ପାରାଦୀପରେ ଆଇଓସିଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି) ଉଦ‌୍‍ଘାଟନ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏପିଡିସି ଦ୍ୱାରା ଓଡ଼ିଶା ଓ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ। ଓଡ଼ିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ […]

iocl

iocl

Manoranjan Sial
  • Published: Thursday, 25 June 2020
  • Updated: 25 June 2020, 09:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାରାଦୀପଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି) ଉଦ‌୍‍ଘାଟନ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏପିଡିସି ଦ୍ୱାରା ଓଡ଼ିଶା ଓ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ଭିଜନକୁ ସାକାର କରିବ। ଓଡ଼ିଶାର ଶିଳ୍ପାୟନରେ ରାଜ୍ୟର ଯୁବକଙ୍କ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ସର୍ବଦା ସହଯୋଗ କରିଆସୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶାର ଶିଳ୍ପାୟନ ତଥା ବିକାଶ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଇଣ୍ଡିଆନ ଅଏଲ ପକ୍ଷରୁ ୪୩ କୋଟି ବ୍ୟୟରେ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ଭଦ୍ରକ ଓ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ‌୍‍ ପାଇଁ ପଲିଷ୍ଟର ସୂତା ଏବଂ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଏହା ଜାତୀୟ ସ୍ତର ଓ ଅନ୍ତର୍ଜାତୀୟ ସ୍ତରର ସେଣ୍ଟରରେ ଓଡ଼ିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରିପାରିବ। ଏହି ସେଣ୍ଟର ଓଡ଼ିଆ ଶିଳ୍ପ ଉଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ପଦକ୍ଷେପ ନେବ।”

ସେ ଆହୁରି କହିଛନ୍ତି,“ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢାଇବାର ଲକ୍ଷ୍ୟ ରଖିଛନ୍ତି। ଇଣ୍ଡିଆନ ଅଏଲ୍‌ କର୍ପୋରେସନ ପାରାଦୀପରେ ୪୦ ହଜାରରୁ ଅଧିକ କୋଟି ଟଙ୍କା ପୁଞ୍ଜନିବେଶ କରିଛି। ଇଡକୋ ଓ ଆଇଓସିଏଲ ପକ୍ଷରୁ ଯୁଗ୍ମ ଭାବରେ ଏସ୍‌ପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଉଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି,“ଭାରତ ସରକାରଙ୍କ କେମିକାଲ୍‌ ଓ ପେଟ୍ରୋକେମିକାଲ ବିଭାଗ ତରଫରୁ ଭୁବନେଶ୍ୱର ସିପେକର ଉଚ୍ଚ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ବନାଯାଇଛି। ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧା ବା ଓଡ଼ିଶାର ପ୍ଲାଷ୍ଟିକ ଅଞ୍ଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ ମୂଲ୍ୟରେ କଞ୍ଚାମାଲ୍‌ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ। ଓଡ଼ିଶାକୁ ଗ୍ୟାସ ଆଧାରିତ ଓ ତୈଳ ଭିତିଭୂମି ଅଞ୍ଚଳ ଭାବରେ ପରିଣତ କରିବା, ପେଟ୍ରୋକେମିକାଲ ଏବଂ ଆନୁଷାଙ୍ଗିକ ଆନ୍ସିଲାରୀ କ୍ଷେତ୍ରକୁ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି।”

ଏହି ଭର୍ଚୁଆଲ ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଲର ଚେୟାରମ୍ୟାନ ସଞ୍ଜିବ ସିଂହ, ଭାରତ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story