‘ଅବ୍‌ ରାଜାକା ବେଟା ରାଜା ବନେଗା ଜରୁରୀ ନେହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବ୍‌ ରାଜାକା ବେଟା ରାଜା ନେହିଁ ବନେଗା… ଅବ୍‌ ରାଜା ୱହି ବନେଗା ଜୋ ହକ୍‌ଦାର ହୋଗା। ଅର୍ଥାତ ଏବେ ରାଜାର ପୁଅ ରାଜା ନୁହେଁ..ରାଜା ସିଏ ହିଁ ହେବ ଯିଏ ସେଥିପାଇଁ ହକ୍‌ଦାର ହେବ। ଫିଲ୍ମ ସୁପର-୩୦ରେ ଉପରୋକ୍ତ ସଂଳାପକୁ ଉଦ୍ଧୃତ କରି ନିଜ ଜୀବନ ସଂଘର୍ଷର କାହାଣୀ କହିଛନ୍ତି ଆନନ୍ଦ କୁମାର । ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ନିଜେ ଆନନ୍ଦ କୁମାର ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଜୀବନ କାହାଣୀ […]

650

650

Tapas Behera
  • Published: Tuesday, 23 July 2019
  • Updated: 23 July 2019, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବ୍‌ ରାଜାକା ବେଟା ରାଜା ନେହିଁ ବନେଗା... ଅବ୍‌ ରାଜା ୱହି ବନେଗା ଜୋ ହକ୍‌ଦାର ହୋଗା। ଅର୍ଥାତ ଏବେ ରାଜାର ପୁଅ ରାଜା ନୁହେଁ..ରାଜା ସିଏ ହିଁ ହେବ ଯିଏ ସେଥିପାଇଁ ହକ୍‌ଦାର ହେବ। ଫିଲ୍ମ ସୁପର-୩୦ରେ ଉପରୋକ୍ତ ସଂଳାପକୁ ଉଦ୍ଧୃତ କରି ନିଜ ଜୀବନ ସଂଘର୍ଷର କାହାଣୀ କହିଛନ୍ତି ଆନନ୍ଦ କୁମାର । ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ପ୍ରତିଷ୍ଠାତା ନିଜେ ଆନନ୍ଦ କୁମାର ଭୁବନେଶ୍ୱର ଆସିଥିବା ବେଳେ ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ  ଉପରେ ନିଜ ମତ ରଖିଥିଲେ। ସେ କହିଥିଲେ ଯେ,ଏହି ବୟୋପିକ୍‌ରେ ଆନନ୍ଦ କୁମାରଙ୍କ ଜୀବନ ସଂଘର୍ଷକୁ  ଦର୍ଶାଯାଇଛି। ଅର୍ଥ ଅଭାବରୁ ତା’ର ପାଠପଢ଼ା କେମିତି ଅଟକି ଯାଉଛି, କିନ୍ତୁ ଯେତେ ବାଧା ବିଘ୍ନ ଓ ପ୍ରତିବନ୍ଧକ ଆସିଲେବି ଆନନ୍ଦ କୁମାରଙ୍କୁ ଅଟକାଇ ପାରୁନି। ନିଜ ଭାଇର ସହାୟତାରେ ଅନ୍ୟ ଗରିବ ପିଲାଙ୍କୁ ମଧ୍ୟ ପାଠ ପଢ଼ାଉଛି। ଆଉ ସେମାନଙ୍କୁ ସେଇ ଲକ୍ଷସ୍ଥଳ ଏମିତି ଶୀର୍ଷରେ ପହଞ୍ଚାଉଛି ଯେଉଁଠି ସେ ପହଞ୍ଚି ପାରି ନଥିଲା। ଫିଲ୍ମ ପାଇଁ ପୂରା ଟିମ୍‌ ବହୁ ପରିଶ୍ରମ କରିଛି।

ମୋ ଜୀବନରେ ଯେଉଁ ସବୁ ଘଟଣା ଘଟିଛି ତାହା ଏହି କାହାଣୀ ମାଧ୍ୟମରେ ଦର୍ଶାଯାଇଛି। ଯଦି ଆପଣଙ୍କ ପାଖରେ ଦୃଢ଼ ଇଚ୍ଛାଶକ୍ତି, ସାହସ ଏବଂ କିଛି କରିବାର ସଂକଳ୍ପ ଅଛି ତେବେ ଦୁନିଆର କିଛି ବି ଅସମ୍ଭବ ନୁହେଁ।  ଆଉ ଏବେ ସମୟ ବଦଳି ଯାଇଛି। ଅବ୍‌ ରାଜାକୀ ବେଟା ରାଜା ବନେଗା ଜରୁରୀ ନେହିଁ। ଯିଏ କଠିନ ପରିଶ୍ରମୀ ହେବ, ଧର୍ଯ୍ୟର ସହ କାମ କରିବ ଏବଂ ଯିଏ ହକଦାର ହେବ ସିଏ ହିଁ ରାଜା ହେବ। ଫିଲ୍ମର ଏହି ବାର୍ତ୍ତା ହିଁ ଦିଆଯାଇଛି।

