Advertisment

ଶତାଧିକ ହେକ୍ଟର ଧାନ ଫସଲ ଖାଇଗଲେଣି ପାଣ୍ଡିରା ପୋକ

ବୌଦ୍ଧ(ଦୀପକ ଅଦର): ଶହ ଶହ ହେକ୍ଟର ଧାନ ଫସଲ ଖାଇଗଲେଣି ପାଣ୍ଡିରା ପୋକ। ଯେତେ କୀଟନାଶକ ପକାଇଲେ ଦମନ ହେଉନି ଏହି ପୋକ। ଯାହାକୁ ନେଇ ବୌଦ୍ଧ ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ପୋକ ଗୋଟିଏ ରାତି ମଧ୍ୟରେ ଖାଇ ପଦା କରି ଦେଉଛନ୍ତି ପୂରା ଫସଲ। ଫଳରେ ଧାନ ଗଛ ସବୁ ଧଳା ପଡି ନଷ୍ଟ ହୋଇଯାଉଛି। ଚାଷୀଙ୍କ ଆଶଙ୍କା ପ୍ରବଳ ବର୍ଷା ଯୋଗୁ ବିଲରୁ ପାଣି ନିଷ୍କାସନ ନ ହୋଇପାରି […]

author-image
Niranjan Mishra
ଅଦ୍ୟତନ ହୋଇଛି
ଶତାଧିକ ହେକ୍ଟର ଧାନ ଫସଲ ଖାଇଗଲେଣି ପାଣ୍ଡିରା ପୋକ

ins

ବୌଦ୍ଧ(ଦୀପକ ଅଦର): ଶହ ଶହ ହେକ୍ଟର ଧାନ ଫସଲ ଖାଇଗଲେଣି ପାଣ୍ଡିରା ପୋକ। ଯେତେ କୀଟନାଶକ ପକାଇଲେ ଦମନ ହେଉନି ଏହି ପୋକ। ଯାହାକୁ ନେଇ ବୌଦ୍ଧ ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ପୋକ ଗୋଟିଏ ରାତି ମଧ୍ୟରେ ଖାଇ ପଦା କରି ଦେଉଛନ୍ତି ପୂରା ଫସଲ। ଫଳରେ ଧାନ ଗଛ ସବୁ ଧଳା ପଡି ନଷ୍ଟ ହୋଇଯାଉଛି। ଚାଷୀଙ୍କ ଆଶଙ୍କା ପ୍ରବଳ ବର୍ଷା ଯୋଗୁ ବିଲରୁ ପାଣି ନିଷ୍କାସନ ନ ହୋଇପାରି ଏଭଳି ରୋଗପୋକ ଲାଗିଛି। ଧାନ ଫୁଲ ହେବା ସମୟରେ ଏଭଳି ପୋକ ଚାଷୀଙ୍କୁ ଅତିଷ୍ଠ କରିଛି।

Advertisment

ବୌଦ୍ଧ ଜିଲ୍ଲା ତିଲେଶ୍ୱର ପଞ୍ଚାୟତର ଚାଷୀ ସୁନୀଲ ବେହେରା, ଭରତ ନାଗ, ପ୍ରଫୁଲ୍ଲ ବେହେରା, ଉଦ୍ଧବ ସେଠୀ କହିଛନ୍ତି, ତାଙ୍କ ଅଞ୍ଚଳର ତିଲେଶ୍ୱର, ଖଣ୍ଡହତା, କୃଷ୍ଣପାଲି, ଘିମୁହାଣୀ, ବୁରୁବୁଡା, ତାକୁଡ଼, ବାଦୀକଟା ଆଦି ଗ୍ରାମକୁ ଲାଗି ରହିଥିବା ଶହ ଶହ ଏକର ଧାନ ଚାଷରେ ପାଣ୍ଡିରି ପୋକ ଲାଗି ଯାଇଛି। ସବୁଜ ରଙ୍ଗର ଏହି ଲମ୍ବା ପୋକ ଧାନ କେଣ୍ଡା ଭିତରେ ନିଜର ବଂସ ବିସ୍ତାର କରୁଛନ୍ତି। ଧାନ ଗଛକୁ ଅଧାରୁ ଖାଇ ନଷ୍ଟ କରି ଦେଉଛନ୍ତି। ଫଳରେ ଧାନ ଫୁଲ ଧରିବା ପୂର୍ବରୁ ଶୁଖି ନଷ୍ଟ ହୋଇଯାଉଛି। ବଜାରରୁ ଯେତେ ପ୍ରକାର କୀଟନାଶକ ଆଣି ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯଦି ଏହି ପୋକ ଦମନ କରା ନ ଯାଏ, ତେବେ ସବୁ ପରିଶ୍ରମ ବେକାର ଯିବ। ଲାଭ ଦୂରେ ଥାଉ, ବର୍ଷକ ଖାଇବା ନିମନ୍ତେ ଚାଉଳ ମିଳିବ ନାହିଁ। ତେଣୁ ସରକାର ତୁରନ୍ତ ସହାୟତା କରିବା ଜରୁରୀ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।

[caption id="attachment_776858" align="aligncenter" width="650"]publive-image ପୂରା କ୍ଷେତକୁ ଖାଇ ନଷ୍ଟ କରିଦେଇଛନ୍ତି ପୋକ।[/caption]

Advertisment

ଏନେଇ ଜିଲ୍ଲା କୃଷି ଅଧିକାରୀ ହରିହର ବାରିକ କହିଛନ୍ତି, ଏହି ପୋକ ଲାଗିବା ନେଇ ଚାଷୀଙ୍କୁ କୀଟନାଶକ ଯୋଗାଇ ଦିଆଯିବ। ସେମାନେ ମଧ୍ୟ ନିକଟସ୍ଥ ସାର ଓ କୀଟନାଶକ ବିକ୍ରି କରୁଥିବା ଷ୍ଟକିଷ୍ଟଙ୍କ ଠାରୁ ୫୦ ପ୍ରତିଶତ ଛାଡ଼୍‌ରେ କୀଟନାଶକ କିଣି ପାରିବେ।  କୃଷି ବିଭାଗର ଏକ ଟିମ୍ ଏନେଇ ଶୀଘ୍ର ଅନୁଧ୍ୟାନ କରିବେ। ତେବେ ଚାଷୀମାନେ ଧାନ ଜମିରେ ଏହି ପୋକ ଲାଗିଥିବା ବେଳେ ୟୁରିଆ ନ ପକାଇବା ଉଚିତ୍। ନଚେତ୍ ଧାନଗଛରୁ କଅଁଳ ପତ୍ର ବାହାରିବା ଦେଖି ପୋକ ବଢ଼ିବେ ଓ ଫସଲ ନଷ୍ଟ କରିଦେବେ।