୨୪ ଘଣ୍ଟା ପର ଗୃହବନ୍ଦୀରୁ ମୁକୁଳିଲେ ଶିଳ୍ପପତି; କହିଲେ ଏମିତି କଥା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ପରେ ଗୃହବନ୍ଦୀରୁ ମୁକୁଳିଛନ୍ତି ଶିଳ୍ପପତି ରୀତା ସିଂହ। ମୁକୁଳିବା ପରେ ସେ କହିଛନ୍ତି-“ପୂର୍ବରୁ ଆମମାନଙ୍କୁ ଇଜ୍ଜତ ମିଳୁଥିଲା। ଏବେ ସମୟ ପୂରା ବଦଳି ଯାଇଛି। ମୋ ସହ ଏମିତି ହେବ ବୋଲି ମୁଁ କଳ୍ପନା କରିନଥିଲି। ମୈଥାନ ସହ ମୋର କୌଣସି ସଂପର୍କ ନାହିଁ। ମୁଁ କମ୍ପାନୀ ଏମ୍‌ଡି ନୁହଁ କି ଅଂଶୀଦାର ନୁହଁ। ସିପ୍ରା ସିଂହ ମୋ ଝିଅ ଓ ସେ ମୈଥାନ କମ୍ପାନୀ ମୁଖ୍ୟ। ମୋତେ ଏମିତି ଏଠି […]

rita-singh

rita-singh

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 07:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ପରେ ଗୃହବନ୍ଦୀରୁ ମୁକୁଳିଛନ୍ତି ଶିଳ୍ପପତି ରୀତା ସିଂହ। ମୁକୁଳିବା ପରେ ସେ କହିଛନ୍ତି-“ପୂର୍ବରୁ ଆମମାନଙ୍କୁ ଇଜ୍ଜତ ମିଳୁଥିଲା। ଏବେ ସମୟ ପୂରା ବଦଳି ଯାଇଛି। ମୋ ସହ ଏମିତି ହେବ ବୋଲି ମୁଁ କଳ୍ପନା କରିନଥିଲି। ମୈଥାନ ସହ ମୋର କୌଣସି ସଂପର୍କ ନାହିଁ। ମୁଁ କମ୍ପାନୀ ଏମ୍‌ଡି ନୁହଁ କି ଅଂଶୀଦାର ନୁହଁ। ସିପ୍ରା ସିଂହ ମୋ ଝିଅ ଓ ସେ ମୈଥାନ କମ୍ପାନୀ ମୁଖ୍ୟ। ମୋତେ ଏମିତି ଏଠି ଅଟକ ରଖିବା ସଂପୂର୍ଣ୍ଣ ଭାବେ ବେଆଇନ। ଏଠି ଶିଳ୍ପପତିମାନଙ୍କୁ ସମ୍ମାନ ଦେବା ଦରକାର, ଉଦ୍ୟୋଗୀଙ୍କୁ ଇଜ୍ଜତ ଦିଅନ୍ତୁ।”

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ଥାନା ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା ‘ମୈଥାନ ଇସ୍ପାତ’ କାରଖାନା। ମାତ୍ର ଗତ ୧୧ ମାସ ହେବ କୌଣସି କାରଣ ନଦର୍ଶାଇ କମ୍ପାନୀ ଉତ୍ପାଦନ ବନ୍ଦ ରଖିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କମ୍ପାନୀ ଆଉ ଚାଲିବାର କୌଣସି ସମ୍ଭାବନା ନଥିବାରୁ ବକେୟା ୧୧ ମାସର ଦରମା ଓ ବୋନସ ପାଇଁ ଦୀର୍ଘମାସ ଧରି ଦାବି କରିଆସୁଛନ୍ତି କର୍ମଚାରୀ। ଏନେଇ ବାରମ୍ବାର ବୈଠକ ଫେଲ୍ ମାରିବା ପରେ ଗତକାଲି କମ୍ପାନୀର ଏମ୍‌ଡି ସିପ୍ରା ସିଂହଙ୍କ ରୀତା ସିଂ ହୋଟେଲ୍‌ ଥିବା ଜାଣିପାରି କର୍ମଚାରୀମାନେ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ।

ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ। ଗତକାଲି ଅପରାହ୍ନରୁ ଆଜି ଅପରାହ୍ନ ହୋଇଗଲା। ୨୪ ଘଣ୍ଟା ପରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବାରୁ ଯାଜପୁର ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପି ସେଠାରେ ପହଞ୍ଚି ରୀତାଙ୍କୁ ଉଦ୍ଧାର କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ବକେୟା ଦରମା ପାଇଁ କମ୍ପାନୀ ମୁଖ୍ୟଙ୍କ ମାଆକୁ ଅଟକ ରଖିବା କେତେ ଯୁକ୍ତିଯୁକ୍ତ? ମେକ୍ ଇନ୍ ଓଡ଼ିଶାର ନାରା ଭିତରେ ଶିଳ୍ପପତିଙ୍କ ସୁରକ୍ଷା ପାଇଁ କେତେ ତତ୍ପର ରାଜ୍ୟ ସରକାର? ଅନ୍ୟପଟେ ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଗଲାବର୍ଷ ଇମ୍ଫା କମ୍ପାନୀର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଶ୍ରମିକ ଆନ୍ଦୋଳନକୁ ପ୍ରୀତିରଂଜନ ହିଁ ଉସ୍କାଇଥିବା ଅଭିଯୋଗ ହୋଇଥିଲା।

ତେବେ ଏସଂପର୍କରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି, ମୈଥାନ ଇସ୍ପାତ କାରଖାନା କର୍ମଚାରୀଙ୍କୁ ୧୧ ମାସ ହେଲା ଦରମା ମିଳିନାହିଁ। ଆଜି କମ୍ପାନୀ କର୍ତ୍ତୃପକ୍ଷ ଗୋଟିଏ ମାସର ଦରମା ଦେବାକୁ ରାଜି ହୋଇନାହାନ୍ତି। ଦାବି ପୂରଣ ନହେଲା ଯାଏଁ ଆନ୍ଦୋଳନ ଜାରି ରହିବ। ଆସନ୍ତା ୧୭ ତାରିଖରେ ଏନେଇ ପୁଣି ବୈଠକ ବସିବ। ଏଥିସହ ଶିଳ୍ପପତି ରୀତା ସିଂଙ୍କୁ ଅଟକ ରଖିବା ଖବର ମିଛ ବୋଲି ଶ୍ରୀ ଘଡେଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story