ୨୦୫ଟି ମାମଲା ଲକଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୩ଟି ଗୁଜବ ପ୍ରଚାର ଓ ୫ଟି କୋଭିଡ୍‌-୧୯ ନିୟମାବଳୀ ଉଲ୍ଲଘଂନ ସହ ଜଡ଼ିତ ଅଛି। ଏବେସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୩ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story