ବାୟୋଗ୍ୟାସ ଉତ୍ପାଦନରେ ପୁଞ୍ଜିନିବେଶ ପାଇଁ ରୋଡ ଶୋ'

ଭୁୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡେବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) ପାଇଁ ଅଂଶଧାରକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ତିନି ରାଷ୍ଟ୍ରାୟତ୍ତ୍ୱ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ରୋଡ ଶୋ’ ଆୟୋଜିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ […]

vbb

Tapas Behera
  • Published: Sunday, 16 December 2018
  • , Updated: 16 December 2018, 06:18 PM IST

ଭୁୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡେବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) ପାଇଁ ଅଂଶଧାରକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ତିନି ରାଷ୍ଟ୍ରାୟତ୍ତ୍ୱ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଆଜି ଭୁବନେଶ୍ୱରରେ ଏକ ରୋଡ ଶୋ' ଆୟୋଜିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏସ୍ଏଟିଏଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା କମ ମୂଲ୍ୟରେ ପରିବହନ ପାଇଁ ଇନ୍ଧନ ଉପଲବ୍ଧ କରାଇବା ଓ କୃଷି ବର୍ଜ୍ୟ, ଗୋବର ଓ ସହରାଞ୍ଚଳର କଠିନ ବର୍ଜ୍ୟର ସଠିକ ବ୍ୟବହାର ଦ୍ୱାରା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ପ୍ରଦାନ କରିବା। ଏସ୍ଏଟିଏଟି ଅଭିଯାନର ଅଂଶ ବିଶେଷ ଭାବେ ତୈଳ ବିପଣନ କମ୍ପାନୀ ମାନଙ୍କର ପକ୍ଷରୁ ସମ୍ଭାବ୍ୟ ଉଦ୍ୟମୀମାନଙ୍କ ଠାରୁ କମ୍ପ୍ରେସ୍ଡ ବାୟୋ ଗ୍ୟାସ (ସିବିଜି) କ୍ରୟ କରି ଏହାକୁ ଅଟୋମେଟିଭ ଇନ୍ଧନ ଭାବେ ବଜାରରେ ସିବିଜିକୁ ଉପଲବ୍ଧ କରାଇବା ଲାଗି ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ (ଇଓଆଇ) ପାଇଁ ଆହ୍ୱାନ କରାଯାଉଛି। ଏହି ଅଭିଯାନରେ ସମଗ୍ର ଦେଶରେ ୫ ହଜାର ସିବିଜି ପ୍ଲାଣ୍ଟ ସ୍ଥାପନା କରି ୨୦୨୩ ସୁଦ୍ଧା ୧୫ ମିଲିୟନ ଟନ ବାର୍ଷିକ ସିବିଜି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।

କମ୍ପ୍ରେସଡ ବାୟୋ ଗ୍ୟାସ (ସିବିଜି)ର ଲାଭ

ପରିବହନ କ୍ଷେତ୍ରରେ ସିବିଜିକୁ ସାମିଲ କରିବା ଦ୍ୱାରା ଏକାଧିକ ଲାଭ ହେବ ଯେପରିକି ବର୍ଜ୍ୟ ପରିଚାଳନା ସହିତ କାର୍ବନ ଏମିସନକୁ ଏହା କମ କରିବା ସହ ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ହୋଇ ପାରିବ। ଏହା ଦ୍ୱାରା ଉଦ୍ୟମିତା ତଥା ଗ୍ରାମୀଣ ଅର୍ଥନୀତି ସୁଦୃଢ ହେବା ସହ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏକ ଆକଳନ ଅନୁସାରେ ସିବିଜିର ସମ୍ଭାବନାକୁ ଠିକ ଭାବେ ନେଇ କାମ କଲେ ଏଥିରୁ ୬୨ ମିଲିୟନ ଟନ ଉତ୍ପାଦନ ହୋଇପାରିବ ଓ ଏହା ଦେଶର ସମ୍ପୂର୍ଣ ଗ୍ୟାସ ଆବଶ୍ୟକତାକୁ ପୂରଣ କରି ପାରିବ।

