କାଳିଆ କେଳେଙ୍କାରୀ: କିଏ ସତ କହୁଛନ୍ତି ମନ୍ତ୍ରୀ ନା ମୁଖପାତ୍ର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ କେଳେଙ୍କାରୀ ଉପରେ ପରଦା ଢାଙ୍କିବାକୁ ଜୋରଦାର ଉଦ୍ୟମ। ୩ଲକ୍ଷ ୪୧ ହାଜର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ଗତକାଲି କୃଷିମନ୍ତ୍ରୀ କହିଥିବା ବେଳେ ଆଜି ବିତଣ୍ଡା ଯୁକ୍ତି ବାଢି  ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୩୨ ହଜାର ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ । ତେବେ ମନ୍ତ୍ରୀ ଓ ମୁଖପାତ୍ରଙ୍କ ଭିନ୍ନ ମତ ଓ  ଯୁକ୍ତିକୁ ନେଇ ତେଜିଛି ରାଜନୀତି।  ଅଯୋଗ୍ୟ ହିତାଧିକାରୀ ତାଲିକାର ବିଜେପି ନିରପେକ୍ଷ ତଦନ୍ତ ଦାବି […]

890

890

Tapas Behera
  • Published: Wednesday, 18 September 2019
  • Updated: 18 September 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ କେଳେଙ୍କାରୀ ଉପରେ ପରଦା ଢାଙ୍କିବାକୁ ଜୋରଦାର ଉଦ୍ୟମ। ୩ଲକ୍ଷ ୪୧ ହାଜର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ଗତକାଲି କୃଷିମନ୍ତ୍ରୀ କହିଥିବା ବେଳେ ଆଜି ବିତଣ୍ଡା ଯୁକ୍ତି ବାଢି  ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୩୨ ହଜାର ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ । ତେବେ ମନ୍ତ୍ରୀ ଓ ମୁଖପାତ୍ରଙ୍କ ଭିନ୍ନ ମତ ଓ  ଯୁକ୍ତିକୁ ନେଇ ତେଜିଛି ରାଜନୀତି।  ଅଯୋଗ୍ୟ ହିତାଧିକାରୀ ତାଲିକାର ବିଜେପି ନିରପେକ୍ଷ ତଦନ୍ତ ଦାବି କରିଥିବା ବେଳେ ଯେଉଁମାନେ ଟଙ୍କା ପାଇବାରେ ସହଯୋଗ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

କାଳିଆ ଯୋଜନା କେଳେଙ୍କାରୀକୁ ନେଇ ଅକଳରେ ରାଜ୍ୟ ସରକାର। ମନ୍ତ୍ରୀ ଓ ମୁଖପାତ୍ରଙ୍କ କଥାରେ ତାଳମେଳ ନାହିଁ ।  ବଡ଼ଚାଷୀ, ସରକାରୀ କର୍ମଚାରୀ, ନାବାଳକ ଓ ଗୋଟିଏ  ପରିବାରର ଏକାଧିକ ଲୋକ ଟଙ୍କା ପାଇଥିବା ନେଇ କୃଷି ବିଭାଗ ତଥ୍ୟରୁ ଜଣାପଡିବା ପରେ ମୁହଁ ଟାଣ ଦେଖାଇବାକୁ ଚେଷ୍ଟା କରିଛି ବିଜେଡି।  କୃଷିମନ୍ତ୍ରୀ ଦେଇଥିବା ତଥ୍ୟକୁ  ଭୁଲ ଭାବରେ ଉପସ୍ଥାପନା କରାଯାଇଥିବା କହି ଦଳ ପରଦା ଢାଙ୍କିବାକୁ ଚେଷ୍ଟା କରିଛି । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ନେଇଥିବା ଗତକାଲି କହିଥିଲେ ନିଜେ କୃଷିମନ୍ତ୍ରୀ ଅରୁଣ ସାହୁ । ତେବେ ୨୦ ହଜାର ସରକାରୀ କର୍ମଚାରୀ ଓ ୧୨ ହଜାର ବଡଚାଷୀଙ୍କୁ ମିଶାଇ କେବଳ ୩୨ ହଜାର ହିଁ  ଅଯୋଗ୍ୟ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର ପ୍ରତାପ ଦେବ।

ସେମାନଙ୍କୁ ପରବର୍ତ୍ତି କିସ୍ତି ଟଙ୍କା ମିଳିବ ନାହିଁ ଓ ପୂର୍ବରୁ ପାଇଥିବା ଟଙ୍କାକୁ ଆଡଜଷ୍ଟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି, ଟଙ୍କା ଫେରସ୍ତ ପାଇଁ ସରକାର ଉଦ୍ୟମ କରିବେ।

ତେବେ କାହିଁକି କାଳିଆ ସ୍କାମ୍ ଏତେ ବ୍ୟାପକ ହେଲା? କେମିତି ସାମିଲ ହେଲେ ଏତେ ସଂଖ୍ୟାକ ଅଯୋଗ୍ୟ ହିତାଧିକାରୀ? ନିର୍ବାଚନକୁ ଆଖି ଆଗରେ ଭୋଟ୍ ହାତେଇବା ଲକ୍ଷ୍ୟରେ ତରବରିଆ ସ୍କିମ୍ ଲାଗୁ , ଜାଣିଶୁଣି ଗ୍ରାଉଣ୍ଡରେ ଠିକ୍ ଯାଂଚ ନକରାଯିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି । ତେବେ ତ୍ରୁଟି ପାଇଁ ଦାୟୀ କିଏ ଓ କାହାକୁ  ଉତ୍ତରଦାୟୀ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ମନ୍ତ୍ରୀ ଓ ମୁଖପାତ୍ରଙ୍କ ଭିନ୍ନ ମତ ଓ ତା’ପଛର ଯୁକ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ।

ସରକାରକୁ ଆସିବା ଦିନ ହିଁ କାଳିଆ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ହିତାଧିକାରୀଙ୍କ ଚିହ୍ନଟ ଓ ଯାଞ୍ଚର ଗୋଲକ ଧନ୍ଦାରେ ଫସିଥିବା ରାଜ୍ୟ ସରକାର ଏଯାଏଁ ଦ୍ୱିତୀୟ କିସ୍ତି ଟଙ୍କା ଦେଇ ନଥିବା କୁହାଯାଉଛି। ତେବେ ଚଳିତ ମାସ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ସହାୟତା ମିଳିବ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story