ସୁପର-୩୦ ଏମିତି ଏକ ପ୍ରୋଗ୍ରାମ। ଯେଉଁଠି ୩୦ ଜଣ ଗରିବ ପିଲାଙ୍କୁ ମୁଁ ଆମ ଘରେ ରଖିଥାଏ। ଏମିତି ପରିବାରର ପିଲା ଯେଉଁମାନେ ଆର୍ଥିକ, ସାମାଜିକସ୍ତରେ ଅତ୍ୟନ୍ତ ଦୁର୍ବଳ । କାହାର ବାପା ଅଟୋ ଚଲାଉଛନ୍ତିତ’ ଆଉ କାହାର ପିତା ଫୁଟ୍‌ପାଥରେ ଦୋକାନ କରିଛନ୍ତି। ଏମିତି ଅଭାବୀ ପରିବାରର ପିଲାଙ୍କୁ ଆମେ ଘରେ ରଖି ଆଇଆଇଟି କୋଚିଂ ଦେଉଛେ। ଆଉ କେବେ କେବେ ୩୦, ୨୮ ଏବଂ ୧୮ ଜଣ ପିଲା ଆଇଆଇଟି ଏବଂ ବାକି ପିଲା ଏନ୍‌ଆଇଟି କିମ୍ବା ଆଉ କେଉଁଠି ପହଞ୍ଚି ଯାଉଛନ୍ତି। ତେବେ ଏହି ଫିଲ୍ମ ଏବେ ଅନେକ ପିଲାଙ୍କ ପାଇଁ ପ୍ରେରଣାର ମନ୍ତ୍ର ପାଲଟିଯାଇଛି। ତୃତୀୟ ଶ୍ରେଣୀର ପିଲା କହୁଛି ମୁଁ ଆଜିଠାରୁ ମୋବାଇଲ ଗେମ୍‌ ଖେଳିବିନି। ମୁଁ ବଡ଼ ହୋଇ ଶିକ୍ଷକ ହେବି। ଏସବୁ କଥା ଶୁଣି ମତେ ବହୁତ ଖୁସି ଅନୁଭବ ହେଉଛି ବୋଲି ଆନନ୍ଦ କୁମାର କହିଛନ୍ତି।

ଏଠାରେ ଆମେ କହି ରଖୁଛୁ ଯେ, ଦିନେ ଅର୍ଥାଭାବ ଯୋଗୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ବିହାର ପାଟନାର ଆନନ୍ଦ କୁମାର। କିନ୍ତୁ ମରିନଥିଲା ଶିଖିବାର ଓ ଶିଖାଇବାର ଝୁଙ୍କ୍। ତେଣୁ ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ସେ ଆରମ୍ଭ କରିଥିଲେ ଫ୍ରି କୋଚିଂ ସେଣ୍ଟର୍। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ ଏହା ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଆନନ୍ଦ କୁମାର ଏବେବି ଦେଶର କୋଣ ଅନୁକୋଣରୁ ପ୍ରତିବର୍ଷ ୩୦ ଜଣ ପିଲାଙ୍କୁ ବାଛି, ଘରେ ରଖି ପାଠ ପଢ଼ାଉଛନ୍ତି ଓ ସଫଳତାର ଶୀର୍ଷରେ ପହଞ୍ଚାଉଛନ୍ତି। ଯାହାଙ୍କ ତ୍ୟାଗ ଓ ସଂଘର୍ଷକୁ ଅତି ନିଖୁଣ ଭାବେ ପରଦାକୁ ଉତାରିଛନ୍ତି ହ୍ରିତିକ୍ ରୋଶନ୍। ବିକାଶ ବହଲ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ୍ ରୋଶନ୍‌ଙ୍କ ସହ ବୀରେନ୍ଦ୍ର ସାକ୍ସେନା, ପଙ୍କଜ ତ୍ରିପାଠୀ, ଆଦିତ୍ୟ ଶ୍ରୀବାସ୍ତବ, ମୃଣାଳ ଠାକୁର ପ୍ରମୁଖ ଅଭିନୟ କରିଛନ୍ତି।

https://youtu.be/vPOS2vh5thk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos