ଯୋଗମୟ ହେଲା ଦିଲ୍ଲୀରୁ ପ୍ୟାରିସ୍‌, କିନ୍ତୁ ଭୁବନେଶ୍ୱରରେ ସରକାରୀ ବୟକଟ୍‌

ନୂଆଦିଲ୍ଲୀ: ଆଜି ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଯୋଗର ଉପାକରିତା ବଖାଣିବାକୁ  ଓ ଏହାକୁ ଆନ୍ତର୍ଜତିକ ସ୍ତରରେ ପ୍ରସିଦ୍ଧି ଦେବାକୁ କେନ୍ଦ୍ର ସରାକାର ଆଜିର ଦିନକୁ ଧୂମ୍‌ଧାମ୍‌ରେ ପାଳୁଛନ୍ତି। ପ୍ୟାରିସ୍‌ର ଆଇଫେଲ୍ ଟାଓ୍ୱାର, ଇଜିପ୍ଟର ପିରାମିଡ୍ ଓ ସ୍ୱୀଜରଲ୍ୟାଣ୍ଡର ଆଲପ୍ସ ପର୍ବତମାଳାର ପାଦଦେଶରେ ଯୋଗାଭ୍ୟାସ କରିଛନ୍ତି ଦେଶବାସୀ । ସେହିଭଳି ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳାରେ ଦେଇଛନ୍ତି ଯୋଗର ବାର୍ତ୍ତା। ହେଲେ ଏହି ଦିବସ ପାଳନକୁ ନେଇ ଓଡିଶାରେ […]

yoga

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 08:37 PM IST

ନୂଆଦିଲ୍ଲୀ: ଆଜି ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଯୋଗର ଉପାକରିତା ବଖାଣିବାକୁ  ଓ ଏହାକୁ ଆନ୍ତର୍ଜତିକ ସ୍ତରରେ ପ୍ରସିଦ୍ଧି ଦେବାକୁ କେନ୍ଦ୍ର ସରାକାର ଆଜିର ଦିନକୁ ଧୂମ୍‌ଧାମ୍‌ରେ ପାଳୁଛନ୍ତି। ପ୍ୟାରିସ୍‌ର ଆଇଫେଲ୍ ଟାଓ୍ୱାର, ଇଜିପ୍ଟର ପିରାମିଡ୍ ଓ ସ୍ୱୀଜରଲ୍ୟାଣ୍ଡର ଆଲପ୍ସ ପର୍ବତମାଳାର ପାଦଦେଶରେ ଯୋଗାଭ୍ୟାସ କରିଛନ୍ତି ଦେଶବାସୀ । ସେହିଭଳି ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳାରେ ଦେଇଛନ୍ତି ଯୋଗର ବାର୍ତ୍ତା। ହେଲେ ଏହି ଦିବସ ପାଳନକୁ ନେଇ ଓଡିଶାରେ ବିବାଦ ଦେଖା ଦେଇଛି। ଦିବସ ପାଳନକୁ ରାଜ୍ୟ ସରକାରଙ୍କ ନା ପରେ ଜୋର ଧରିଛି ବିବାଦ। ପ୍ରଥମ ଥର ପାଇଁ ଓଡିଶା ଏଥର ସରକାରୀ ଭାବେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରିନି ।

ଗତ ବର୍ଷ ପରି ଜୟଦେବ ଭବନରେ ଯୋଗ ଦିବସ ପାଳନ ପାଇଁ କାର୍ଡ ଛପାଯାଇଥିଲେ ବି ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ତେବେ କଣ ପାଇଁ ସରକାର ଯୋଗ ଦିବସକୁ ବୟକଟ କଲେ ସେ ନେଇ କିନ୍ତୁ ମୁହଁ ଖୋଲିନି ଆୟୁଷ ନିର୍ଦ୍ଦେଶାଳୟ। ଏପଟେ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି  ବିରୋଧୀ। ସାରାବିଶ୍ୱ ଯୋଗ ଦିବସ ପାଳୁଥିବା ବେଳେ ଓଡିଶା ଏହାକୁ ପାଳନ ନ କରିବା ମୁଖ୍ୟମନ୍ତ୍ରୀଙ୍କ ରାଷ୍ଟ୍ର ବିରୋଧୀ ମନୋଭାବର ପରିଚୟ ବୋଲି ବିଜେପି ଅଭିଯୋଗ କରିଛି। କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ ସମାଲୋଚନା କରିଛି। ବିଜେଡି କହିଛି ଯୋଗ ଦିବସ ପାଳନ ପାଇଁ କାହାକୁ ବାରଣ କରାଯାଇନି କିମ୍ବା ସରକାର ଏହାକୁ ପାଳିବା ପାଇଁ କୌଣସି ବାଧ୍ୟ ନୁହଁନ୍ତି।

ସୂଚନାଯୋଗ୍ୟ, ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ଓ ରାଜସ୍ଥାନର କୋଟାରେ ଯୋଗ ଶିବିରରେ ସାମିଲ ହୋଇଥିଲେ ବାବା ରାମଦେବ।  ଡେରାଡୁନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସହ ଭିନ୍ନ ଭିନ୍ନ ଯୋଗ ମୁଦ୍ରାରେ ନିମଗ୍ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ଯୋଗଗୁରୁ ରାମଦେବ ରାଜସ୍ଥାନ କୋଟାରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଶିଖାଇଥିଲେ ଭିନ୍ନ ଭିନ୍ନ ପ୍ରକାର ଯୋଗ କୌଶଳ, ଯାହାକି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ହିମ ପାହାଡ଼ ଲଦାଖରେ ୧୮ ହଜାର ଫୁଟ୍ ଉଚ୍ଚରେ ଯୋଗ କରିଥିଲେ ITBP ଯବାନ । ନୌସେନାର ଯୁଦ୍ଧ ଜାହାଜରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଯୋଗ ଶିବିର। ମୁମ୍ବାଇରେ ବଲିଉଡ ଅଭିନେତା ନାନା ପାଟ୍ଟେକରଙ୍କ ସହ ଯୋଗ ଶିବିରରେ ସାମିଲ ହୋଇଥିଲେ ଅନେକ ସେଲିବ୍ରିଟି। କାରବୀୟ ଦେଶ ସୁରିନେମ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ସେଠାକାର ରାଷ୍ଟ୍ରପତିଙ୍କ ସହ ମିଶି ପାଳନ କରିଛନ୍ତି ଯୋଗ ଦିବସ।

ଓଡିଶାରେ ସରକାରୀ ଭାବେ ଦିବସ ପାଳନ ହୋଇ ନ ଥିଲେ ମଧ୍ୟ ଏଠାରେ ବି କିଛି କମ୍ ନ ଥିଲା ଆନ୍ତର୍ଜାତିକ ଯୋଗ ଦିବସର କ୍ରେଜ୍। ରାଜଧାନୀର କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଆୟୋଜିତ ଶିବିରରେ ସାମିଲ ହୋଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ମାନବିକ ମୂଲ୍ୟବୋଧ ସମ୍ଭବ ହେବ ବୋଲି କହିଥିଲେ ଗଜପତି। କଟକରୁ କୋରାପୁଟ, ପୁରୀରୁ ରାଉରକେଲା ରାଜ୍ୟର କୋଣ ଅନୁକୋଣରେ ଯୋଗାସନ କରିଛନ୍ତି ଲକ୍ଷ ଲକ୍ଷ ଲୋକ । ଭୁବନେଶ୍ୱର ସିଆରପିଏଫ୍ ଗ୍ରାଉଣ୍ଡରେ ଆୟୋଜିତ ଶିବିରରେ ବିଭିନ୍ନ ପାରାମିଲିଟାରୀ ଫୋର୍ସ ଜବାନଙ୍କ ସହ ସେମାନଙ୍କ ପରିବାର ବର୍ଗ ଓ ଓଲିଉଡ଼ କଳାକାର ହୋଇଥିଲେ ସାମିଲ।

 

Related story