ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ବିମାନ ଜରୁରୀ ଅବତରଣ କରିଥିଲା। ଜରୁରୀ ଅବତଣ କରିଥିବା ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିଲା। ଅବଶ୍ୟ କିଛି ସମୟ ପରେ ଏହା ପୁଣି ତା’ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଜଣେ ବ୍ୟକ୍ତି ବିମାନ ଭିତରେ ଉତ୍ପାତ କରିବାକୁ ଏହାକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ। ତାଙ୍କ ନାଁ ଇର୍ସାଦ ଅଲି। ତାଙ୍କୁ […]

indigo

Jitendra Garnayak
  • Published: Sunday, 23 June 2019
  • , Updated: 23 June 2019, 11:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦରରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏକ ବିମାନ ଜରୁରୀ ଅବତରଣ କରିଥିଲା। ଜରୁରୀ ଅବତଣ କରିଥିବା ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥିଲା। ଅବଶ୍ୟ କିଛି ସମୟ ପରେ ଏହା ପୁଣି ତା’ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଜଣେ ବ୍ୟକ୍ତି ବିମାନ ଭିତରେ ଉତ୍ପାତ କରିବାକୁ ଏହାକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ। ତାଙ୍କ ନାଁ ଇର୍ସାଦ ଅଲି।

ତାଙ୍କୁ ବିମାନ କର୍ତ୍ତୃପକ୍ଷ ଏୟାରପୋର୍ଟ ପୁଲିସ୍‌ର ଜିମା ଦେଇଥିଲେ। ପୁଲିସ୍‌ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି। ଇର୍ସାଦଙ୍କ ସହିତ ଥିବା ତାଙ୍କର ଜଣେ ବନ୍ଧୁଙ୍କୁ ବି ପୁଲିସ୍ ଜିମା ଦିଆଯାଇଛି।

 

Related story