ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ । କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଏବେ ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଗାଁରେ ହେଉଥିବା […]

Covid19

Tapas Behera
  • Published: Tuesday, 01 June 2021
  • , Updated: 01 June 2021, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ । କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଏବେ ଯେତିକି ମୃତ୍ୟୁ ସଂଖ୍ୟା ବାହାରିଛି ତାହା ୨ ସପ୍ତାହ ତଳର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ସୁପର ସ୍ପ୍ରେଡର କାର୍ଯ୍ୟକଳାପ ଯୋଗୁଁ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଗାଁରେ ହେଉଥିବା ଭୋଜି ଭାତ ପାଇଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ରାଜଧାନୀ ଭୁବନେଶ୍ୱରରେ ପାଠୁଆମାନେ ନିୟମ ମାନୁନଥିବାରୁ ବଢୁଛି ସଂକ୍ରମଣ । ତେବେ ସଂକ୍ରମଣ ଶୀଘ୍ର ଶୀଘ୍ର ଚିହ୍ନଟ ପାଇଁ ଆଣ୍ଟିଜେନ ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ଭ୍ୟାକ୍ସିନେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଗବେଷଣା କହୁଛି କରୋନା ସଂକ୍ରମିତ ବ୍ୟକ୍ତି ଟିକା ନେବା ପରେ ପ୍ରାୟ ୧୦ ବର୍ଷ ଯାଏ ଏହି ସଂକ୍ରମଣ ଆକ୍ରାନ୍ତ କରିବ ନାହିଁ । ବର୍ତ୍ତମାନ ଭ୍ୟାକ୍ସିନର ମିକ୍ସିଂ କରିବା ପରେ ଇମ୍ୟୁନ ସିଷ୍ଟମ ଉପରେ ରିସର୍ଚ କରାଯାଉଛି । ବର୍ତ୍ତମାନ ଯାଏ ଦେଶର କେତେ ସ୍ଥାନରେ ଭୁଲ ବଶତଃ ଏଭଳି ହୋଇଛି ତାହା କୌଣସି ପ୍ରତିକ୍ରିୟା ଦେଖାଦେଇନାହିଁ । ଆଗାମୀ ସମୟରେ ଆମେରିକାର କେତେକ ଔଷଧ କମ୍ପାନୀ ଏ ଦିଗରେ ଜୋରଦାର ଉଦ୍ୟମ କରୁଛନ୍ତି।

Related story