ରାଜ୍ୟ କର୍ମଚାରୀଙ୍କୁ ଅବସର ମାସରେ ହିଁ ମିଳିବ ଚୂଡ଼ାନ୍ତ ଜିପିଏଫ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏଣିକି ନିଜର କର୍ମଚାରୀଙ୍କୁ ଅବସର ମାସରେ ହିଁ ଚୂଡ଼ାନ୍ତ ଜିପିଏଫ୍ ପ୍ରଦାନ କରିବେ। ଚୂଡ଼ାନ୍ତ ଜିପିଏଫ୍ ଏଣିକି ରାଜ୍ୟ ପେନସନ୍ ଟ୍ରେଜେରୀରୁ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। କର୍ମଚାରୀ ଯେଭଳି ନିଜର ପେନସନ୍ ସ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସିଧାସଳଖ ପାଉଛନ୍ତି ଠିକ୍ ସେହିଭଳି ଭାବେ ଚୂଡ଼ାନ୍ତ ଜିପିଏଫ(ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ଓ ଟିଚର୍ସ ପ୍ରୋଭିଡେଣ୍ଟ ଫଣ୍ଡ(ଟିପିଏଫ) ଏଣିକି ଅବସର କରିବା ମାସରେ ହିଁ ପ୍ରଦାନ କରାଯିବ। ଅର୍ଥ […]

Tapas Behera
  • Published: Tuesday, 06 October 2020
  • , Updated: 06 October 2020, 10:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏଣିକି ନିଜର କର୍ମଚାରୀଙ୍କୁ ଅବସର ମାସରେ ହିଁ ଚୂଡ଼ାନ୍ତ ଜିପିଏଫ୍ ପ୍ରଦାନ କରିବେ। ଚୂଡ଼ାନ୍ତ ଜିପିଏଫ୍ ଏଣିକି ରାଜ୍ୟ ପେନସନ୍ ଟ୍ରେଜେରୀରୁ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। କର୍ମଚାରୀ ଯେଭଳି ନିଜର ପେନସନ୍ ସ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସିଧାସଳଖ ପାଉଛନ୍ତି ଠିକ୍ ସେହିଭଳି ଭାବେ ଚୂଡ଼ାନ୍ତ ଜିପିଏଫ(ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ଓ ଟିଚର୍ସ ପ୍ରୋଭିଡେଣ୍ଟ ଫଣ୍ଡ(ଟିପିଏଫ) ଏଣିକି ଅବସର କରିବା ମାସରେ ହିଁ ପ୍ରଦାନ କରାଯିବ।

ଅର୍ଥ ବିଭାଗ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ ଏଣିକି ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଅବସର ନେବା ମାସରେ ହିଁ ଚୂଡ଼ାନ୍ତ ଜିପିଏଫ୍ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଇବେ। ଏହାସହିତ ଅବସର ନେବାସହ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ପାଇବେ। କର୍ମଚାରୀଙ୍କୁ ଅବସର ମାସରେ ହିଁ ଚୂଡ଼ାନ୍ତ ଜିପିଏଫ୍ ପ୍ରଦାନ ନିମନ୍ତେ ରାଜ୍ୟ ପେନସନ୍ ଟ୍ରେଜେରୀ ଏଣିକି ନୋଡାଲ ଟ୍ରେଜେରୀ ଭାବେ କାର୍ଯ୍ୟ କରିବ। ପେନସନ୍ କର୍ତ୍ତୃପକ୍ଷଙ୍କ ଭଳି ସମସ୍ତ ଜିପିଏତ୍ତ୍ୱ/ଟିପିଏଫ ଚୂଡ଼ାନ୍ତ ଦେୟ କର୍ତ୍ତୃପକ୍ଷ ନିଜର କର୍ମଚାରୀଙ୍କ ଚୂଡ଼ାନ୍ତ ଜିପିଏଫ ସମ୍ପର୍କରେ ରାଜ୍ୟ ପେନସନ୍ ଟ୍ରେଜେରୀକୁ ଅବଗତ କରାଇବେ। ଏହାର ଗୋଟିଏ ଲେଖାଏଁ ନକଲ ସମ୍ପୃକ୍ତ କର୍ମଚାରୀ ଚାକିରି କରିଥିବା ଅନୁଷ୍ଠାନର ଡିଡିଓଙ୍କୁ ମଧ୍ୟ ପ୍ରଦାନ କରିବେ। ଜିପିଏଫ୍ ପ୍ରଦାନ ନିମନ୍ତେ କର୍ମଚାରୀଙ୍କ ବ୍ୟକ୍ତିଗତ ଉପସ୍ଥିତିର ଆବଶ୍ୟକତା ନାହିଁ। ଯେହେତୁ ସମସ୍ତ ଅର୍ଥ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ, ତେଣୁ ବ୍ୟକ୍ତିଗତ ଉପସ୍ଥିତ ହେବାର ଜରୁରୀ ନୁହେଁ ବୋଲି ଅର୍ଥ ବିଭାଗ କହିଛି।

କର୍ମଚାରୀଙ୍କ ଜିପିଏଫ୍ ଆକାଉଣ୍ଟ ନମ୍ବର ଆଧାରରେ ନୋଡାଲ ଟ୍ରେଜେରୀ ସମ୍ପୃକ୍ତ ଅବସରପ୍ରାପ୍ତ ସରକାର କର୍ମଚାରୀଙ୍କ ଦରମା ଯାଉଥିବା ବ୍ୟାଙ୍କ ଆକାଉଣ୍ଟ ଅବା ପ୍ରୋଭିଜିନାଲ ପେନସନ୍ ଆକାଉଣ୍ଟକୁ ଜାଣିପାରିବେ। ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବ ତା’ହେଲେ ତାଙ୍କର ଚୂଡ଼ାନ୍ତ ଦେୟ ଆବେଦନ ସହ ଲିଗାଲ ହେୟାର ସାର୍ଟିଫିକେଟକୁ ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷ(ଏଜି ଅବା କଣ୍ଟ୍ରୋଲର୍ସ ଅଫ ଆକାଉଣ୍ଟଙ୍କ) ନିକଟକୁ ଡିଡିଓ ପଠାଇବେ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଜି ଏନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବା ସହ ଆଗାମୀ ଦିନରେ ଏଥିପାଇଁ ଜିପିଏଫ୍ ଓ ଟିପିଏଫ୍ ନିୟମରେ ସଂଶୋଧନ କରାଯିବ ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କ ପକ୍ଷରୁ ଜାରି  ବିଜ୍ଞପ୍ତିରୁ ଜଣାପଡ଼ିଛି।

Related story