ଆସନ୍ତାକାଲି ଦ୍ୱିତୀୟ ଅନ୍ତର୍ଜାତୀୟ କୋଣାର୍କ ସାଇକ୍ଲୋଥୋନ୍‌ର ଶୁଭାରମ୍ଭ

କୋଣାର୍କ: ଆସନ୍ତାକାଲିଠାରୁ ଶୁଭାରମ୍ଭ ହେବ ଦ୍ୱିତୀୟ ଅନ୍ତର୍ଜାତୀୟ କୋଣାର୍କ ସାଇକ୍ଲୋଥୋନ୍। ବିଶ୍ୱ ଐତିହ୍ୟର ସୁରକ୍ଷାର ବାର୍ତ୍ତା ନେଇ କୋଣାର୍କରୁ ଦିଲ୍ଲୀ ସାଇକେଲ୍‌ ଯାତ୍ରା କରିବେ ୧୫ ଜଣ ଅନ୍ତର୍ଜାତୀୟ ସାଇକେଲ୍ ଆରୋହୀ। ରୁଟ୍‌ସ ଫାଉଣ୍ଡେସନ୍ ଅଫ୍ ଓଡ଼ିଶା ଏହାର ଆୟୋଜନ କରିବ। ଏନେଇ କୋଣାର୍କ ପୂର୍ତ୍ତ ବିଭାଗ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋଣାର୍କ ସାଇକ୍ଲୋଥୋନ୍ ପାଇଁ ଏକ ସଚେତନତା ସାଇକେଲ୍ ଯାତ୍ରାରେ ୫୦୦ ସାଇକେଲ୍ ଆରୋହୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ […]

cyclthon

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 08:06 AM IST

କୋଣାର୍କ: ଆସନ୍ତାକାଲିଠାରୁ ଶୁଭାରମ୍ଭ ହେବ ଦ୍ୱିତୀୟ ଅନ୍ତର୍ଜାତୀୟ କୋଣାର୍କ ସାଇକ୍ଲୋଥୋନ୍। ବିଶ୍ୱ ଐତିହ୍ୟର ସୁରକ୍ଷାର ବାର୍ତ୍ତା ନେଇ କୋଣାର୍କରୁ ଦିଲ୍ଲୀ ସାଇକେଲ୍‌ ଯାତ୍ରା କରିବେ ୧୫ ଜଣ ଅନ୍ତର୍ଜାତୀୟ ସାଇକେଲ୍ ଆରୋହୀ। ରୁଟ୍‌ସ ଫାଉଣ୍ଡେସନ୍ ଅଫ୍ ଓଡ଼ିଶା ଏହାର ଆୟୋଜନ କରିବ। ଏନେଇ କୋଣାର୍କ ପୂର୍ତ୍ତ ବିଭାଗ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋଣାର୍କ ସାଇକ୍ଲୋଥୋନ୍ ପାଇଁ ଏକ ସଚେତନତା ସାଇକେଲ୍ ଯାତ୍ରାରେ ୫୦୦ ସାଇକେଲ୍ ଆରୋହୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ବାହାରି ପ୍ରଥମେ ପୁରୀ ଓ କୋଣାର୍କରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ୧୫ ଜଣ ଅନ୍ତର୍ଜାତୀୟ ସାଇକେଲ୍ ଆରୋହୀ ‘କୋଣାର୍କ ସୁରକ୍ଷା ବିଶ୍ୱ ଐତିହର ସୁରକ୍ଷା’,‘ବେଟି ବଚାଓ ବେଟି ପଢ଼ାଓ’,‘ସ୍ୱଚ୍ଛ ଭାରତ’ ଓ ‘ସବୁଜ ଭାରତ’ର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Related story