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ସଞ୍ଜୀବ ସିଂହ କହିଥିଲେ ଯେ ଗତ ଅକ୍ଟୋବର ପହିଲାରେ ନୂଆଦିଲ୍ଲୀଠାରେ ସଷ୍ଟେନେବୁଲ ଅଲଟରନେଟିଭ ଟୁଆର୍ଡ୍ସ ଆଫର୍ଡୋବେଲ ଟ୍ରାନ୍ସପୋର୍ଟେସନ (ଏସଏଟିଏଟି) କାର୍ଯ୍ୟକ୍ରମ ପରିବହନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇ କମ୍ପ୍ରେସ୍ଡ଼୍ ବାୟୋଗ୍ୟାସ୍ (ସିବିଜି) ପରିବର୍ତ୍ତିତ ସବୁଜ ଶକ୍ତି କ୍ଷେତ୍ରର ଶୁଭାରମ୍ଭ କରାଯାଇଥିଲା। ସିବିଜି ଭାରତକୁ ଶକ୍ତି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଯାହା ଦ୍ୱାରା ଦେଶର ତୈଳ ଆମଦାନୀ ହ୍ରାସ ପାଇପାରିବ ଯାହାକି ବର୍ତ୍ତମାନ ସମସ୍ତ ଶକ୍ତି କ୍ଷେତ୍ର ପାଇଁ ୮୦ ପ୍ରତିଶତ ଅଧିକ ରହିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କମ୍ପ୍ରେସ୍ଡ଼୍ ବାୟୋଗ୍ୟାସ୍ (ସିବିଜି) କୃଷିବର୍ଜ୍ୟ, ପ୍ରେସ୍ ମଡ଼୍, ବର୍ଜ୍ୟଜଳ, ନାଳ ପାଣି, ମ୍ୟୁନିସିପାଲିଟୀ କଠିନ ବର୍ଜ୍ୟ, ଗୋବର, ଶିଳ୍ପ ବର୍ଜ୍ୟ ଆଦି ବିଭିନ୍ନ ପ୍ରକାର ବର୍ଜ୍ୟରୁ ସୃଷ୍ଟି ହୋଇପାରିବ। ସିବିଜି ପ୍ରାକୃତିକ ଗ୍ୟାସର ବିକଳ୍ପ ଏବଂ ପରିବହନ କ୍ଷେତ୍ରରେ କମ୍ପ୍ରେସ୍ଡ଼୍ ନ୍ୟାଚୁରାଲ ଗ୍ୟାସ୍ (ସିଏନ୍ଜି) ପରିବର୍ତ୍ତେ ଏହାକୁ ବ୍ୟବହାର କରାଯାଇ ପାରିବ। ବର୍ତ୍ତମାନ ଭାରତରେ ପାଖାପାଖି ୧୪୦ ଏମ୍ଏମ୍ଏସ୍ସିଏମ୍ଡ଼ି ପ୍ରାକୃତିକ ଗ୍ୟାସ ବ୍ୟବହାର ହେଉଛି। ତନ୍ମଧ୍ୟରୁ ୭୦ ଏମ୍ଏମ୍ଏସ୍ସିଏମ୍ଡ଼ି ଘରୋଇ ଉତ୍ପାଦନ ହୋଇଥିବା ବେଳେ ଅନ୍ୟ ୭୦ ଏମ୍ଏମ୍ଏସ୍ସିଏମ୍ଡ଼ି ଆମଦାନୀ ହେଉଅଛି ଯାହା କି ସମୁଦାୟ ବ୍ୟବହାରର ୫୦%। ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ୬-୭% ଅଭିବୃଦ୍ଧି ହାରକୁ ୨୦୨୨ ମସିହା ସୁଦ୍ଧା ୧୫% ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ସରକାର ଏକ ଗ୍ୟାସ୍ ଭିତ୍ତିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେବାକୁ ଲକ୍ଷ୍ୟ ରଖିଛନ୍ତି। ପରିବହନ ଏବଂ ଶିଳ୍ପ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ୍ ର ଚାହିଦାକୁ ଦୃଷ୍ଟିରେ ରଖି ସିବିଜିକୁ ଏକ ସମ୍ଭାବ୍ୟ ମାର୍ଗ ଭାବେ ଚିହ୍ନଟ କରାଯାଇଛି।

ଏହି ପଦକ୍ଷେପ ଅନ୍ତର୍ଗତ ଆଇଓସି, ବିପିସିଏଲ୍, ଏଚ୍ପିସିଏଲ୍ ଏବଂ ଗେଲ୍ ପକ୍ଷରୁ ଏକ୍ସପ୍ରେସସନ୍ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ନିମନ୍ତେ ଯୋଗ୍ୟ ଉଦ୍ୟୋଗୀ ମାନଙ୍କଠାରୁ ସିବିଜି ପ୍ରାପ୍ତ କରିବା ପାଇଁ ଆମନ୍ତ୍ରଣ କରାଯାଉଛି ଏବଂ ଅଟୋମୋଟିଭ୍ ଇନ୍ଧନର ସମାନ୍ତର ବିପଣନ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ଯେଉଁଠି ଆଇଓସି, ବିପିସିଏଲ୍, ଏଚ୍ପିସିଏଲ୍ ଏହି କ୍ଷେତ୍ରର ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି ଗେଲ୍ ଏଥିନିମନ୍ତେ ସିଜିଡି ସହ ମିଳିତ ଭାବେ ଏକ୍ସପ୍ରେସସନ୍ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି।

ଏସ୍ଏଟିଏଟି (ସତତ୍) ଶୁଭାରମ୍ଭ ହେବା ପୂର୍ବରୁ ଏମ୍ଓପିଏନ୍ଜି ବାୟୋଇନ୍ଧନ କ୍ଷେତ୍ରରେ ଦୀର୍ଘଯାତ୍ରା ସମ୍ପନ୍ନ କରିବା ସହ ଅନେକ ମାଇଲଖୁଣ୍ଟ ସ୍ଥାପନ କରିସାରିଛି। ଏହି ପଦକ୍ଷେପ ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚ୍ଜି) ର ମାତ୍ରକୁ ହ୍ରାସ କରିବା ସହ ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟକୁ ହାସଲ କରିବାରରେ ସହାୟକ ହେବ। ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଏମ୍ସି ଚଣ୍ଡିଗଡ, ଲକ୍ଷ୍ନୌ ଏବଂ ପୁଣେ ଭଳି ସହରରେ ରୋଡ୍ ଶୋ’ ର ଆୟୋଜନ ହୋଇସାରିଛି। ଏହି ସମସ୍ତ ସହରଗୁଡ଼ିକରେ ଓଏମ୍ସିକୁ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଛି ଏବଂ ସତତ୍ ସମ୍ବନ୍ଧରେ ଜାଣିବା ନିମନ୍ତେ ହିତାଧିକାରୀମାନେ ସେମାନଙ୍କ ନିକଟକୁ ଯାଇ ସୂଚନା ସଂଗ୍ରହ କରିଛନ୍ତି।

ଶ୍ରୀ ପ୍ରଧାନ ନିବେଶକମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ସହ ପେଟ୍ରୋଲିୟମ ଏବଂ ଓଏମ୍ସି ମନ୍ତ୍ରଣାଳୟ ଠାରୁ ଆବଶ୍ୟକ ସାହାଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ। ଶ୍ରୀ ପ୍ରଧାନ ଓଡ଼ିଶାରେ ସିବିଜିର ବ୍ୟବହାରକୁ ବ୍ୟାପକ କରିବା ପାଇଁ ସତତ୍ ପ୍ରୟାସର ଲାଭ ସମ୍ବନ୍ଧରେ ଲୋକଙ୍କୁ ଜଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ୧୯ ଜିଲାରେ ସହରୀ ଗ୍ୟାସ୍ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଅଛି । ପାଇପଲାଇନ ଗ୍ୟାସ ଯୋଗାଣରେ ଗୁଜରାଟ ପରେ ଓଡ଼ିଶା ହେବ ସର୍ବବୃହତ ରାଜ୍ୟ।

ଓଡ଼ିଶା ପାଇଁ ସୁବିଧା

୧୭୩୦ କିମି ଲମ୍ବ ବିଶିଷ୍ଟ ଗ୍ୟାସ ପାଇପ୍ଲାଇନ ବିଛାଇବା ପାଇଁ ୪,୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯାହା ମଧ୍ୟରେ ୯୦୦ କିମି ଲମ୍ବ ବିଶିଷ୍ଟ ସହରୀ ଗ୍ୟାସ୍ ପାଇପ୍ଲାଇନ୍ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାରେ ପ୍ରାୟ ୫୦୦ ସିବିଜି ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯେଉଁଥିରୁ କି ସେମାନେ ପିଏସୟୁ ଏବଂ ନିକଟସ୍ଥ ଶିଳ୍ପସଂସ୍ଥାଗୁଡ଼ିକୁ ଗ୍ୟାସ୍ ଯୋଗାଇ ପାରିବ। ବିପିସିଏଲ୍ ଦ୍ୱାରା ବରଗଡ଼ ଠାରେ ସ୍ଥାପନ କରାଯିବାକୁ ଥିବା ୨ଜି ଇଥାନଲ୍ ପ୍ଲାଣ୍ଟ ଏଥିମଧ୍ୟରୁ ଅନ୍ୟତମ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ବିଜୟ ଶର୍ମା, ନିର୍ଦ୍ଦେଶକ, ଏମ୍ଓପିଏନ୍ଜି, ସଞ୍ଜୀବ ସିଂ, ଅଧ୍ୟକ୍ଷ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍, ଡ. ଏସ୍ଏସ୍ଭି ରାମକୁମାର, ଆର୍ ଆଣ୍ଡ ଡି, ଆଇଓସିଏଲ୍, ଅରୁଣ କୁମାର ସିଂହ, ଡାଇରେକ୍ଟର ମାର୍କେଟିଙ୍ଗ, ବିପିସିଏଲ୍, ଏସ୍ ଜୟକ୍ରିଷନ୍, ଡାଇରେକ୍ଟର ମାର୍କେଟିଙ୍ଗ-ଏଚ୍ପିସିଏଲ୍, ମନୋଜ ଜୈନ, ଡାଇରେକ୍ଟର (ବିଡି), ଗେଲ୍ ପ୍ରମୁଖ ଉପସ୍ଥିତ ଥିଲେ।

Related story