ଚାକିରିରୁ ନିଲମ୍ବିତ ହେଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦୀୟ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଆଜି ତତ୍କାଳ ପ୍ରଭାବରୁ ପୁଲିସ ଡିଜି ସୁନୀଲ କୁମାର ବନସଲ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ ତଥା ଓଡ଼ିଶା ସର୍ଭିସ କୋଡ୍ -୯୦ ଅନ୍ତର୍ଗତ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା ପାଇବାକୁ ମଧ୍ୟ ହକଦାର ହେବେ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ […]

Police

Ordigital Desk
  • Published: Saturday, 16 July 2022
  • , Updated: 16 July 2022, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟଣାରେ ବିବାଦୀୟ ପୁଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଆଜି ତତ୍କାଳ ପ୍ରଭାବରୁ ପୁଲିସ ଡିଜି ସୁନୀଲ କୁମାର ବନସଲ ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧି ମଧ୍ୟରେ ସେ ସୁନ୍ଦରଗଡ଼ ପୁଲିସ ଏସପିଙ୍କ ଅଧୀନରେ ରହିବେ ତଥା ଓଡ଼ିଶା ସର୍ଭିସ କୋଡ୍ -୯୦ ଅନ୍ତର୍ଗତ ସେ ନିଜର ଡିଏ ଓ ଅନ୍ୟାନ୍ୟ ଭତ୍ତା ପାଇବାକୁ ମଧ୍ୟ ହକଦାର ହେବେ ବୋଲି ଆଜି ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ଅନ୍ୟପକ୍ଷରେ ଏହି କାର ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଡ୍ରାଇଭର ଅଜୟ ଜେଠୀଙ୍କୁ ଆଜି ଜାମିନ ମିଳିଛି । ଅଜୟଙ୍କୁ ତରଭା ଜେଏମଏଫସି କୋର୍ଟରୁ ଜାମିନ ମିଳିଛି । ତାଙ୍କୁ ପୁଲିସ ଜୁଲାଇ ୧୨ତାରିଖରେ ଗିରଫ କରିଥିଲା । ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ତାଙ୍କ ନାଁରେ ଏମଭିଆଇ ଆକ୍ଟରେ ମାମଲା ରୁଜୁ ହୋଇଥିଲା ।

ସୂଚନାଯୋଗ୍ୟ, ରଥଯାତ୍ରା ଡ୍ୟୁଟି ଶେଷ କରି ଇନ୍ସପେକ୍ଟର ଶ୍ରୀମତୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ ନିଜ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରିବା ବାଟରେ ୫୭ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକ ନିକଟରେ ଏକ ପରିବା ବୋଝେଇ ଅଟୋ ଓ ବାଇକକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୬ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ଶ୍ରୀମତୀ ସୁନା ଓ ତାଙ୍କ ଡ୍ରାଇଭର ଶ୍ରୀ ଜେଠୀ ଫେରାର ହୋଇଯାଇଥିଲେ ।

Related story