ବିନା ଡିଏଲ୍‌ରେ ଇନ୍ସପେକ୍ଟର ମାଡମ୍‌ଙ୍କ ଗାଡ଼ି ଚଲାଉଥିଲେ ଅଜୟ, କେମିତି ହେଉନଥିଲା ଯାଞ୍ଚ?

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ନାହିଁ। ସେଥିପାଇଁ ଅଜୟ ଜେଠୀଙ୍କ ନାଁର MVI ଆକ୍ଟରେ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ କୁମାର ପଣ୍ଡା। ତେବେ ଏଠି ପ୍ରଶ୍ନ ଉଠୁଛି, ଡିଏଲ୍‌ ନଥିବା ସତ୍ତ୍ୱେ ଅଜୟ ଜେଠୀଙ୍କୁ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା କେମିତି ଗାଡ଼ି ଚଳାଇବାକୁ ଅନୁମତି ଦେଲେ? ବିନା ଡିଏଲରେ ଗାଡ଼ି ଚଳାଇବା […]

Ajaya-And-Snigdharani Suna

Manoranjan Sial
  • Published: Thursday, 14 July 2022
  • , Updated: 14 July 2022, 04:39 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ନାହିଁ। ସେଥିପାଇଁ ଅଜୟ ଜେଠୀଙ୍କ ନାଁର MVI ଆକ୍ଟରେ ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ କୁମାର ପଣ୍ଡା।

ତେବେ ଏଠି ପ୍ରଶ୍ନ ଉଠୁଛି, ଡିଏଲ୍‌ ନଥିବା ସତ୍ତ୍ୱେ ଅଜୟ ଜେଠୀଙ୍କୁ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା କେମିତି ଗାଡ଼ି ଚଳାଇବାକୁ ଅନୁମତି ଦେଲେ? ବିନା ଡିଏଲରେ ଗାଡ଼ି ଚଳାଇବା ଏକ ଅପରାଧ ବୋଲି କଣ ଜାଣିନଥିଲେ ଅଜୟ ଜେଠୀ ଓ ସ୍ନିଗ୍ଧାରାଣୀ ସୁନା? କେମିତି ତାଙ୍କ ଡ୍ରାଇଭରଙ୍କ ଡିଏଲ୍‌ ଚେକ୍‌ କରୁଥିନଲା ପରିବହନ ବିଭାଗ? ନା ଥାନା ବାବୁଆଣୀଙ୍କ ଗାଡ଼ି ଚଳାଉଥିବାରୁ ଡ୍ରାଇଭଙ୍କ ଡିଏଲ୍‌ ଯାଞ୍ଚ ହେଉନଥିଲା?

ସବୁଠାରୁ ଉଦ୍‌ବେଗର କଥା ହେଉଛି ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‌ ସୁନ୍ଦରଗଡ଼ରୁ ବାହାରି ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲା। ଆଉ ପୁରୀରୁ କର୍ମକ୍ଷେତ୍ରକୁ ଫେରୁଥିଲା ବେଳେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅଟୋକୁ ଧକ୍କା ଦେଇଥିଲା। ହେଲେ କେଉଁଠି ବି ଡ୍ରାଇଭର ଅଜୟ ଜେଠୀଙ୍କ ଡିଏଲ୍‌ ଯାଞ୍ଚ ହୋଇଥିବା ପରି ମନେ ହେଉନାହିଁ।

ସୁନ୍ଦରଗଡ଼ ଥାନାର ଇନ୍ସପେକ୍ଟର ହେଉଛନ୍ତି ସ୍ନିଗ୍ଧାରାଣୀ ସୁନା। ସେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରିବା ପାଇଁ ପୁରୀ ଆସିଥିଲେ। ମଙ୍ଗଳବାର ସକାଳେ ଫେରୁଥିବା ବୌଦ୍ଧ ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ବୋଝେଇ ଅଟୋକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍‌ ଚାଳକ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ।

ଦୁଘଟଣା ଘଟାଇଥିବା କାର୍‌ଟି ପୁଲିସ ଇନ୍ସପେକ୍ଟର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉତ୍ତ୍ୟକ୍ତ ଲୋକେ ଦାବି କରିଥିଲେ। ଅପରାହ୍ନରେ ବଲାଙ୍ଗିରରୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ଧରିବା ସହିତ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା ପୁଲିସ୍‌।

Related story