ଉର୍ଜା ସଂରକ୍ଷଣ ଦିଗରେ ଆମ ଦେଶ ପ୍ରଥମ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ। ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍ ନୋଏଡା ଠାରେ ଆୟୋଜିତ ପେଟ୍ରୋଟେକ୍ ୨୦୧୯ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି-“ଜଳବାୟୁର ଅନିୟମିତତା ଭାବେ ପରିବର୍ତ୍ତନକୁ ରୋକିବା ପାଇଁ ସବୁ ଦେଶ ଏକ ହେବା ଉଚିତ୍। ସାଧାରଣ ଜନତାଙ୍କୁ […]

petrol

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 07:46 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ। ଭାରତ ଏବେ ଉର୍ଜା ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଉର୍ଜା ସଂରକ୍ଷଣ କରିବା ଦିଗରେ ଭାରତ ପ୍ରଥମ ସ୍ଥାନରେ ରହିଛି ବୋଲି ନୂଆଦିଲ୍ଲୀର ଗ୍ରେଟର୍ ନୋଏଡା ଠାରେ ଆୟୋଜିତ ପେଟ୍ରୋଟେକ୍ ୨୦୧୯ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ କହିଛନ୍ତି-“ଜଳବାୟୁର ଅନିୟମିତତା ଭାବେ ପରିବର୍ତ୍ତନକୁ ରୋକିବା ପାଇଁ ସବୁ ଦେଶ ଏକ ହେବା ଉଚିତ୍। ସାଧାରଣ ଜନତାଙ୍କୁ କିପରି ସ୍ୱଚ୍ଛ ଉର୍ଜା ମିଳିପାରିବ ତାହା ଆମର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ପାଇଁ ସରକାର ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି। ଦେଶରେ ବିଗତ ୫ ବର୍ଷ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଅଭୂତପୂର୍ବ ସଫଳତା ଆଣିଛି। ଫଳରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଚାରୋଟି ସ୍ତମ୍ଭ ଯଥା ଉର୍ଜା ପାଇବା, ଉର୍ଜା ସୁରକ୍ଷା, ଦୀର୍ଘ ମିଆଦୀ ଉର୍ଜା ଓ ଉର୍ଜାର ଦକ୍ଷତା ଇତ୍ୟାଦିକୁ ଆପଣାଯାଇ ଗରିବରୁ ଅତି ଗରିବଙ୍କ ପାଖରେ ଉର୍ଜା ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି। ଏହା ଆମକୁ ଏକ ଗତି ଦେଇଛି ବୋଲି ଏହି ଅବସରରେ କହିଛନ୍ତି।”

ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଆଣି ନୂତନ ନିବେଶ ଏବଂ ନୂଆ ଜ୍ଞାନକୌଶଳ ବ୍ୟବହାର ପ୍ରକ୍ରିୟାକୁ ସୁଗମ କରିପାରିଛନ୍ତି। ଉଜ୍ଜଳା ଓ ସିଟି ଗ୍ୟାସ ବିତରଣ (ସିଜିଡି) ଭଳି ଯୋଜନାମାନ ସ୍ୱଚ୍ଛ ଇନ୍ଧନ ଗ୍ୟାସ ସାଧାରଣ ଜନତାଙ୍କ ନିକଟରେ ସଫଳ ରୂପେ ପହଞ୍ଚାଇ ପାରି ସମଗ୍ର ବିଶ୍ୱରୁ ପ୍ରଶଂସା ପାଇଛି। ଏହି ସବୁ ମହତ୍ୱକାଂକ୍ଷୀ ଯୋଜନାମାନ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଉର୍ଜା ନ୍ୟାୟ ଦେବା ସାଙ୍ଗକୁ ବ୍ୟବସାୟିକ ସୁଯୋଗ ସୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ଓ ସ୍ଥାନୀୟ ପ୍ରଦୂଷଣ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଛନ୍ତି।”

ସେ କହିଛନ୍ତି-“ବୈଦ୍ୟୁତିକ ଯାନ ମଧ୍ୟ ସଂରକ୍ଷଣ ଢାଞ୍ଚାକୁ ପରିବର୍ତ୍ତନ କରିଛି। ୟୁଏଏସ୍‌ ବିଶ୍ୱର ସବୁଠୁ ଅଧିକ ତୈଳ ଓ ଗ୍ୟାସ ଉତ୍ପାଦନ କରୁଛି। ପେଟ୍ରୋଟେକ୍ ଭଳି ସଂସ୍ଥା କେବଳ ଭାରତ ନୁହେଁ, ଅନ୍ୟ ପାରସ୍ପରିକ ରାଷ୍ଟ୍ରମାନଙ୍କରେ ମଧ୍ୟ ସ୍ୱଚ୍ଛ, ସୁଲଭ ଓ ସୁନିଶ୍ଚିତ ଉର୍ଜା ପ୍ରଦାନ କରିବାର ଚିନ୍ତନରେ ମଧ୍ୟ ପ୍ରୟାସ କରୁଅଛି। ଅଣପାରମ୍ପିକ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ପାଇଁ ଆଗାମୀ ଦିନରେ ଉର୍ଜା ବ୍ୟବହାର କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଉର୍ଜାର ଉପଲବ୍ଧତା କମ୍ କାରଣରୁ ଅନେକ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଦାରିଦ୍ର୍ୟ୍ ଭଳି ସମସ୍ୟା ଉପୁଜିଛି। ଆଫିକ୍ରା ଓ ସାଉଥ୍‌ ଏସିଆର ଅନେକ ଅଞ୍ଚଳର ପ୍ରଗତିରେ ବାଧା ଉପୁଜିଛି।

ଏହି କାର୍ଯ୍ୟକ୍ରମରେ ୬୦ ଦେଶର ୭ ହଜାର ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଉତ୍ତମ ଅବଦାନ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ମନ୍ତ୍ରୀ ତଥା ଏଡିଏନ୍ଓସିର ସିଇଓ ଡ.ସୁଲତାନ୍ ଅହମଦ ଅଲ୍ ଜାବେରଙ୍କୁ ଲାଇଫଟାଇମ ଇଣ୍ଟରନ୍ୟାସନାଲ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିଥିଲେ।

Related story