ଆଇଏମ୍‌ଡି ଟ୍ୱିଟର ହ୍ୟାଣ୍ଡେଲ୍ ହ୍ୟାକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଆନୁଷ୍ଠାନିକ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ୍ କରିନେଇଛନ୍ତି। ଶନିବାର ସନ୍ଧ୍ୟାରେ ଏହି ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆଇଏମଡି ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ହ୍ୟାକର ସେଥିରେ ଏନଏଫଟି ବ୍ୟବସାୟିକ କାର୍ଯ୍ୟକ୍ରମର ପ୍ରଚାର କରାଇଥିବା ଦେଖିବାକୁ ମିଳିଛି । ଏହି ଟ୍ୱିଟ ସହ ଅନେକଗୁଡ଼ିକ ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଆଇଏମଡି ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ‘ଆଇଏମଡି ଅଫିସିଆଲ ଟ୍ୱିଟର […]

IMD

IMD

Ordigital Desk
  • Published: Saturday, 09 April 2022
  • Updated: 09 April 2022, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ଆନୁଷ୍ଠାନିକ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ୍ କରିନେଇଛନ୍ତି। ଶନିବାର ସନ୍ଧ୍ୟାରେ ଏହି ହ୍ୟାକ୍ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଇଏମଡି ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ହ୍ୟାକର ସେଥିରେ ଏନଏଫଟି ବ୍ୟବସାୟିକ କାର୍ଯ୍ୟକ୍ରମର ପ୍ରଚାର କରାଇଥିବା ଦେଖିବାକୁ ମିଳିଛି । ଏହି ଟ୍ୱିଟ ସହ ଅନେକଗୁଡ଼ିକ ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଆଇଏମଡି ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ‘ଆଇଏମଡି ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲକୁ କେହି ହ୍ୟାକ୍ କରିନେଇଛନ୍ତି । ଏହାକୁ ଠିକ୍ କରିବାକୁ ଉଦ୍ୟମ ଜାରି ରହିଛି ।

https://twitter.com/ANI/status/1512804611794829315?s=20&t=Ax-VIblDlkTyf-MwK0K4sw

ସୂଚନାଯୋଗ୍ୟ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଟ୍ୱିଟର ହ୍ୟାଣ୍ଡେଲ ବେଶ୍ ସକ୍ରିୟ ରହିଥାଏ । ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନକୁ ନେଇ ଆଇଏମଡିର ଆକଳନ ବେଶ୍ ସଠିକ୍ ରହୁଥିବାରୁ ଏଥିପ୍ରତି ଅଧିକ ଲୋକ ଭରସା କରିଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos