ଦ୍ରୌପଦୀଙ୍କ ଭଳି କୁରୁ ସଭାରେ ମୋର ବସ୍ତ୍ରହରଣ କରାଗଲା, ଦେଖନ୍ତୁ କାମିଲାଙ୍କ ପୂରା ଇଣ୍ଟର୍ଭ୍ୟୁ   

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ କରି ଚର୍ଚ୍ଚାକୁ ଆସିଥିଲେ ରାଜେଶ୍ୱରୀ କାମିଲା। ଗତ ୩୧ ତାରିଖରେ ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ ହୋଇଥିଲା।  ସେହି ସମୟରେ ମଞ୍ଚ ଆଗରେ ଉପସ୍ଥିତ ଥିବା କର୍ମୀମାନେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ ଉତ୍ତ୍ୟକ୍ତ କର୍ମୀଙ୍କ ହାତରୁ ରାଜେଶ୍ୱରୀଙ୍କୁ ଛଡ଼ାଇ ପୋଲିସ ଥାନାକୁ ନେଇଥିଲା। ପରେ ତାଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ […]

kamila

Rakesh Mallick
  • Published: Saturday, 17 February 2018
  • , Updated: 17 February 2018, 05:21 PM IST

 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡାମାଡ଼ କରି ଚର୍ଚ୍ଚାକୁ ଆସିଥିଲେ ରାଜେଶ୍ୱରୀ କାମିଲା। ଗତ ୩୧ ତାରିଖରେ ବାଲେଶ୍ୱର ଜିଲ୍ଲା ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ ହୋଇଥିଲା।  ସେହି ସମୟରେ ମଞ୍ଚ ଆଗରେ ଉପସ୍ଥିତ ଥିବା କର୍ମୀମାନେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ ଉତ୍ତ୍ୟକ୍ତ କର୍ମୀଙ୍କ ହାତରୁ ରାଜେଶ୍ୱରୀଙ୍କୁ ଛଡ଼ାଇ ପୋଲିସ ଥାନାକୁ ନେଇଥିଲା। ପରେ ତାଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ଓଟିଭି ଖୋଲାକଥା କାର୍ଯ୍ୟକ୍ରମ କୁ ଅତିଥିଭାବେ ଆସିଥିଲେ। ଏହି ଅବସରରେ ସେ ଅଣ୍ଡା କାହିଁକି ଫିଙ୍ଗିଲେ? ଏମିତି ଏକ ପଦକ୍ଷେପ ପାଇଁ ତାଙ୍କୁ କେଉଁ କାରଣ ବାଧ୍ୟ କରିଥିଲା ସେ ସବୁ ସେ ବଖାଣିଥିଲେ।

ସେ କହିଥିଲେ, “ମୋତେ ଅଣ୍ଡା ମାରିବା ପାଇଁ କେହି ଟ୍ରେନିଂ ଦେଇ ନ ଥିଲେ। ମୋ ସ୍ୱାମୀ ଉପରେ ବାରମ୍ବାର ନିର୍ଯାତନା ଦିଆଯାଉଥିଲା। ତାଙ୍କୁ ମିଛ ମାମଲାରେ ଫସାଇ ଜେଲ ପଠାଯାଉଥିଲା। ମୋ ସ୍ୱାମୀ ୨୦୦୧୬ରେ ଚନ୍ଦନେଶ୍ୱର ଟ୍ରଷ୍ଟ ବୋର୍ଡ଼ର ଦୁର୍ନୀତି କାରବାର ସମ୍ପର୍କରେ  ପର୍ଦ୍ଦାଫାସ କରିଥିବାରୁ ତାଙ୍କ ଉପରେ ବିଭିନ୍ନ ମିଥ୍ୟା ମାମଲା ଲଗାଇ ଛନ୍ଦି ଦେଇଥିଲେ । ମୁଁ ଅଭିଯୋଗ କରିଥିଲି।  ହେଲେ ମୋ ଦୁଃଖକୁ ଶୁଣିବା ପରିବର୍ତ୍ତେ ମୋ ସ୍ୱାମୀକୁ ରାତିଅଧିଆ ଉଠାଇ ଆଣିଲେ।  ତାଙ୍କୁ ମିଛ ମାମଲାରେ ମାସେ କାଳ ଜେଲରେ ରଖିଲେ । ତେଣୁ ମୋ କଥାକୁ  ଧ୍ୟାନ ଦେବା ପାଇଁ ମୁଁ ଅଣ୍ଡା ମାଡ଼ କରିଥିଲି।”

କାମିଲା କହିଥିଲ,“ ମୋ ପାଖରେ ୧୦ ମାସର ଛୁଆ ଥିଲା। ଅଣ୍ଡା ମାଡ଼ କରିବା ପୂର୍ବରୁ ମୁଁ ତାକୁ କ୍ଷୀର ପିଆଇଥିଲି। କାଳେ ସେ, ଆଉ କ୍ଷୀର ପିଇପାରିବକି ନାହିଁ-  ଏୟା ଭାବି ଗଲା ବେଳେ ଛୁଆକୁ କ୍ଷୀର ଦେଇ ଯାଇଥିଲି। ମୁଁ ୩ଟି ଅଣ୍ଡା ମାରିଥିଲି । ୪ଟା ବେଳକୁ ବିଜେଡିର କର୍ମୀମାନେ ମତେ ଆକ୍ରମଣ କଲେ। ଦ୍ରୌପଦୀଙ୍କ ଭଳି ମତେ ବସ୍ତ୍ର ହରଣ କରି ସେମାନେ ମତେ ଟାଣି ଟାଣି ମୁଖ୍ୟମନ୍ତ୍ରୀ ସାମ୍ନାରେ ଆକ୍ରମଣ କଲେ।  ଏ ସବୁକିଛି ଉଚ୍ଚଶିକ୍ଷା ମନ୍ତ୍ରୀ ଇଶାରାରେ ହେଉଥିଲା। ମୁଁ ମୁଖ୍ୟମନ୍ତ୍ରୀକୁ ଟାର୍ଗେଟ କରି ଅଣ୍ଡାମାଡ଼ କରି ନ ଥିଲି। ଯେମିତି ହେଲେ ସଭାରେ ପଡ଼ିଲେ ବି ମୋ ଗୁହାରୀ ମୁଖ୍ୟମନ୍ତ୍ରୀ ଶୁଣିବେ ବୋଲି ମୋର ଅଶା ଥିଲା।”

ସେ ଆହୁରି କହିଥିଲେ,“୩୦୭ ଦଫା  କେତେବେଳେ ଲଗାଯାଏ? ମୁଁ କ’ଣ ତାଙ୍କୁ ଅଣ୍ଡାରେ ମାରିଦେବି। ମୋତେ ଯେଉଁମାନେ ଆକ୍ରମଣ କଲେ ସେମାନଙ୍କ ଉପରେ ୩୦୭ ଦଫା ଲାଗିବା କଥା। ଭରା ସଭାରେ ମୋତେ ଦ୍ରୌପଦୀଙ୍କ ଭଳି ସଜାଇବା ପରେ ସବୁ ଦଫା ଉଠାଇଦେଲେ। ମୋତେ ରାତି ୮ଟା ବେଳେ ଥାନାରେ ବସାଇଥିଲେ। ପରେ ବାଲେଶ୍ୱର ଅଣାଯାଇଥିଲା। ପୁଣି ପଶ୍ଚିମବଙ୍ଗ ନିଆଯାଥିଲା। ଏମିତି ମୋତେ ଥାନାରେ ନିର୍ଯାତନା ଦିଆଯାଇଥିଲା।”

ସେ ଆହୁରି,“ ମୁଁ ରାଜନୀତିରେ ସାମିଲ ହେବି  ନାହିଁ। ମୁଁ ସବୁବେଳେ ନିଃସହାୟ ଓ ଅସହାୟ ନାରୀମାନଙ୍କ ପାଇଁ ଲଢେଇ କରିବି। ଦ୍ରୌପଦୀଙ୍କ ଅଭିଶାପ ଭଳି ଏ କୁରୁ ସଭା ବି ଦିନେ ନିପାତ ହୋଇଯିବ।”

ଦେଖନ୍ତୁ ପୂରା ସାକ୍ରାଷାତକାର:

https://youtu.be/vTL5583QYtU

Related story